ଅବସାଦଗ୍ରସ୍ତ ଯୁବପିଢ଼ି

ଡ. ବାସନ୍ତୀ ମହାନ୍ତି

ସୁଶାନ୍ତ ସିଂ ରାଜପୁତଙ୍କ ପରେ ଓଡ଼ିଶାରେ ହାର୍ଦ୍ଦିକ ପଟ୍ଟନାୟକଙ୍କ ଆମତ୍ହତ୍ୟା ସମସ୍ତଙ୍କୁ ବେଦନାବ୍ୟଥିତ କରିଦେଇଛି, ଦୁହେଁ ଉଦୀୟମାନ ମେଧାବୀ ଛାତ୍ର ଥିଲେ। ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ସ୍ବଇଚ୍ଛାରେ ଗ୍ଲାମରସ ଦୁନିଆକୁ ଆସିଥିଲେ। ଖୁବ୍‌ କମ୍‌ଦିନ ଭିତରେ ନିଜ ପ୍ରତିଭା ପ୍ରଦର୍ଶନ କରି ବେଶ୍‌ ନଁା କମେଇ ପାରିଥିଲେ। ପ୍ରତିଯୋଗିତାପୂର୍ଣ୍ଣ ରାସ୍ତାରେ ଝଡ଼ଝଞ୍ଜା ଓ ଷଡ଼ଯନ୍ତ୍ରର ଶିକାର ହୋଇ ଅବସାଦଗ୍ରସ୍ତ ହେଲେ। ଏତେ ପ୍ରତିଭାଶାଳୀ ହେବା ସତ୍ତ୍ୱେ ସେ ଉତୁରିପାରିଲେ ନାହିଁ ବିଷାଦବାଦରୁ। ଲକ୍‌ଡାଉନ୍‌ରେ ଆହୁରି ଘନୀଭୂତ କଲା ତାଙ୍କ ମାନସିକ ଚାପ। ଶେଷରେ ସେ ଆମତ୍ହତ୍ୟା ନିଷ୍ପତ୍ତି ନେଲେ। ହାର୍ଦ୍ଦିକ ପଟ୍ଟନାୟକ ମଧ୍ୟ ପ୍ରତିଭାବାନ୍‌ ଛାତ୍ର। କୃତିତ୍ୱର ସହ ଇଞ୍ଜିନିୟରିଂ ପାସ୍‌ ପରେ ବାଙ୍ଗାଲୋରରେ ରହୁଥିଲେ ଚାକିରି ସନ୍ଧାନରେ। କରୋନାଜନିତ ଲକ୍‌ଡାଉନ୍‌ ସମୟରେ ବାଙ୍ଗାଲୋରରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କ ସୁଇସାଇଡାଲ୍‌ ନୋଟ୍‌ରେ ସେ ନିଜ ବ୍ୟକ୍ତିଗତ ବ୍ୟର୍ଥତା ହିଁ ଆମତ୍ହତ୍ୟାର ହେତୁ ବୋଲି ଦର୍ଶାଇଛନ୍ତି।
ସୁଶାନ୍ତ ଉଚ୍ଚବର୍ଗର ଥିବାବେଳେ ହାର୍ଦ୍ଦିକ ଥିଲେ ନିମ୍ନ ମଧ୍ୟବିତ୍ତ ବର୍ଗର। ଦୁହିଁଙ୍କର ଖାଦ୍ୟ, ବସ୍ତ୍ର ଓ ବାସଗୃହର ଅଭାବ ନ ଥିଲା, ଆହୁରି ବର୍ଷେ କାଳ ଲକ୍‌ଡାଉନ୍‌ ରହିଲେ ବି ଏ ଦୁହିଁଙ୍କର ଖାଇବା ପିନ୍ଧିବା ରହିବାରେ କିଛି ଅସୁବିଧା ହୋଇ ନ ଥାନ୍ତା, ତଥାପି ଏମାନଙ୍କୁ ଅବସାଦ ଗ୍ରାସକଲା। ଜୀବନକୁ ଭଲ ପାଇପାରିଲେ ନାହିଁ। ବଞ୍ଚତ୍ବା ସେମାନଙ୍କ ପାଇଁ ଦୁର୍ବିଷହ ହୋଇପଡିଲା। ମୁକ୍ତି ଚାହିଁଲେ ଜୀବନରୁ। ଲକ୍‌ଡାଉନ୍‌ ଅନ୍ତେ ନୂଆ କରି ଜୀବନକୁ ଗଢ଼ିବାର ପ୍ରୟାସ କଲେ ନାହିଁ।
