ଓଡ଼ିଶା ହେବ ସେମିକଣ୍ଡକ୍ଟର, ଚିପ୍‌ ହବ୍‌: ମହାଲିଙ୍ଗ

ଭୁବନେଶ୍ୱର, ୨୫ା୧୧(ରବିନାରାୟଣ ଜେନା): ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବ ଏଆରଏଫ୍‌ ଡିଜାଇନ୍‌ ସେଣ୍ଟର। ସେମିକଣ୍ଡକ୍ଟର ଓ ଚିପ୍‌ ଡିଜାଇନ୍‌ ପାଇଁ ଓଡ଼ିଶାକୁ ଇତିମଧ୍ୟରେ ୫ ହଜାର କୋଟି ଟଙ୍କାର ନିବେଶ ମିଳିଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିସରରେ ସେମିକଣ୍ଡକ୍ଟର ଡିଜାଇନ୍‌ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଏଆରଏଫ୍‌ ଡିଜାଇନ୍‌ ପ୍ରାଇଭେଟ ଲିମିଟେଡ୍‌ର ନୂତନ ଡିଜାଇନ୍‌ ସେଣ୍ଟରର ଶୁଭ ଉଦ୍‌ଘାଟନ କରି ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ଏହି ଡିଜାଇନ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପାନୀକୁ ରିହାତି ଦରରେ ଜାଗା ଯୋଗାଇଦେବା ସହ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଇଛି। ଏହା ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ୍‌ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ଉଚ୍ଚ ଦକ୍ଷତାସମ୍ପନ୍ନ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ଡ. ମହାଲିଙ୍ଗ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରୁଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସେମିକଣ୍ଡକ୍ଟର ନୀତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନୀତି ପ୍ରଣୟନ କରି ଏହି କ୍ଷେତ୍ରରେ ନିବେଶ ଓ ନବସୃଜନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଚିପ୍‌ ନିର୍ମାଣଠାରୁ ଆରମ୍ଭକରି ସେମିକଣ୍ଡକ୍ଟର ଡିଜାଇନ୍‌ ଓ ପ୍ୟାକେଜିଂ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ପ୍ରୟାସର ଫଳସ୍ବରୂପ ରାଜ୍ୟକୁ ୫,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ଆସିଛି। ଏହା ରାଜ୍ୟର ଶିଳ୍ପାୟନ, ବୈଷୟିକ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ନୂତନ ଦିଗ ଦେବ। ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଏଆରଏଫ୍‌ ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ଓକାକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତୁଭ ଦୀପ୍ତ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱକୁ ବୁଝିଲେ ଯୁବପିଢ଼ି ପରିବର୍ତ୍ତନ ଆଣିପାରିବେ: ମେନନ୍‌

ଭୁବନେଶ୍ୱର, ୨୫।୧୧ (ବନ୍ଦନା ସେଠୀ): ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ବଡ଼ ଆକାରର ନ ଭାବି ଯୁବପିଢ଼ି ନିଜ ଦାୟିତ୍ୱକୁ ବୁଝି ଠିକ୍‌ ଭାବରେ କର୍ମ କରିପାରିଲେ…

ଚାଇନାକୁ ଚିପ୍‌ ଚୋରାଚାଲାଣ ରୋକିବ ଆମେରିକା

କୁଆଲାଲୁମ୍ପୁର,୨୫।୧୧: ସିଙ୍ଗାପୁର କମ୍ପାନୀ ମେଗାସ୍ପିଡ୍‌ ଇଣ୍ଟରନ୍ୟାଶନାଲର ପୂର୍ବତନ ଅଫିସର ଆଲିସ୍‌ ହୁଆଙ୍ଗ୍‌ଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ବିବାଦ ଦେଖାଦେବା ପରେ ଏନ୍‌ଭିଡିଆ ସିଇଓ ପଦରୁ ଜେନ୍‌ସେନ୍‌…

ବୈଭବଙ୍କ ବିରଳ ରେକର୍ଡ

ଦୋହା, ୨୫ା୧୧: ଟିନ୍‌ ଏଜ୍‌ ସେନ୍‌ସେସନ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଚାଲିଥିବା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ନିଜର…

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

ଗଞ୍ଜାମ ପୋଲିସ ଜିଲାରେ ଇନ୍ସପେକ୍ଟରସ୍ତରରେ ବଡ଼ ଧରଣର ଅଦଳବଦଳ: ୮ ଅଧିକାରୀଙ୍କ ବଦଳି, ୩ ଥାନାରେ ନୂଆ ଆଇଆଇସି

ଛତ୍ରପୁର, ୨୪।୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାରେ ଇନ୍ସପେକ୍ଟର ସ୍ତରରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ ଥାନା ଓ ପୁଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?