Posted inTrending, ଖେଳ

ବୈଭବଙ୍କ ବିରଳ ରେକର୍ଡ

ଦୋହା, ୨୫ା୧୧: ଟିନ୍‌ ଏଜ୍‌ ସେନ୍‌ସେସନ ବୈଭବ ସୂର୍ଯ୍ୟବଂଶୀ ମଙ୍ଗଳବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଚାଲିଥିବା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ନିଜର ଗୋଟିଏ ଇନିଂସ ମଧ୍ୟରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟର। ତାଙ୍କର ୫୩ ବଲ୍‌ରେ ୨୦୪ ରନ୍‌ର ଧୂଆଁଧାର ଦ୍ୱିଶତକ ବଳରେ ଭାରତ ପ୍ରତିପକ୍ଷ ୟୁଏଇ ବିପକ୍ଷ ମ୍ୟାଚ୍‌କୁ ଅତି ସହଜରେ ୭ ଉଇକେଟରେ ଜିତିନେଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ୟୁଏଇ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍‌ର ଟାର୍ଗେଟକୁ ଭାରତ ମାତ୍ର ୧୪.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିନେଇଥିଲା। ୨୦୦ରୁ ଊର୍ଦ୍ଧ୍ୱ ଟାର୍ଗେଟ୍‌କୁ ଖୁବ୍‌ କମ୍‌ ଓଭରରେ ସଫଳତାର ସହ ହାସଲ କରିବା ଦୃଷ୍ଟିରୁ ଏହା ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ସବୁଠୁ ବଡ଼ ବିଜୟ। ଛକା ବର୍ଷା କରିଥିବା ବୈଭବଙ୍କ ୨୮ ବଲ୍‌ରେ ଶତକ ଓ ୫୨ ବଲ୍‌ରେ ଦ୍ୱିଶତକ ମଧ୍ୟ ଲିଷ୍ଟ-ଏ’ କ୍ରିକେଟରେ ଏକ ରେକର୍ଡ। ତାଙ୍କ ଇନିଂସ୍‌ରେ ୨୮ ଛକା ସାମିଲ ଥିଲା, ଯାହାକି ସମସ୍ତ ପେସାଦାର କ୍ରିକେଟରେ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ଭାରତର ତନ୍ମୟ ଅଗ୍ରଓ୍ବାଲଙ୍କ ନାମରେ ଥିଲା। ସେ ୨୦୨୪ ଅରୁଣାଚଳ ପ୍ରଦେଶ ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ରେ ହାଇଦ୍ରାବାଦ ପାଇଁ ଗୋଟିଏ ଇନିଂସରେ ୨୬ ଛକା ମାରିଥିଲେ। ବୈଭବ ଏହି ଇନିଂସ୍‌ ଅବସରରେ ୩୮୪.୯୦ ଷ୍ଟ୍ରାଇକ୍‌ରେଟ୍‌ ହାସଲ କରିଥିଲେ, ଯାହାକି ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ସର୍ବାଧିକ। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଭାରତ ପାଇଁ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିବା ହରପ୍ରୀତ ସିଂ ଭାଟିଆ ୧୩୦ (୧୨ ଚୌକା ଓ ୪ ଛକା) ଓ ଅଧିନାୟକ ବାସିଲ ହାମିଦ ୩୬ ରନ୍‌ କରିଥିଲେ। ଭାଟିଆ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ଘରୋଇ କ୍ରିକେଟ ଖେଳିବା ସହ ୯ ଆଇପିଏଲ୍‌ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ଅର୍ଶଦ ଖାନ୍‌ ୪ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦୁଇ ମ୍ୟାଚ୍‌ରେ ବିଫଳ ଥିବା ସତ୍ତ୍ୱେ ବୈଭବ ଆରମ୍ଭରୁ ହିଁ ଛକା ବର୍ଷା କରିଥିଲେ। ଉଭୟ ପେସର ଓ ସ୍ପିନରଙ୍କ ବିପକ୍ଷରେ ସେ ଲଗାତର ବଡ଼ ବଡ଼ ଶଟ୍‌ ଖେଳି ମାତ୍ର ୨୮ ବଲ୍‌ରେ ୧୦୦ ଓ ୫୨ ବଲ୍‌ରେ ଦ୍ୱିଶତକ ପୂରଣ କରିଥିଲେ। ତାଙ୍କ ଇଂନିସରେ ୭ଟି ଚୌକା ମଧ୍ୟ ସାମିଲ ଥିଲା। ଏଥିସହିତ ସେ ଲିଷ୍ଟ-ଏ’ କ୍ରିକେଟ ଇତିହାସରେ ଦ୍ରୁତତମ ଶତକ ଓ ଦ୍ୱିଶତକ ରେକର୍ଡର ଅଧିକାରୀ ହୋଇଛନ୍ତି। ଲିଷ୍ଟ-ଏ’ରେ ଦ୍ରୁତତମ ଶତକ ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଜ୍ୟାକ୍‌ ଫ୍ରେଜର ମ୍ୟାକଗର୍କ(୨୯ ବଲ) ଓ ଦ୍ରୁତତମ ଦ୍ୱିଶତକ ରେକର୍ଡ ନ୍ୟୁଜିଲାଣ୍ଡର ଚାଦ୍‌ ବୋଓ୍ବେସ(୧୦୩)ଙ୍କ ନାମରେ ଥିଲା।
ସଂକ୍ଷିପ୍ତ ସ୍କୋର
ୟୁଏଇ: ୫୦ ଓଭରରେ ୨୪୯/୮(ହରପ୍ରୀତ ସିଂ ଭାଟିଆ-୧୩୦, ବାସିଲ ହାମିଦ-୩୬*, ଅର୍ଶଦ ଖାନ୍‌-୪/୪୩)। ଭାରତ: ୧୪.୨ ଓଭରରେ ୨୫୩/୩(ବୈଭବ ସୂର୍ଯ୍ୟବଂଶୀ-୨୦୪, ରିଙ୍କୁ ସିଂ-୨୭*, ଜାହିଦ ଅଲୀ-୧/୫୨)।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଚିପ୍‌ ଚୋରାଚାଲାଣ ରୋକିବ ଆମେରିକା

କୁଆଲାଲୁମ୍ପୁର,୨୫।୧୧: ସିଙ୍ଗାପୁର କମ୍ପାନୀ ମେଗାସ୍ପିଡ୍‌ ଇଣ୍ଟରନ୍ୟାଶନାଲର ପୂର୍ବତନ ଅଫିସର ଆଲିସ୍‌ ହୁଆଙ୍ଗ୍‌ଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ବିବାଦ ଦେଖାଦେବା ପରେ ଏନ୍‌ଭିଡିଆ ସିଇଓ ପଦରୁ ଜେନ୍‌ସେନ୍‌…

ଓଡ଼ିଶା ହେବ ସେମିକଣ୍ଡକ୍ଟର, ଚିପ୍‌ ହବ୍‌: ମହାଲିଙ୍ଗ

ଭୁବନେଶ୍ୱର, ୨୫ା୧୧(ରବିନାରାୟଣ ଜେନା): ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବ ଏଆରଏଫ୍‌ ଡିଜାଇନ୍‌ ସେଣ୍ଟର। ସେମିକଣ୍ଡକ୍ଟର ଓ ଚିପ୍‌ ଡିଜାଇନ୍‌…

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ…

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି କଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?