ଇୟେ ଆରମ୍ଭ ମାତ୍ର। ଈଶ୍ୱର କରନ୍ତୁ, ଆଉ ଏପରି ହୃଦୟବିଦାରକ ଖବର ନ ଆସୁ। ଏଇଠୁ ଶେଷ ହୋଇଯାଉ ଏ ସାମାଜିକ ସଙ୍କଟ। ଲକ୍‌ଡାଉନ୍‌ ଭାରତୀୟ ଅର୍ଥନୀତିକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ରାସ୍ତାଘାଟରେ ଲକ୍ଷ ଲକ୍ଷ ଦରିଦ୍ର ନିରନ୍ନ ଜନତାଙ୍କର ଡହଳ ବିକଳର ଛାତିଫଟା ଦୃଶ୍ୟ କେବେ କେଉଁ କାଳେ ଦେଖା ନ ଥିଲା। ସାରା ଭାରତରେ ଲକ୍ଷ ଲକ୍ଷ ଶୂନ୍ୟବିତ୍ତ ମଣିଷ ଯାହାର ମୁଣ୍ଡ ଉପରେ ଛାତ ନ ଥିଲା, ଖାଇବା ପାଇଁ ଦାନା ନ ଥିଲା, ତଥାପି ବଞ୍ଚତ୍ବା ପାଇଁ ସେମାନେ ଯେପରି ଡହଳ ବିକଳ ହେଉଥିଲେ ସେମାନଙ୍କଠାରୁ ଆମର ଯଥେଷ୍ଟ ଶିଖିବାର ଅଛି। ସେମାନେ ଜୀବନ ପାଇଁ ଧାଉଁଥିଲେ। ସେମାନେ ଯେମିତି ଜୀବନକୁ ଭଲ ପାଇଛନ୍ତି ଆମେ ପାଉ ନାହଁୁ। ନୈରାଶ୍ୟବୋଧ, ଅନିଶ୍ଚିତ ଭବିଷ୍ୟତ, ଆତଙ୍କପ୍ରଦ ବର୍ତ୍ତମାନ ସେମାନଙ୍କଠାରୁ ଜୀବନ ପ୍ରତି ମମତା ଛଡାଇ ନେଇପାରି ନ ଥିଲା, ବଞ୍ଚତ୍ବାର ମୋହ ସେମାନଙ୍କୁ ଭୋକଶୋଷରେ ଖାଲି ପାଦର ସାହାରାରେ ଶହ ଶହ କିଲୋମିଟର ଚାଲିବାର ଯେଉଁ ପ୍ରେରଣା ଦେଲା ତାହା ଅତୁଳନୀୟ। ଜୀବନବିମୁଖ ମଣିଷ ପାଇଁ ଏହା କମ୍‌ ଉପାଦେୟ ନୁହେଁ।
ଜୀବନର ଅନ୍ୟନାମ ସଂଘର୍ଷ, ସଫଳତା ଓ ବିଫଳତା ଉଭୟ ଜୀବନକୁ ମହିମାମଣ୍ଡିତ କରିଥାଏ। ଯେ ବିଫଳତାର ସ୍ବାଦ ଚାଖିନାହିଁ ସଫଳତା ତା’ ପାଇଁ ଅବସାଦକର। ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାର ସସାଗରା ଧରା ବିଜୟ ଲାଭ କରିସାରି ଶେଷରେ କାନ୍ଦି ପକେଇଥିଲେ, କାରଣ ତାଙ୍କ ପାଇଁ ଆଉ ଜୟ କରିବାକୁ ଭୂମି ନାହିଁ। ସେହିପରି ସାମାନ୍ୟ ବିଫଳତାରେ ବିଚଳିତ ହୋଇ ଆମତ୍ହତ୍ୟା କରିବସିଲେ ସଫଳତାର ରାସ୍ତା ଚିରକାଳ ପାଇଁ ବନ୍ଦ ହୋଇଯିବ।
ବିଶ୍ୱର ସବୁଠାରୁ ବିଳାସମୟୀ ନାରୀ ଡାଏନା, ଯିଏ ପରବର୍ତ୍ତୀ କାଳରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ସେ ଦୁର୍ଘଟଣା ପୂର୍ବରୁ ପାଞ୍ଚଥର ଆମତ୍ହତ୍ୟା ପ୍ରୟାସ କରିଥିଲେ। ସଫଳତାର ଶୀର୍ଷ ସୀମାରେ ପହଞ୍ଚିଥିବା ଅଭିନେତା ରବିନ୍‌ ୱିଲିଅମ୍‌ ଓ ଗାୟକ ଚେଷ୍ଟରଟନ୍‌ ଅବସାଦପୀଡିତ ହୋଇ ଆମତ୍ହତ୍ୟା କରିଥିଲେ। ଉଚ୍ଚ ଅଭିଳାଷ ଚରିତାର୍ଥ ହୋଇଗଲେ ଜୀବନର ଉଦ୍ଦେଶ୍ୟ ସରିଯିବା ପରି ଲାଗେ। ବ୍ୟକ୍ତି ଆମତ୍ହତ୍ୟା କରି ବସେ। ଉଚ୍ଚାଭିଳାଷ ଚରିତାର୍ଥ ହୋଇ ନ ପାରିଲେ ମଣିଷର ଆମତ୍ହତ୍ୟା ପ୍ରବୃତ୍ତି ଜାଗେ। ମାର୍ଟିନ୍‌ ଲୁଥର କିଙ୍ଗ୍‌ ୧୩ ବର୍ଷ ବୟସରେ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ହ୍ୟାରି ପୋଟର୍‌ ଲେଖକ ଜେ.