କୋଭିଡ୍‌-୧୯: ଜୀବନ, ଜୀବିକା ଓ କୃଷି

ସମୀର ଦାଶ

ସାରା ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ଆପଣମାନେ ଜାଣିପାରିବେ ଏକ ଭୂତାଣୁଜନିତ ମହାମାରୀ କିପରି ସମଗ୍ର ବିଶ୍ୱକୁ ନିଜ କବଳରେ କଲବଲ କରୁଛି। ଧନୀ, ଗରିବ, ବିକାଶଶୀଳ, ବିକଶିତ ସମସ୍ତ ଦେଶର ଆର୍ଥିକ, ସାମାଜିକ, ଶିକ୍ଷା, ଧାର୍ମିକ ବ୍ୟବସ୍ଥା ବିଶେଷକରି ସମଗ୍ର ମାନବ ଜାତିର ଜୀବନ, ଜୀବିକା ଓ ଜୀବନଶୈଳୀ ଉପରେ ଏହା ଗୁରୁତର ପ୍ରଭାବ ପକାଇଛି। ଏ ବିଶ୍ୱ ମହାମାରୀକୁ ସାମ୍ନା କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ତଥା ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କରିଥିବା ରାଷ୍ଟ୍ରମାନେ ମଧ୍ୟ ଅକ୍ଷମ। ଏ କ୍ଷେତ୍ରରେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ଏ ମହାମାରୀଜନିତ ବିପର୍ଯ୍ୟୟର ଭୟାବହତାକୁ ଅନୁମାନ କରାଯାଇପାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତରେ ଏହାର ସଂକ୍ରମଣ ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀମାନଙ୍କର ଘରବାହୁଡ଼ା ଯୋଗୁ ପରିସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆମ ରାଜ୍ୟ ଏହି କୋଭିଡ୍‌-୧୯ ପରିଚାଳନାରେ ଭଲ ସ୍ଥିତିରେ ଥିଲେ ମଧ୍ୟ ନିଜ ଭିଟାମାଟିକୁ ଫେରିଥିବା ପ୍ରବାସୀମାନଙ୍କ ପାଇଁ ଏହା ଏବେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଖାଲି ସେତିକି ନୁହେଁ, ନିଜ ଭିଟାମାଟିକୁ ଫେରିଆସୁଥିବା ପ୍ରବାସୀମାନଙ୍କୁ ଥଇଥାନ କରିବାଠାରୁ ଆରମ୍ଭକରି ସେମାନଙ୍କ ପାଇଁ କର୍ମ ସଂସ୍ଥାନ ଯୋଗାଇବା, ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ଇତ୍ୟାଦି ସରକାରଙ୍କ ପାଇଁ ଏକ ଆହ୍ବାନ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଶତକଡ଼ା ୮୦ ଭାଗ ଲୋକଙ୍କ ଜୀବନ, ଜୀବିକା କୃଷି ଉପରେ ନିର୍ଭରଶୀଳ। କିନ୍ତୁ ବିଡ଼ମ୍ବନାର ବିଷୟ ପାରମ୍ପରିକ କୃଷି ପ୍ରତି ଅନାଗ୍ରହ, ଉଜୁଡ଼ି ଯାଇଥିବା କୌଳିକ ବୃତ୍ତି ପ୍ରତି ବିମୁଖ ହୋଇ ଜୀବିକା ଅନ୍ବେଷଣରେ ଅନେକ ଯୁବ ସମ୍ବଳ ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିଲେ। ଶିଳ୍ପପତି, ଠିକାଦାରମାନଙ୍କ ଶୋଷଣର ଶିକାର ହୋଇ ସ୍ବଳ୍ପ ଦରମାରେ ନିଜର ଶ୍ରମଦାନ କରି ନିଜ ପରିଚୟକୁ ହଜାଇ ଦେଇଥିଲେ। ହାଡ଼ଭଙ୍ଗା