କୋଭିଡ୍‌ ପରିଚାଳନା ଚାଲେଞ୍ଜ ଥିଲା: ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଲକ୍‌ଡାଉନ, ଶଟ୍‌ଡାଉନ ସମୟରେ କୋଭିଡ୍‌ କଟକଣା, ଅପରାଧ, ଦୋକାନ ବଜାର ମଧ୍ୟରେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ଏକ ଚାଲେଞ୍ଜ ରହିଥିଲା। କରୋନା ସମୟରେ ହତ୍ୟା, ଲୁଟ୍‌, ଡକାୟତି ଭଳି ଘଟଣାରେ ମଧ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।
ଏସ୍‌ପି ସ୍ବାଇଁଙ୍କ ସୂଚନା ଅନୁଯାୟୀ, କରୋନା ସମୟରେ ବ୍ରାଉନସୁଗାର ବ୍ୟବସାୟୀ, ଚୋରା ମଦ କାରବାର, ବାଇକ୍‌ ଚୋରି ର଼୍ୟାକେଟକୁ ଧରିବାରେ ପୋଲିସକୁ ସଫଳତା ମିଳିଛି। ଚଳିତବର୍ଷ ଡିସେମ୍ବର ୧୦ସୁଦ୍ଧା ଟାଉନ ଥାନା ଅଞ୍ଚଳରେ ୪.୩୧୯ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ୩ଲକ୍ଷ୧୯ହଜାର ଟଙ୍କା। ଏଥିରେ ସମ୍ପୃକ୍ତି ନେଇ ୧୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୯ଲକ୍ଷ ୭୯ହଜାର ୧୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ମେ’୨୬ରେ ବାଘମାରୀ ଥାନା ଭୋଗଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଡକାୟତି ଏବଂ ବୋମାମାଡ଼ ମାମଲାରେ ସମ୍ପୃକ୍ତି ଥିବା ଏକ ଆନ୍ତଃ ଜିଲା ଡକାୟତି ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଛି। ଜୁନ୧୪ରେ ସଦର ଥାନା ଅଧୀନ ଦଧିମାଛଗାଡ଼ିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାର ପରଦିନ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟାଉନ ଥାନା ଅଧୀନ ଭାଲିଆବାଡି ଗ୍ରାମର ମିକି ଓରଫ ମନୋରଞ୍ଜନ ସାହୁଙ୍କୁ ଜଟଣୀ ବାଇପାସ୍‌ ରୋଡରୁ ଜୁଲାଇ ୮ରେ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୩.୫କୋଟି ମୂଲ୍ୟର(୩.୬୦୨ଗ୍ରାମ) ବ୍ରାଉନସୁଗାର, ଗୋଟିଏ ବାଇକ୍‌, ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। ଜୁଲାଇ୧୪ରେ ୧୬ନଂ. ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧାସ୍ଥିତ ପାଢୀ ବାର୍‌ ଏଣ୍ଡ ରେଷ୍ଟୁରାଣ୍ଟର ଜଣେ ବାର୍‌ କର୍ମଚାରୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ଜଣଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟ ୧୨, ୧୮ ଓ ୨୧ ତାରିଖରେ ସଦର ଥାନା ଅଧୀନ ଦଳେଇପୁଟର ହୃଦାନନ୍ଦ ସ୍ବାଇଁଙ୍କ ଘରକୁ ବୋମାମାଡ଼ ମାମଲାରେ ହୃଦାନନ୍ଦଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୋଲିସ ଉପସ୍ଥିତିରେ ବୋମା ମାଡ଼ ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠିଥିଲା। ଅଗଷ୍ଟ ୨୫ରେ ପାରିବାରିକ କଳହରୁ ମୁକୁନ୍ଦପ୍ରସାଦ ଠାରେ ସ୍ତ୍ରୀଙ୍କୁ ଶୋଇଥିବା ଅବସ୍ଥାରେ ପିଟି ହତ୍ୟା ମାମଲାରେ ସେପ୍ଟେମ୍ବର ୯ରେ ଅଭିଯୁକ୍ତ ସ୍ବାମୀ ହରେକୃଷ୍ଣ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରୁ ଗିରଫ କରାଯାଇଥିଲା। ଅକ୍ଟୋବର ୨ରେ ଟାଉନ ପୋଲିସ ଏକ ଆନ୍ତଃ ରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ ୧୮ଟି ବାଇକ୍‌, ଗୋଟିଏ କାର୍‌ ଜବତ କରିଥିଲା। ଡିସେମ୍ବର ୧୧ରେ ଜଙ୍କିଆ ଥାନା ରମାବିଲି ଗ୍ରାମରେ ନିରାକାରପୁର ଥାନା ଡିଆ ଗ୍ରାମର ବିକାଶ ସାହୁଙ୍କ ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି। ବାଣପୁର ପୋଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିବା ସହ ୧୫ଟି ଚୋରା ବାଇକ୍‌ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri