Posted inଖେଳ

କୋଭିଡ୍‌-୧୯: ଆରବର୍ଷକୁ ଘୁଞ୍ଚିଲା ଥୋମାସ, ଉବର କପ୍‌

ନୂଆଦିଲ୍ଲୀ, ୧୬।୯ (ପି.ଟି.): ଡେନମାର୍କରେ ଆୟୋଜନ ହେବାକୁ ଥିବା ଥୋମାସ ଓ ଉବର କପ୍‌କୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ମଙ୍ଗଳବାର ଏ ନେଇ ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ କେତୋଟି ଆଗଧାଡିର ଦଳ ଟୁର୍ନାମେଣ୍ଟରୁ ଓହରିଯିବା ଫଳରେ ବିଡବ୍ଲ୍ୟୁଏଫ୍‌ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।
ଏହି ଟୁର୍ନାମେଣ୍ଟ ଅକ୍ଟୋବର ୩ରୁ ୧୧ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ମଧ୍ୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ତା’ର ପୁରୁଷ ଓ ମହିଳା ଦଳ ଘୋଷଣା କରିଥିଲା। ତେବେ ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଚାଇନିଜ ତାଇପେଇ, ଆଲଜେରିଆ ସହ ଇଣ୍ଡୋନେସିଆ ଓ ଦକ୍ଷିଣ କୋରିଆ କୋଭିଡ୍‌-୧୯ ପାଇଁ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଫଳରେ ବିଡବ୍ଲ୍ୟୁଏଫ୍‌ ରବିବାର ଏକ ଭର୍ଚୁଆଲ୍‌ କାଉନ୍‌ସିଲ୍‌ ବୈଠକ ଡାକିଥିଲା। ଏଥିରେ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ସିଙ୍ଗାପୁର ଓ ହଂକଂକୁ ବଦଳ ଦଳ ଭାବେ ଟୁର୍ନାମେଣ୍ଟରେ ସାମିଲ କରିବାକୁ ବିଡବ୍ଲ୍ୟୁଏଫ୍‌ ନିଷ୍ପତ୍ତି ନେଇଥିଲା। ତେବେ ଏହି ଦୁଇ ଦେଶ ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାପାନ ଓ ଚାଇନା ମଧ୍ୟ ଓହରିବା ନେଇ ଚିନ୍ତା କରୁଥିଲେ। ସେପ୍ଟେମ୍ବର ୧୮ ତାରିଖ ଅଂଶଗ୍ରହଣ କରିବା ନିଷ୍ପତ୍ତିର ଶେଷ ତାରିଖ ଥିଲା। ସାଇନା ନେହ୍ବାଲ, ପି.ଭି. ସିନ୍ଧୁଙ୍କ ଭଳି ତାରକା ଭାରତୀୟ ଖେଳାଳି ଟୁର୍ନାମେଣ୍ଟର ଟାଇମିଂ ନେଇ ପ୍ରଶ୍ନ ଉଠାଇଥିଲେ। ଉବର କପ୍‌ରେ ଏହି ଦୁଇ ଖେଳାଳି ଭାରତର ନେତୃତ୍ୱ ନେଇଥାନ୍ତେ। ସେହିପରି ଥୋମାସ କପ୍‌ରେ କିଡାମ୍ବୀ ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ପଡିଆକୁ ଓହ୍ଲାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଦିନରେ ଶେଷ ଦିନିକିଆ ଖେଳିଥିଲେ ସଚିନ

ନୂଆଦିଲ୍ଲୀ,୧୮।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଶତକ ମ୍ୟାଚ୍‌ରେ ଗୋଆ ବିଜୟୀ

ମାର୍‌ଗାଓ, ୯।୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜର ଶତକୀୟ ମ୍ୟାଚ୍‌ରେ ଏଫ୍‌ସି ଗୋଆ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଏଫ୍‌ସି...

‘ଉପମହାଦେଶର ସମର୍ଥନ ଭାରତକୁ ସହାୟକ ହୋଇପାରିଲା ନାହିଁ’

ଲଣ୍ଡନ,୧ା୭(ପି.ଟି.)- ଇଂଲଣ୍ଡଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ପୂର୍ବତନ ପାକିସ୍ତାନ ପେସର ସୋଏବ ଅଖ୍‌ତର ଦୁଃଖ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ପରାଜୟ ଦ୍ୱାରା...

ଟିମ୍‌ ଇଣ୍ଡିଆ ଉପସ୍ଥିତରେ ହେବ କୋହଲି ଷ୍ଟାଣ୍ଡ ଉନ୍ମୋଚନ

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଗୁରୁବାର ସ୍ଥାନୀୟ ଫିରୋଜ ଶାହ କୋଟଲାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ଷ୍ଟାଣ୍ଡ...

ବ୍ୟାଟିଂ ବେଳେ ଫିଲ୍ଡ ସେଟ୍‌ କଲେ ଧୋନୀ

କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ...

ଆଫ୍ରିଦି ମୋ କ୍ୟାରିୟର ନଷ୍ଟ କରିଛନ୍ତି: କାନେରିଆ

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନର ହିନ୍ଦୁ କ୍ରିକେଟର ଡାନିସ କାନେରିଆ ଶେଷରେ ମୁହଁ ଖୋଲିଛନ୍ତି। ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦିଙ୍କ ବିରୋଧରେ ସେ ମହା ଅଭିଯୋଗ...

ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା: ଇଞ୍ଜୁରି କାରଣରୁ ୩ ମ୍ୟାଚ୍‌ ଖେଳିପାରିବେନି ଧାଓ୍ବନ

ନଟିଂହାମ,୧୩।୬(ପି.ଟି.)- ଭାରତର ବିଶ୍ୱକପ୍‌ ଅଭିଯାନକୁ ଜୋରଦାର୍‌ ଝଟ୍‌କା ଲାଗିଛି। ବାମହାତ ବୁଢ଼ା ଅଙ୍ଗୁଳି ଭାଙ୍ଗିଯିବା କାରଣରୁ ଇନ୍‌ଫର୍ମ ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଗାମୀ...

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮- ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି।...

Coronavirus Update


Archives

Model This Week

Why Dharitri