ପରିଶ୍ରମ ସାଙ୍ଗକୁ ଭଡ଼ା ଘରେ ନିଃସଙ୍ଗ ଭାବରେ ଅବସାଦରେ ଜୀବନ ବିତାଉଥିଲେ। ଏ ମହାମାରୀ କରୋନା ପ୍ରଭାବରେ ନିଜର ଜୀବନ ବଞ୍ଚାଇବା ପାଇଁ ଜୀବିକାକୁ ଜଳାଞ୍ଜଳି ଦେଇ ଫେରିଆସିଛନ୍ତି ନିଜ ଭିଟାମାଟିକୁ, ମା’ କୋଳକୁ। ସେମାନଙ୍କ ପାଇଁ ସମୟ ଆସିଛି ଆତ୍ମଚିନ୍ତନ କରିବାର, ନିଜର ପରିଚୟ ଖୋଜିବାର।
ଏଠାରେ ମୁଁ ଗୋଟେ କଥା କହି ରଖିବାକୁ ଚାହୁଁଛି, ଯେତେବେଳେ ସାରା ବିଶ୍ୱରେ କୌଣସି ସଭ୍ୟତା ଆରମ୍ଭ ହୋଇ ନ ଥିଲା ସେ ସମୟରେ ଭାରତ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ସଭ୍ୟତା ଭାବରେ ପରିଗଣିତ ହେଉଥିଲା। ଭାରତବର୍ଷରେ କୃଷି ସମ୍ବନ୍ଧୀୟ ଉଦ୍ଭାବନ ଓ ଆବିଷ୍କାର ରାମାୟଣ, ମହାଭାରତଠାରୁ ଆରମ୍ଭକରି ସିନ୍ଧୁ ସଭ୍ୟତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ମାନବ ସଭ୍ୟତାର ପ୍ରାଥମିକ ଏବଂ ମୌଳିକ ବୃତ୍ତି ବା ଜୀବିକା ହେଉଛି କୃଷି। ଦେଖନ୍ତୁ, ଆପଣ ସକାଳୁ ଉଠନ୍ତି, ବିଛଣା ଛାଡ଼ନ୍ତି, ଆପଣଙ୍କର କେଉଁ ବିଛଣା, ତୁଳା, କତା… ଏ ସବୁ କୃଷିଜାତ ଦ୍ରବ୍ୟ। ଚା’ କିମ୍ବା କଫି ପିଅନ୍ତି। ଚା’ ସହିତ ବିସ୍କୁଟ ଖାଆନ୍ତି, ମାନେ କ୍ଷୀର, ଚିନି, ମଇଦା ଇତ୍ୟାଦି… ପୁଣିଥରେ କୃଷି। ଗାଧୋଇବା ସମୟରେ ଆପଣମାନେ ଯାହାବି ସାବୁନ ବ୍ୟବହାର କରନ୍ତି, ନିମ୍‌, ଆଲୋଭେରା, ଫ୍ଲୋରାଲ, ଟୁଥ୍‌ ପେଷ୍ଟ କିମ୍ବା ଶାମ୍ପୁ, ଏହିସବୁ ମଧ୍ୟ କୃଷିଜାତ ଦ୍ରବ୍ୟ। ଆପଣ ପିନ୍ଧୁଥିବା ପ୍ୟାଣ୍ଟ ଶାର୍ଟ ଝୋଟ ନା ? ତା’ଛଡ଼ା ବଡ଼ ବଡ଼ ଭଣ୍ଡାର ଘର ଦେଖିଥିବେ, ନ ହେଲେ ଡ୍ୟାମ୍‌, କେନାଲ, ବଡ଼ ବଡ଼ କଳକାରଖାନା ଏହି ସବୁଥିରେ ବ୍ୟବହାର ହେଉଥିବା କଞ୍ଚାମାଲ ସବୁ କୃଷି କ୍ଷେତ୍ରରୁ ହିଁ ଆସେ। କୃଷି ବିନା, କୃଷିଜାତ ଦ୍ରବ୍ୟ ବିନା ଆମେ ଗୋଟାଏ ଦିନ ମଧ୍ୟ ବଞ୍ଚିବା କଷ୍ଟକର। ଆଉ ଏ ସବୁ କୃଷିଜାତ ଦ୍ରବ୍ୟର ଉତ୍ପାଦକ କିଏ, କୃଷକ ମାନେ ସାଧାରଣ ଚାଷୀ। ମୋର ଏ କଥା ଲେଖିବାର ଉଦ୍ଦେଶ୍ୟ ଗୋଟିଏ ସାଧାରଣ ଚାଷୀର ମହତ୍ତ୍ୱ ଆମ ଜୀବନରେ କେତେ ତାହା ଆପଣମାନେ ଅନୁଭବ କରନ୍ତୁ। ଆଜି ସାରା ବିଶ୍ୱର ଅର୍ଥନୀତି ଏକ ବିପର୍ଯ୍ୟୟ ମଧ୍ୟ ଦେଇ ଗତି କରୁଥିବା ବେଳେ ବିଶେଷଜ୍ଞମାନଙ୍କ ମତରେ ଭାରତର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିଲେ ମଧ୍ୟ ପରବର୍ତ୍ତୀ ସମୟରେ କୃଷି ଉତ୍ପାଦନ ଦ୍ୱାରା ହିଁ ଏହାର ପୁନଃ ଭରଣା କରାଯାଇପାରିବ।