କେ. ରାଓଲିଂ ମଧ୍ୟ ସେହି ଉଦ୍ୟମ କରିଥିଲେ। ଏବେ ବିଶ୍ୱରେ ସବୁଠାରୁ ଅଧିକ ବିକ୍ରି ହେଉଛି ତାଙ୍କ ବିରଚିତ ପୁସ୍ତକ। ଜନ୍‌ କିଟ୍‌ସ୍‌ ମଧ୍ୟ ଯୁବାବସ୍ଥାରେ ଆମତ୍ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ସେ ଇଂଲିଶ ସାହିତ୍ୟରେ ଜଣେ ପ୍ରତିଷ୍ଠିତ କବି ହେବାର ପ୍ରସିଦ୍ଧି ଲାଭ କରିଥିଲେ। ଲର୍ଡ କ୍ଲାଇବ୍‌ ଅନୁରୂପ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ଭାରତ ଆସି ଜଣେ ଦକ୍ଷ ପ୍ରଶାସକ ଭାବରେ ସୁନାମ ଅର୍ଜନ କରିଥିଲେ। ଏମିତି ଅନେକ ସଫଳ ମଣିଷ ଅଛନ୍ତି, ଯେଉଁମାନେ ଆମତ୍ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇ ପରେ ସଫଳତାର ଶୀର୍ଷ ସ୍ଥାନକୁ ଯାଇପାରିଥିଲେ। ଦୁର୍ଭାଗ୍ୟକୁ ଯଦି ସେମାନଙ୍କର ମୃତ୍ୟୁ ହୋଇଥା’ନ୍ତା ସେମାନଙ୍କ ଅବଦାନରୁ ମଣିଷ ସମାଜ ବଞ୍ଚତ୍ତ ହୋଇଥା’ନ୍ତା।
ଜୀବନ ଖୁବ୍‌ ସୁନ୍ଦର। କେବଳ ବଞ୍ଚତ୍ଜାଣିଲେ ହେଲା। ବଞ୍ଚତ୍ବାର କଳାକୌଶଳ ହାସଲ କରିବା ଏମିତି କିଛି ବଡ଼ କଥା ନୁହେଁ। ଜୀବନକୁ ଅତିଶୟ ଭଲ ପାଇଲେ, ଜୀବନ ପ୍ରତି ମମତା ଜାଗିଲେ ଆପେ ଆପେ ବଞ୍ଚତ୍ବାର ବାଟ ଫିଟିଯାଏ। ମହାଭାରତ ଯୁଦ୍ଧରେ ଅର୍ଜୁନ ଆମତ୍ୀୟସ୍ବଜନଙ୍କୁ ଶତ୍ରୁ ପକ୍ଷରେ ଦେଖି ସେମାନଙ୍କୁ ବଧ କରିବାର ଦ୍ୱନ୍ଦ୍ୱରେ ବିଷାଦଗ୍ରସ୍ତ ହୋଇପଡିଥିଲେ। ତାଙ୍କୁ ବୁଝେଇବା ପାଇଁ ଶ୍ରୀକୃଷ୍ଣଙ୍କୁ ୧୮ ଅଧ୍ୟାୟ ଗୀତାର ବୟାନ କରିବାକୁ ପଡିଥିଲା। ସେଇ ଗୀତା ଏବେ ଅବସାଦଗ୍ରସ୍ତ ମଣିଷମାନଙ୍କ ପାଇଁ ଶ୍ରେଷ୍ଠ ସମ୍ପଦ ହୋଇ ରହିଛି। ଅର୍ଜୁନ ଯିଏ ବିଶ୍ୱର ପ୍ରଥମ ଅବସାଦଗ୍ରସ୍ତ ମଣିଷ ସେଇ ଗୀତାର ପ୍ରଭାବରେ ବିଶ୍ୱର ଶ୍ରେଷ୍ଠ ଯୋଦ୍ଧାର ମାନ୍ୟତା ପାଇଥିଲେ।
ଆମ ଜୀବନଧାରାକୁ ଶୃଙ୍ଖଳିତ କରିବା ପାଇଁ ଆମ ପାଖରେ ଦୁଇଟି ଅମୂଲ୍ୟ ସମ୍ପଦ ଆମ ପୂର୍ବ ପୁରୁଷମାନେ ଛାଡିଦେଇ ଯାଇଛନ୍ତି, ଗୋଟିଏ ହେଲା ରାମାୟଣ ଓ ଅନ୍ୟଟି ମହାଭାରତ। ରାମାୟଣ କେମିତି ବଞ୍ଚତ୍ବାକୁ ହୁଏ ସେକଥା କହେ। ନୀତି ନିୟମର ପରିସର ଭିତରେ ରହି ସତ୍ୟରକ୍ଷା, ରାଜାର କର୍ତ୍ତବ୍ୟ, ଭାଇ, ପୁତ୍ର, ପତ୍ନୀ, ମାଆମାନଙ୍କର କର୍ତ୍ତବ୍ୟ ଆଦି କଥା, ବନ୍ଧୁ ଓ ସେବାକାରୀଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କଥା କହେ। କିନ୍ତୁ ମହାଭାରତରେ ଏହି ସବୁ ପରିସ୍ଥିତିକୁ କୌଶଳପୂର୍ଣ୍ଣ ଊପାୟରେ କେମିତି ଅତିକ୍ରାନ୍ତ କରିବାକୁ ହୁଏ, ସବୁ ବାଧା ବନ୍ଧନକୁ ସକାରାମତ୍କ ସ୍ପର୍ଶ ଦେଇ କେମିତି କାଟିବାକୁ ହୁଏ ସେ କଥା ରହିଛି। କେତେବେଳେ ଜୀବନ ପାଇଁ କେଉଁ ପ୍ରକାର କର୍ତ୍ତବ୍ୟ ସ୍ଥିର କରାଯିବ ସେ କଥା ସମୟ କହିବ। ଗୋଟାଏ ବିନ୍ଦୁରେ ଅଟକିଗଲେ ଜୀବନ ତୁଚ୍ଛ ଲାଗେ। ସମାଜ ଭୟ ଦେଖାଏ। ସମସ୍ୟା କାଳ ହୋଇ ଆମକୁ ଗ୍ରାସ କରିଦିଏ। ଆମେ ବିଧ୍ୱସ୍ତ ହେଇଯାଉ।
ଆମେ ସଜାଗ ରହିବା। ପ୍ରତିକୂଳ ପରିସ୍ଥିତିର ଗତିବିଧି ଦେଖି ଆମର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ। କରୋନା ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। କିନ୍ତୁ ଆମେ ସେଇଠି ଅଟକିଯିବା ନାହିଁ। ଆମକୁ ପରସ୍ପର ସହଯୋଗରେ ଆମତ୍ନିର୍ଭରଶୀଳ ହୋଇ ଆବଶ୍ୟକତାର ସାମ୍ନା କରିବାକୁ ହେବ। ଆମକୁ ପୁଣି ନିରନ୍ନଙ୍କ ମୁହଁରେ ଅନ୍ନ ଦେବାକୁ ହେବ। କାମିକାଙ୍କ ହାତକୁ କାମ ଦେବାକୁ ହେବ। ସେଥିପାଇଁ ଆବଶ୍ୟକ ମନୋବଳ ଓ ଆମତ୍ବିଶ୍ୱାସ। ମନୋବଳ ଦୃଢ଼ ଥିଲେ କୌଣସି ବିପର୍ଯ୍ୟୟ ଆମକୁ ବିପର୍ଯ୍ୟସ୍ତ କରିପାରିବ ନାହିଁ। ଉଇ ହୁଙ୍କାଟିଏ ବି ସମୟକ୍ରମେ ହିମାଳୟ ରୂପ ନେବ। କିନ୍ତୁ ଯଦି ମନୋବଳ ଦୁର୍ବଳ ହୋଇଯାଏ ତେବେ ଶତ ଶତ ହିମାଳୟ ମଧ୍ୟ ଭାଙ୍ଗିତୁଟି ଯିବାପାଇଁ ମୁହୂର୍ତ୍ତେ ଲାଗିବ ନାହିଁ।
୨୧୩, ବ୍ଲକ୍‌ -ସି, ଏମେରାଲ୍ଡ ଆପାର୍ଟମେଣ୍ଟ,
ଲକ୍ଷ୍ମୀସାଗର, ଭୁବନେଶ୍ୱର, ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?