ମଧ୍ୟବିତ୍ତଙ୍କୁ ମାଡ଼

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଏବଂ ଏକାଧିକ ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ଚାକିରି ହରାଇଲେ। ଏହି ସଙ୍କଟ ଭିତରେ ଗରିବ ତଥା ବଞ୍ଚିତ ବର୍ଗଙ୍କ ବଞ୍ଚିବା ପାଇଁ ସରକାର ଅନେକ ଉତ୍ସାହପ୍ରଦ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା କୁହାଯାଉଛି। ଉକ୍ତ ବିପୁଳ ଆବଣ୍ଟିତ ଅର୍ଥରାଶି ମଧ୍ୟ ଖାଉଟିଙ୍କ ଉପଭୋଗ ଓ ଚାହିଦାକୁ ସଞ୍ଜୀବିତ କରିବ ବୋଲି ଆଶା କରାଯାଉଥିଲା। ଅବଶ୍ୟ ଏହି ଅର୍ଥର ଏକ ସିଂହଭାଗ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଉପକୃତ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟତଃ କିଛି ନାହିଁ। ମଧ୍ୟବିତ୍ତ ବର୍ଗ, ବିଶେଷକରି ବେତନଭୋଗୀ କର୍ମଚାରୀ ଏକ ବଡ ଉପଭୋକ୍ତା ଗୋଷ୍ଠୀ, ଯେଉଁମାନେ କି ୨୦୧୪ ଓ ୨୦୧୯ରେ ମୋଦି ସରକାରଙ୍କର ସବୁଠାରୁ ବଡ଼ ସମର୍ଥକ ଥିଲେ, ସେମାନେ ଏବେ ମହାମାରୀ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି। ଆୟକର ନିୟମରେ ପରିବର୍ତ୍ତନ ସମେତ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ପ୍ୟାକେଜ୍‌ ଘୋଷଣା ଦ୍ୱାରା ସେମାନେ ବିଶେଷ କିଛି ଲାଭ ପାଇପାରି ନାହାନ୍ତି। କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ ନାନା ଜନକଲ୍ୟାଣ ଯୋଜନାରେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳର ଗରିବ ତଥା ଦେଶର ଶ୍ରମିକ ଶ୍ରେଣୀର ଲୋକ କିଛି କିଛି ସହାୟତା ପାଇଛନ୍ତି। ସମ୍ପ୍ରତି ସରକାର ଗ୍ରାମାଞ୍ଚଳ ଓ ଗରିବଙ୍କ ପାଇଁ ଯେଉଁ ବିପୁଳ ପରିମାଣର ଅର୍ଥରାଶି ମଞ୍ଜୁର କରିଛନ୍ତି, ତାକୁ ଦେଖି ସାଧାରଣରେ ଏହି ଧାରଣା ସୃଷ୍ଟି ହେଉଛି ଯେ, ସରକାରଙ୍କର ସବୁ ଯୋଜନା କେବଳ ଗ୍ରାମାଞ୍ଚଳ ଓ ଗରିବଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ଏହି ଲୋକମାନଙ୍କୁ, ବିଶେଷକରି କୃଷି ଶ୍ରମିକମାନଙ୍କୁ ଆତ୍ମତୁଷ୍ଟ କରି ରଖିଛନ୍ତି। ପରିବାର ଚଳାଇବା ପାଇଁ ବାହାରକୁ ଯାଇ କ୍ଷେତରେ କାମ କରିବାକୁ ସେମାନଙ୍କର ଆଉ ସ୍ପୃହା ନାହିଁ କିମ୍ବା ଜରୁରୀ ଆବଶ୍ୟକତା ବି ନାହିଁ। ଯେଉଁ ଲୋକମାନେ ସରକାରଙ୍କର ଏହି ମାଗଣା ଦାନରେ ବଞ୍ଚିବାକୁ ଚାହୁଁ ନ ଥିଲେ ଏବଂ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ, ସେମାନେ ନିର୍ମାଣ, ରିଅଲ୍‌ ଇଷ୍ଟେଟ୍‌, ଛୋଟବଡ଼ ବେପାର ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସହରାଞ୍ଚଳକୁ ଗଲେ। ବହୁସଂଖ୍ୟକ ଶ୍ରମିକ ଶ୍ରେଣୀର ଲୋକ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯିବା ଫଳରେ ଗ୍ରାମାଞ୍ଚଳରେ ଚାଷଜମିରେ କାମ କରିବା ପାଇଁ କୃଷିଶ୍ରମିକଙ୍କ ଅଭାବ ଦେଖାଦେଲା। କ୍ଷେତରେ କାମ କରୁଥିବା ଶ୍ରମିକଙ୍କ ଅଭାବ ଦେଖାଦେବାରୁ ଧନୀ ଜମିମାଲିକମାନେ ଅସନ୍ତୁଷ୍ଟ ହେବା ଦେଖାଗଲା। ଉପା ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (MGNREGS) ଏକ ଦୁଇଧାରିଆ ଖଣ୍ଡା ଭାବରେ କାମ କଲା। ଏହି ଯୋଜନା ଧନୀମାନଙ୍କୁ ସରକାରଙ୍କଠାରୁ ଦୂରେଇ ରଖିଥିବାବେଳେ ହିତାଧିକାରୀଙ୍କୁ ପ୍ରତିଶ୍ରୁତ ସଂଖ୍ୟକ କାର୍ଯ୍ୟଦିବସ ପ୍ରଦାନ କରି ନ ପାରିବାରୁ ସେମାନେ ଉତ୍ତମ ଆୟ ପାଇଁ ସହରାଞ୍ଚଳକୁ ଯିବାକୁ ବାଧ୍ୟ ହେଲେ। ଏହା ଉପା ସରକାର ବିରୋଧରେ ଏକ ବଡ଼ ଧରଣର ନିରାଶା ଭାବ ସୃଷ୍ଟି କରିଥିଲା। ଏହି ଅସନ୍ତୋଷର ଲହରି ଭାରତୀୟ ଜନତା ପାର୍ଟି (ଭାଜପା)କୁ ୨୦୧୪ରେ କ୍ଷମତାକୁ ଆସିବାରେ ସାହାଯ୍ୟ କରିଥିଲା। ତେବେ କୋଭିଡ୍‌-୧୯ ସଂକ୍ରମଣ ପୂର୍ବରୁ ଏବଂ ପରେ ଏହି ନୀତି ଲୋକଙ୍କୁ ସତ୍ୱର ଏହି ସରକାରଙ୍କଠାରୁ ଦୂରେଇ ଦେଇଛି ଏବଂ ବର୍ତ୍ତମାନ ମୋଦି ସରକାର ପାଇଁ ଏହା ବିପଦ ସୃଷ୍ଟି କରିବାକୁ ଯାଉଛି।
ଏହି ସରକାର ବିରୋଧରେ ମଧ୍ୟବିତ୍ତ ବର୍ଗର କ୍ରୋଧ ପ୍ରକାଶ ପାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିରନ୍ତର ଅବହେଳା ସେମାନଙ୍କୁ ସରକାରଙ୍କଠାରୁ ମନ ଫେରେଇ ନେବାକୁ ବାଧ୍ୟ କରିଛି। କୋଭିଡ୍‌-୧୯ ଏବଂ ଶ୍ରମିକମାନଙ୍କର ଗ୍ରାମାଞ୍ଚଳକୁ ପ୍ରତ୍ୟାବର୍ତ୍ତନ ସହରୀ ବ୍ୟବସାୟ ଉପରେ ମଧ୍ୟ ଘୋର କୁପ୍ରଭାବ ପକାଇଛି। ପୂର୍ବରୁ ସହରାଞ୍ଚଳରେ ପ୍ରଚୁର ଶ୍ରମ ଉପଲବ୍ଧ ଥିଲା। ଲୋକମାନେ କମ୍‌ ମଜୁରିରେ କାମ କରିବା ପାଇଁ ରାଜି ହେଉଥିଲେ। ବର୍ତ୍ତମାନ ଲକ୍ଷ ଲକ୍ଷ ଶ୍ରମିକ ନିଜ ଗ୍ରାମକୁ ଚାଲିଯାଇଛନ୍ତି ଏବଂ ସେମାନେ ଫେରିବା ସମ୍ଭାବନା କମ୍‌। ଏହାଦ୍ୱାରା ସହରାଞ୍ଚଳର ଶ୍ରମ ବଜାର କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳରେ ଏବେ କାମ କରିବା ପାଇଁ ଶ୍ରମିକଙ୍କ ଅଭାବ ଦେଖାଦେଇଛି। ଫଳରେ ସହରାଞ୍ଚଳରେ ମଜୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ସହରାଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପୂର୍ବରୁ ଚାହିଦା ହ୍ରାସ ଯୋଗୁ ସମସ୍ୟାରେ ଥିଲେ। ସେମାନେ ଏବେ ଶ୍ରମିକମାନଙ୍କୁ ଅଧିକ ମଜୁରି ଦେବାକୁ ବାଧ୍ୟ। ଫଳରେ ସେମାନଙ୍କ ମଜୁରି ବିଲ୍‌ ବୃଦ୍ଧି ପାଇବ ଏବଂ ସେମାନଙ୍କ ବ୍ୟବସାୟ ଆହୁରି କ୍ଷତିଗ୍ରସ୍ତ ହେବ। ସହରୀ ମଧ୍ୟବିତ୍ତ ବିଶେଷକରି ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏହା ଏକ ଖରାପ ଖବର ହୋଇପାରେ। ସରକାରଙ୍କ ନୀତି ସେମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରି ସେମାନେ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ବିଗତ କିଛିବର୍ଷ ଧରି ଆର୍ଥିକ ମାନ୍ଦାବସ୍ଥା ସେମାନଙ୍କର ଏହି ଆଶାକୁ ଦୋହଲାଇ ଦେଇଛି। ବର୍ତ୍ତମାନ ପେଟ୍ରୋଲିୟମ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ମଧ୍ୟ ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏନ୍‌ଡିଏ ସରକାର କେବଳ ଗ୍ରାମାଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଯୋଗୁ ସହରୀ ଅର୍ଥନୀତି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅସନ୍ତୁଷ୍ଟ ହେବାକୁ ଆରମ୍ଭ କରିଛନ୍ତି। ସରକାରଙ୍କ ଉଗ୍ର ଦେଶପ୍ରେମ ବହୁ ପୂର୍ବରୁ ସୀମା ଟପିଛି ଏବଂ ଏହା ଆଉ ପୂର୍ବପରି ଲୋକଙ୍କୁ ଉଚ୍ଚାଟିତ କରୁନାହିଁ। ସମ୍ପ୍ରତି କୋଭିଡ୍‌-୧୯ର କୁପରିଚାଳନା ଏବଂ ପୂର୍ବ ଲଦାଖରେ ଚାଇନା ଆକ୍ରମଣ ମୋଦି ସରକାର ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?