ଗୋ-ପାଳନ କରିଛି ସ୍ବାବଲମ୍ବୀ

ନୂଆପଡ଼ା ଅଫିସ୍‌,୨୮।୧୧: ମହିଳା ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି। ସରକାରଙ୍କ ସବୁ ଯୋଜନା ମହିଳାଙ୍କ ପାଖରେ ପହଞ୍ଚତ୍ ପାରୁ ନ ଥିବାରୁ ସେମାନେ ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁରେ। ଶାନ୍ତିବାଈ ଶବର (୫୦) କାହା ଉପରେ ନିର୍ଭର ନ କରି ନିଜ ଉଦ୍ୟମରେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ଗୋ-ପାଳନ କରି କ୍ଷୀର ବିକ୍ରୟ କରି ପରିବାରର ୫ ସଦସ୍ୟ ହସଖୁସିରେ ଚଳୁଛନ୍ତି। ୧୦ ବର୍ଷ ପୂର୍ବେ ୨୦ଟି ଛେଳି, ମେଣ୍ଡା ଓ କୁକୁଡା ରଖିଥିଲେ। ସେଥିରେ ପରିବାର ଚଳିବା ବହୁତ କଷ୍ଟ ହେଉଥିଲା। ପରିବାରର ଦୁଃଖ କେବେ ଯାଉ ନ ଥିଲା। ହେଲେ ହଠାତ ଏକ ବେମାର ଆସିବାରୁ ଛେଳି ସବୁ ମରିଗଲା। ଦୁଃଖରେ ଭାଙ୍ଗି ପଡି ମନରେ ଏକ ଉପାୟ ଚିନ୍ତା କଲେ। ୨୦ ହଜାର ଟଙ୍କା ଋଣ କରି ଗୋଟିଏ ଜର୍ସି ଗାଈ ଆଣିଲେ। ଗାଈ ଦିନକୁ ୧୦ ରୁ ୧୨ ଲିଟର କ୍ଷୀର ଦେଲା। ସେହି କ୍ଷୀରକୁ ଧରି ଝିଲମିଲା ଗ୍ରାମରୁ ନୂଆପଡା ସହରକୁ ୩ କିଲୋମିଟର ପ୍ରତିଦିନ ଚାଲିଚାଲି ଆସି ବିକ୍ରୟ କରି ଘରକୁ ଫେରି ଯାଉଥିଲେ। ଚାଲି ଯିବା ଦ୍ୱାରା ସମୟ ହେଉ ନ ଥିବାରୁ ଏକ ସ୍କୁଟି କ୍ରୟ କରି ସ୍କୁଟି ସାହାଯ୍ୟରେ ନୂଆପଡାକୁ କ୍ଷୀର ଆଣି ବିକ୍ରୟ କରି ଯାଉଛନ୍ତି। ଗୋଟିଏ ଗାଈର କ୍ଷୀରରେ ଭଲ ଲାଭ ହେବାରୁ ତାଠାରୁ ଅଧିକ ଲାଭ ପାଇବା ପାଇଁ ଇଛା ହେଲା। ହେଲେ ହାତରେ ଟଙ୍କା ନାହିଁ। ବ୍ୟାଙ୍କକୁ ଯାଇ ଋଣ ପାଇଁ ଆବେଦନ କଲେ। କିନ୍ତୁ ବ୍ୟାଙ୍କରେ ଜଣଙ୍କୁ ଋଣ ଦିଆଯିବ ନାହିଁ। ଗ୍ରୁପ ମାଧ୍ୟମରେ ଋଣ ଦିଆଯିବ ବୋଲି କହି ମନା କରି ଦେବାରୁ ଆଉ ଚାରିଟି ମାଇକ୍ରୋ ଫାଇନାସରୁ ଟଙ୍କା ଉଠାଇ ଚାରିଟି ଜର୍ସି ଗାଈ ପୁଣି ଆଣିଲେ। ବର୍ତ୍ତମାନ ୫ ଟି ଗାଈ ସ୍ଥାନରେ ୧୫ଟି ଗାଈ ହେଲାଣି। ପ୍ରତିଦିନ ଭୋର ୪ ଟାରୁ ଉଠି ଗାଈର ଯତ୍ନ ନେବା ସହ ଖାଇବାକୁ ଦେଇ କ୍ଷୀର ବାହାର କରି ସକାଳ ୭ ରୁ ୮ ଟା ଭିତରେ ନୂଆପଡା ସହରକୁ ଆସି ଓମଫେଡରେ ୧୪ ଲିଟର କ୍ଷୀର ଦେଇ ବାକିତକ କ୍ଷୀରକୁ ଘର ଘର ବୁଲି ଦେଇଥାନ୍ତି। ଦିନ ୧୦ ଟାରେ ଘରକୁ ଫେରି ଯାଇ ସବୁତକ ଗାଈକୁ ଜଙ୍ଗଲକୁ ଚରାଇବା ନେଇ ପୁଣି ୩ଟାରେ ଘରକୁ ଆଣି ଖାଇ ସାରି ଗାଈର କ୍ଷୀର ବାହାର କରି ସନ୍ଧ୍ୟା ୬ଟାରେ ନୂଆପଡା ସହରକୁ ଆସି କ୍ଷୀର ଦେଇ ଫେରି ଯାଇ ରାତ୍ରିରେ ଗାଈକୁ ପୁଣି ଖାଇବା ପାଇଁ ଦେଇଥାନ୍ତି। ଶାନ୍ତିବାଈ କହିବାନୁଯାୟୀ-ବ୍ୟାଙ୍କକୁ ଯାଇ ଋଣ ମାଗିଲି ମନାକଲେ। ମାଇକ୍ରୋ ଫାଇନାସ ଦ୍ୱାରା ଚାରିଟି ଋଣ କରି ଗାଈ ଆଣି ବେପାର କରୁଛି। ଭଲ ଲାଭ ହେଉଛି। ହେଲେ ମାସକୁ ମାଇକ୍ରୋ ଫାଇନାସ ଋଣ ସୁଝିବାରେ ଟଙ୍କା ସରି ଯାଉଛି। ସେଥିରେ ପରିବାର ଚଳିବା ସହ ଗାଡିରେ ତେଲ ଭରୁଛି। ବର୍ତ୍ତମାନ ୧୫ଟି ଗାଈ,୧୦ଟି ଛେଳି,୨ଟି ମେଣ୍ଡା ଓ ୨୦ଟି କୁକୁଡା ରହିଛି। ଏ ସମ୍ପର୍କରେ ଓଡିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ଟିମନ ବାରାଙ୍କୁ ପଚାରିବାରୁ ଆମେ ଏ ସମ୍ପର୍କରେ ଅବଗତ ନ ଥିଲୁ। ବର୍ତ୍ତମାନ ବ୍ୟାଙ୍କ ମାଧ୍ୟମରେ ଋଣ କରି ଦେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri