କୋଭିଡ୍‌ ପରିଚାଳନା ଚାଲେଞ୍ଜ ଥିଲା: ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଲକ୍‌ଡାଉନ, ଶଟ୍‌ଡାଉନ ସମୟରେ କୋଭିଡ୍‌ କଟକଣା, ଅପରାଧ, ଦୋକାନ ବଜାର ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ଏକ ଚାଲେଞ୍ଜ ରହିଥିଲା। କରୋନା ସମୟରେ ହତ୍ୟା, ଲୁଟ୍‌, ଡକାୟତି ଭଳି ଘଟଣାରେ ମଧ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।
ଏସ୍‌ପି ସ୍ବାଇଁଙ୍କ ସୂଚନା ଅନୁଯାୟୀ, କରୋନା ସମୟରେ ବ୍ରାଉନସୁଗାର ବ୍ୟବସାୟୀ, ଚୋରା ମଦ କାରବାର, ବାଇକ୍‌ ଚୋରି ର଼୍ୟାକେଟକୁ ଧରିବାରେ ପୋଲିସକୁ ସଫଳତା ମିଳିଛି। ଚଳିତବର୍ଷ ଡିସେମ୍ବର ୧୦ସୁଦ୍ଧା ଟାଉନ ଥାନା ଅଞ୍ଚଳରେ ୪.୩୧୯ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ୩ଲକ୍ଷ୧୯ହଜାର ଟଙ୍କା। ଏଥିରେ ସମ୍ପୃକ୍ତି ନେଇ ୧୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୯ଲକ୍ଷ ୭୯ହଜାର ୧୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ମେ’୨୬ରେ ବାଘମାରୀ ଥାନା ଭୋଗଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଡକାୟତି ଏବଂ ବୋମାମାଡ଼ ମାମଲାରେ ସମ୍ପୃକ୍ତି ଥିବା ଏକ ଆନ୍ତଃ ଜିଲା ଡକାୟତି ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଛି। ଜୁନ୧୪ରେ ସଦର ଥାନା ଅଧୀନ ଦଧିମାଛଗାଡ଼ିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାର ପରଦିନ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟାଉନ ଥାନା ଅଧୀନ ଭାଲିଆବାଡି ଗ୍ରାମର ମିକି ଓରଫ ମନୋରଞ୍ଜନ ସାହୁଙ୍କୁ ଜଟଣୀ ବାଇପାସ୍‌ ରୋଡରୁ ଜୁଲାଇ ୮ରେ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୩.୫କୋଟି ମୂଲ୍ୟର(୩.୬୦୨ଗ୍ରାମ) ବ୍ରାଉନସୁଗାର, ଗୋଟିଏ ବାଇକ୍‌, ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। ଜୁଲାଇ୧୪ରେ ୧୬ନଂ. ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧାସ୍ଥିତ ପାଢୀ ବାର୍‌ ଏଣ୍ଡ ରେଷ୍ଟୁରାଣ୍ଟର ଜଣେ ବାର୍‌ କର୍ମଚାରୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟ ୧୨, ୧୮ ଓ ୨୧ ତାରିଖରେ ସଦର ଥାନା ଅଧୀନ ଦଳେଇପୁଟର ହୃଦାନନ୍ଦ ସ୍ବାଇଁଙ୍କ ଘରକୁ ବୋମାମାଡ଼ ମାମଲାରେ ହୃଦାନନ୍ଦଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୋଲିସ ଉପସ୍ଥିତିରେ ବୋମା ମାଡ଼ ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠିଥିଲା। ଅଗଷ୍ଟ ୨୫ରେ ପାରିବାରିକ କଳହରୁ ମୁକୁନ୍ଦପ୍ରସାଦ ଠାରେ ସ୍ତ୍ରୀଙ୍କୁ ଶୋଇଥିବା ଅବସ୍ଥାରେ ପିଟି ହତ୍ୟା ମାମଲାରେ ସେପ୍ଟେମ୍ବର ୯ରେ ଅଭିଯୁକ୍ତ ସ୍ବାମୀ ହରେକୃଷ୍ଣ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରୁ ଗିରଫ କରାଯାଇଥିଲା। ଅକ୍ଟୋବର ୨ରେ ଟାଉନ ପୋଲିସ ଏକ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ ୧୮ଟି ବାଇକ୍‌, ଗୋଟିଏ କାର୍‌ ଜବତ କରିଥିଲା। ଡିସେମ୍ବର ୧୧ରେ ଜଙ୍କିଆ ଥାନା ରମାବିଲି ଗ୍ରାମରେ ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ ସାହୁଙ୍କ ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି। ବାଣପୁର ପୋଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିବା ସହ ୧୫ଟି ଚୋରା ବାଇକ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?