ଏ ପରିସ୍ଥିତିରେ ମୋର କହିରଖିବାର କଥା, ସେତେବେଳର ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା ଏବେ ନାହିଁ। ଆଧୁନିକ ଜ୍ଞାନକୌଶଳ, ସମ୍ପ୍ରସାରିତ ଜଳସେଚନ ସୁବିଧା, ବୈଷୟିକ ତାଲିମ, କୃଷି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଏବଂ ପ୍ରତ୍ୟକ୍ଷ ସହଯୋଗ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର କୃଷି ଆଜି ବିକଶିତ। ଗଲା ଦଶ ବର୍ଷରେ ଓଡ଼ିଶାର ଖାଦ୍ୟଶସ୍ୟ ଉତ୍ପାଦନର ବୃଦ୍ଧିକୁ ଲକ୍ଷ୍ୟ କଲେ ଆପଣମାନେ ତାହା ଜାଣିପାରିବେ।
ଏହି ପରିପ୍ରେକ୍ଷୀରେ ମୋର ନିଜ ରାଜ୍ୟକୁ ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀମାନଙ୍କୁ ଅନୁରୋଧ ସେମାନେ ହତୋତ୍ସାହିତ ନ ହୋଇ ସରକାରଙ୍କ ଅଧୀନରେ ପଞ୍ଜୀକରଣ କରନ୍ତୁ। ପଞ୍ଚାୟତ ସ୍ତରରେ ପ୍ରସ୍ତୁତ ହେଉଥିବା ତାଲିକାରେ ଶ୍ରମିକ, କୁଶଳୀ ଶ୍ରମିକ, ଚାକିରିଆ ଇତ୍ୟାଦି ଶ୍ରେଣୀଭୁକ୍ତ କରାଯାଉଛି। ଯେଉଁମାନେ କୁଶଳୀ ଶ୍ରମିକ କଳକାରଖାନା ଚାଲିଲେ ସେମାନେ ଫେରିଯାଇପାରନ୍ତି। ତଥାପି ସେମାନଙ୍କ କୁଶଳତାକୁ ଦୃଷ୍ଟିରେ ରଖି ଯୋଜନାମାନ ପ୍ରସ୍ତୁତ କରାଯାଉଛି। କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା କୃଷି ଶ୍ରମିକର ଅଭାବ ପୂରଣ କରିବା ଲାଗି ପ୍ରବାସୀ ଶ୍ରମିକମାନଙ୍କର ଯୋଗଦାନ ରହିଲେ ସେମାନେ ନିଜ ଅଞ୍ଚଳରେ କୃଷି କାର୍ଯ୍ୟ କରିବା ସହିତ ସମ୍ମାନର ସହ ବଞ୍ଚିପାରିବେ। କୃଷି କାର୍ଯ୍ୟ ପାଇଁ ପ୍ରବାସୀ ଶ୍ରମିକମାନେ ନିଜ ଅଞ୍ଚଳରେ ନିଜର ଶ୍ରମଦାନ କରିପାରିଲେ ଖାଦ୍ୟଶସ୍ୟ ଉତ୍ପାଦନରେ ନିଜେ ସ୍ବାବଲମ୍ବୀ ହେବା ସହିତ ରାଜ୍ୟର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ। ଏଥିପାଇଁ ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ, ଓଡ଼ିଶା ଭୂସଂସ୍କାର ଆଇନ ମାଧ୍ୟମରେ ଭୂମିହୀନଙ୍କୁ କୃଷି କାର୍ଯ୍ୟ ପାଇଁ ଚାଷ ଜମି ଯୋଗାଇଦେବା ତଥା ଭାଗଚାଷୀଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଜମି, ଜଳ, ଜଙ୍ଗଲ, ଜନ୍ତୁ ଏବଂ ଜନ- ଏହି ପାଞ୍ଚ ‘ଜ’ର ସମ୍ବଳରେ ଓଡ଼ିଶାର ମାଟି ଭରପୂର। ଏହାର ସଦୁପଯୋଗ ତଥା ସମନ୍ବିତ ପରିଚାଳନାରେ ନିଜକୁ ନିୟୋଜିତ କରିପାରିଲେ ଆମର ଜୀବନ ସୁରକ୍ଷିତ ରହିବା ସହିତ ଜୀବିକା ମଧ୍ୟ ସୁରକ୍ଷିତ ରହିପାରିବ।
ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?