Posted inଖେଳ

କୋଭିଡ୍‌- ୧୯ ପ୍ରଭାବ: ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଟୁର୍ନାମେଣ୍ଟ ବାତିଲ

କୋଲକାତା, ୧୨।୧୧: କୋଭିଡ୍‌- ୧୯ ମହାମାରୀ କାରଣରୁ ଆଉ ଏକ ମେଗା ଚେସ୍‌ ଇଭେଣ୍ଟ ବାତିଲ ହୋଇଛି। ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଚେସ୍‌ ଇଣ୍ଡିଆ ରାପିଡ୍‌ ଆଣ୍ଡ ବ୍ଲିଜ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି। ଏହି ଚେସ୍‌ ପ୍ରତିଯୋଗିତା ଭାରତର ପ୍ରଥମ ଚେସ୍‌ ସୁପର ଟୁର୍ନାମେଣ୍ଟର ମାନ୍ୟତା ପାଇଥିଲା। ଗତ ଦୁଇଟି ସଂସ୍କରଣରେ ଏହି ଚେସ୍‌ ପ୍ରତିତଯୋଗିତା ଗ୍ଲୋବାଲ ଚେସ୍‌ କ୍ୟାଲେଣ୍ଡରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲା। ବିଶ୍ୱର ଏକାଧିକ ତାରକା ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ୨୦୧୯ ସଂସ୍କରଣରେ ମାଗ୍ନସ କାର୍ଲସେନ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିଲେ। ଗ୍ରାଣ୍ଡ ଚେସ୍‌ ଟୁରର ଅଂଶବିଶେଷ ହୋଇଥିବା ଏହି ଟୁର୍ନାମେଣ୍ଟରେ ୧୦ଜଣ ଗ୍ରାଣ୍ଡମାଷ୍ଟର ଭାଗ ନେଇଥିଲେ। ପେସାଦାର ଚେସ୍‌ ଖେଳାଳି, ଚେସ୍‌ ଜର୍ନାଲିଷ୍ଟ ଓ ଚେସ୍‌ ପ୍ରେମୀଙ୍କ ନିକଟରେ ଏହାର ଲୋକପ୍ରିୟତା ଶୀର୍ଷକୁ ଛୁଇଁ ଥିଲା।
ଚେସ୍‌ ସହିତ ଜଡିତ ରହି ଆମେ ଗର୍ବିତ। ଗତ ଦୁଇଟି ସଂସ୍କରଣକୁ ବେଶ୍‌ ସଫଳତାର ସହ ଆୟୋଜନ କରିଥିଲୁ। ଭବିଷ୍ୟତରେ ମଧ୍ୟ ଏହି ଟୁର୍ନାମେଣ୍ଟ ଆମେ ଆୟୋଜନ କରିବୁ। ଏହାର ଲୋକପ୍ରିୟତାରେ ମଧ୍ୟ ଆହୁରି ବୃଦ୍ଧି ପରିଲକ୍ଷିତ ହେବ। କିନ୍ତୁ କୋଭିଡ୍‌-୧୯ ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ଏଥର ଏହି ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଟାଟା ଷ୍ଟିଲ୍‌ କର୍ପୋରେଟ ସର୍ଭିସ ଉପସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ଟସ୍‌ ଜିତିଲା ଡିସି, ପ୍ରଥମେ ବୋଲିଂ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ...

ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା...

ନ୍ୟୁଜିଲାଣ୍ଡକୁ ହରାଇଲା ଚିଲି

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଭୁବନେଶ୍ୱର ସମେତ ଗୋଆର ମାର୍ଗାଓରେ ମଧ୍ୟ ଆରମ୍ଭ ହୋଇଛି। ପଣ୍ଡିତ ଜବାହରଲାଲ ନେହେରୁ...

ଜୁଲାଇ ୨୨ ଯାଏ ଆଇଓଏକୁ ମହଲତ

ନୂଆଦିଲ୍ଲୀ,୯ା୭(ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସକୁ ନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଦ୍ୱାରା ନିଯୁକ୍ତ ଆଡ୍‌ହକ ପ୍ୟାନେଲକୁ ଏକ ସପ୍ତାହର...

ସିଏସ୍‌କେକୁ କେବଳ ବୋଲର ବଞ୍ଚାଇପାରିବେ

ଦୁବାଇ,୭।୧୦: ପୂର୍ବରୁ ପ୍ଲେ-ଅପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଜିତିବା ପାଇଁ ବୋଲରଙ୍କ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ମାନ୍ୟତା ହରାଇଲେ ମନ୍ଧାନା

ଦୁବାଇ, ୧୫।୧୦ (ପି.ଟି.)-ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ଆଇସିସି ଦିନିିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ମାନ୍ୟତା ହରାଇଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ...

Advertisement
Archives

Model This Week