କରୋନା ଭ୍ୟାକ୍ସିନକୁ ନେଇ ଖୁସି ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏବେ ଏହାର ସଫଳ ଚିକିତ୍ସାକୁ ନେଇ ଚାଲିଛି ଗବେଷଣା। ଏହାସହ କରୋନା ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ସବୁ ବିକାଶଶୀଳ ଦେଶ ଦିନରାତି ଏକାଠି କରି ସାରିଛନ୍ତି। ଭାରତ ବି ଏ କ୍ଷେତ୍ରରେ ପଛରେ ନାହିଁ। ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍ସିନ ଉପରେ ଏବେ ସମସ୍ତଙ୍କ ନଜର। ଯଦି ସବୁ ଠିକ୍‌ ରୁହେ ତେବେ ୨୦୨୦ ଶେଷ ବେଳକୁ ଦେଶରେ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଦାବି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ। ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’ ଚଳିତ ବର୍ଷ ଶେଷ ବେଳକୁ ଉପଲବ୍ଧ ହୋଇପାରେ। ଆଉ ୨୦୨୧ ଆରମ୍ଭରେ ହିଁ ଭ୍ୟାକ୍ସିନ ବ୍ୟବହାର କରାଯାଇ ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉତ୍ପାଦନ କରୁଛି। ଏବେ ସବୁ ଦେଶ କରୋନା ଭ୍ୟାକ୍ସିନର ଟ୍ରାଏଲ ପାଇଁ ଲାଗି ପଡିଥିବା ବଳେ ଚଳିତ ବର୍ଷ ଶେଷ ବେଳକୁ ଜଣାପଡିବ ଆମର ଦେଶୀ ଭ୍ୟାକ୍ସିନ କରୋନା ପାଇଁ କେତେ ଫଳପ୍ରଦ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି...

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ...

ପ୍ୟାନେଲ ଗଠନ କରାଯିବ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସମୟବଦ୍ଧ ଭାବେ ପ୍ରସ୍ତାବ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ୟାନେଲ ଗଠନ କରିବାକୁ ଯାଉଛନ୍ତି ବୋଲି...

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୨।୭: ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ କରିଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ରାଜୌରୀର ଥାନାମଣ୍ଡି ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏକ ଆତଙ୍କବାଦୀ ଶିବିରର...

ମିନିଟ୍‌ ପିଛା ଅର୍ଡର ହେଉଛି ୧୧୫ ପ୍ଲେଟ୍‌ ବିରିୟାନୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚଳିତ ବର୍ଷ ପ୍ରତି ମିନିଟ୍‌ରେ ୧୧୫ ପ୍ଲେଟ ବିରିୟାନୀ ଅର୍ଡର କରାଯାଉଛି। ମଙ୍ଗଳବାର ଏଭଳି ତଥ୍ୟ ରଖିଛି ଖାଦ୍ୟ ଡେଲିଭର କରୁଥିବା ପ୍ଲାଟଫର୍ମ...

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ...

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ...

Advertisement
Archives

Model This Week