ମଧ୍ୟବିତ୍ତଙ୍କୁ ମାଡ଼

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଏବଂ ଏକାଧିକ ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ଚାକିରି ହରାଇଲେ। ଏହି ସଙ୍କଟ ଭିତରେ ଗରିବ ତଥା ବଞ୍ଚିତ ବର୍ଗଙ୍କ ବଞ୍ଚିବା ପାଇଁ ସରକାର ଅନେକ ଉତ୍ସାହପ୍ରଦ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା କୁହାଯାଉଛି। ଉକ୍ତ ବିପୁଳ ଆବଣ୍ଟିତ ଅର୍ଥରାଶି ମଧ୍ୟ ଖାଉଟିଙ୍କ ଉପଭୋଗ ଓ ଚାହିଦାକୁ ସଞ୍ଜୀବିତ କରିବ ବୋଲି ଆଶା କରାଯାଉଥିଲା। ଅବଶ୍ୟ ଏହି ଅର୍ଥର ଏକ ସିଂହଭାଗ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଉପକୃତ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟତଃ କିଛି ନାହିଁ। ମଧ୍ୟବିତ୍ତ ବର୍ଗ, ବିଶେଷକରି ବେତନଭୋଗୀ କର୍ମଚାରୀ ଏକ ବଡ ଉପଭୋକ୍ତା ଗୋଷ୍ଠୀ, ଯେଉଁମାନେ କି ୨୦୧୪ ଓ ୨୦୧୯ରେ ମୋଦି ସରକାରଙ୍କର ସବୁଠାରୁ ବଡ଼ ସମର୍ଥକ ଥିଲେ, ସେମାନେ ଏବେ ମହାମାରୀ ଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି। ଆୟକର ନିୟମରେ ପରିବର୍ତ୍ତନ ସମେତ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ପ୍ୟାକେଜ୍‌ ଘୋଷଣା ଦ୍ୱାରା ସେମାନେ ବିଶେଷ କିଛି ଲାଭ ପାଇପାରି ନାହାନ୍ତି। କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ ନାନା ଜନକଲ୍ୟାଣ ଯୋଜନାରେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳର ଗରିବ ତଥା ଦେଶର ଶ୍ରମିକ ଶ୍ରେଣୀର ଲୋକ କିଛି କିଛି ସହାୟତା ପାଇଛନ୍ତି। ସମ୍ପ୍ରତି ସରକାର ଗ୍ରାମାଞ୍ଚଳ ଓ ଗରିବଙ୍କ ପାଇଁ ଯେଉଁ ବିପୁଳ ପରିମାଣର ଅର୍ଥରାଶି ମଞ୍ଜୁର କରିଛନ୍ତି, ତାକୁ ଦେଖି ସାଧାରଣରେ ଏହି ଧାରଣା ସୃଷ୍ଟି ହେଉଛି ଯେ, ସରକାରଙ୍କର ସବୁ ଯୋଜନା କେବଳ ଗ୍ରାମାଞ୍ଚଳ ଓ ଗରିବଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ଏହି ଲୋକମାନଙ୍କୁ, ବିଶେଷକରି କୃଷି ଶ୍ରମିକମାନଙ୍କୁ ଆତ୍ମତୁଷ୍ଟ କରି ରଖିଛନ୍ତି। ପରିବାର ଚଳାଇବା ପାଇଁ ବାହାରକୁ ଯାଇ କ୍ଷେତରେ କାମ କରିବାକୁ ସେମାନଙ୍କର ଆଉ ସ୍ପୃହା ନାହିଁ କିମ୍ବା ଜରୁରୀ ଆବଶ୍ୟକତା ବି ନାହିଁ। ଯେଉଁ ଲୋକମାନେ ସରକାରଙ୍କର ଏହି ମାଗଣା ଦାନରେ ବଞ୍ଚିବାକୁ ଚାହୁଁ ନ ଥିଲେ ଏବଂ ଅଧିକ ରୋଜଗାର କରିବାକୁ ଚାହୁଁଥିଲେ, ସେମାନେ ନିର୍ମାଣ, ରିଅଲ୍‌ ଇଷ୍ଟେଟ୍‌, ଛୋଟବଡ଼ ବେପାର ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସହରାଞ୍ଚଳକୁ ଗଲେ। ବହୁସଂଖ୍ୟକ ଶ୍ରମିକ ଶ୍ରେଣୀର ଲୋକ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯିବା ଫଳରେ ଗ୍ରାମାଞ୍ଚଳରେ ଚାଷଜମିରେ କାମ କରିବା ପାଇଁ କୃଷିଶ୍ରମିକଙ୍କ ଅଭାବ ଦେଖାଦେଲା। କ୍ଷେତରେ କାମ କରୁଥିବା ଶ୍ରମିକଙ୍କ ଅଭାବ ଦେଖାଦେବାରୁ ଧନୀ ଜମିମାଲିକମାନେ ଅସନ୍ତୁଷ୍ଟ ହେବା ଦେଖାଗଲା। ଉପା ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା (MGNREGS) ଏକ ଦୁଇଧାରିଆ ଖଣ୍ଡା ଭାବରେ କାମ କଲା। ଏହି ଯୋଜନା ଧନୀମାନଙ୍କୁ ସରକାରଙ୍କଠାରୁ ଦୂରେଇ ରଖିଥିବାବେଳେ ହିତାଧିକାରୀଙ୍କୁ ପ୍ରତିଶ୍ରୁତ ସଂଖ୍ୟକ କାର୍ଯ୍ୟଦିବସ ପ୍ରଦାନ କରି ନ ପାରିବାରୁ ସେମାନେ ଉତ୍ତମ ଆୟ ପାଇଁ ସହରାଞ୍ଚଳକୁ ଯିବାକୁ ବାଧ୍ୟ ହେଲେ। ଏହା ଉପା ସରକାର ବିରୋଧରେ ଏକ ବଡ଼ ଧରଣର ନିରାଶା ଭାବ ସୃଷ୍ଟି କରିଥିଲା। ଏହି ଅସନ୍ତୋଷର ଲହରି ଭାରତୀୟ ଜନତା ପାର୍ଟି (ଭାଜପା)କୁ ୨୦୧୪ରେ କ୍ଷମତାକୁ ଆସିବାରେ ସାହାଯ୍ୟ କରିଥିଲା। ତେବେ କୋଭିଡ୍‌-୧୯ ସଂକ୍ରମଣ ପୂର୍ବରୁ ଏବଂ ପରେ ଏହି ନୀତି ଲୋକଙ୍କୁ ସତ୍ୱର ଏହି ସରକାରଙ୍କଠାରୁ ଦୂରେଇ ଦେଇଛି ଏବଂ ବର୍ତ୍ତମାନ ମୋଦି ସରକାର ପାଇଁ ଏହା ବିପଦ ସୃଷ୍ଟି କରିବାକୁ ଯାଉଛି।
ଏହି ସରକାର ବିରୋଧରେ ମଧ୍ୟବିତ୍ତ ବର୍ଗର କ୍ରୋଧ ପ୍ରକାଶ ପାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିରନ୍ତର ଅବହେଳା ସେମାନଙ୍କୁ ସରକାରଙ୍କଠାରୁ ମନ ଫେରେଇ ନେବାକୁ ବାଧ୍ୟ କରିଛି। କୋଭିଡ୍‌-୧୯ ଏବଂ ଶ୍ରମିକମାନଙ୍କର ଗ୍ରାମାଞ୍ଚଳକୁ ପ୍ରତ୍ୟାବର୍ତ୍ତନ ସହରୀ ବ୍ୟବସାୟ ଉପରେ ମଧ୍ୟ ଘୋର କୁପ୍ରଭାବ ପକାଇଛି। ପୂର୍ବରୁ ସହରାଞ୍ଚଳରେ ପ୍ରଚୁର ଶ୍ରମ ଉପଲବ୍ଧ ଥିଲା। ଲୋକମାନେ କମ୍‌ ମଜୁରିରେ କାମ କରିବା ପାଇଁ ରାଜି ହେଉଥିଲେ। ବର୍ତ୍ତମାନ ଲକ୍ଷ ଲକ୍ଷ ଶ୍ରମିକ ନିଜ ଗ୍ରାମକୁ ଚାଲିଯାଇଛନ୍ତି ଏବଂ ସେମାନେ ଫେରିବା ସମ୍ଭାବନା କମ୍‌। ଏହାଦ୍ୱାରା ସହରାଞ୍ଚଳର ଶ୍ରମ ବଜାର କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳରେ ଏବେ କାମ କରିବା ପାଇଁ ଶ୍ରମିକଙ୍କ ଅଭାବ ଦେଖାଦେଇଛି। ଫଳରେ ସହରାଞ୍ଚଳରେ ମଜୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ସହରାଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପୂର୍ବରୁ ଚାହିଦା ହ୍ରାସ ଯୋଗୁ ସମସ୍ୟାରେ ଥିଲେ। ସେମାନେ ଏବେ ଶ୍ରମିକମାନଙ୍କୁ ଅଧିକ ମଜୁରି ଦେବାକୁ ବାଧ୍ୟ। ଫଳରେ ସେମାନଙ୍କ ମଜୁରି ବିଲ୍‌ ବୃଦ୍ଧି ପାଇବ ଏବଂ ସେମାନଙ୍କ ବ୍ୟବସାୟ ଆହୁରି କ୍ଷତିଗ୍ରସ୍ତ ହେବ। ସହରୀ ମଧ୍ୟବିତ୍ତ ବିଶେଷକରି ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏହା ଏକ ଖରାପ ଖବର ହୋଇପାରେ। ସରକାରଙ୍କ ନୀତି ସେମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରି ସେମାନେ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ବିଗତ କିଛିବର୍ଷ ଧରି ଆର୍ଥିକ ମାନ୍ଦାବସ୍ଥା ସେମାନଙ୍କର ଏହି ଆଶାକୁ ଦୋହଲାଇ ଦେଇଛି। ବର୍ତ୍ତମାନ ପେଟ୍ରୋଲିୟମ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ମଧ୍ୟ ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏନ୍‌ଡିଏ ସରକାର କେବଳ ଗ୍ରାମାଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଯୋଗୁ ସହରୀ ଅର୍ଥନୀତି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅସନ୍ତୁଷ୍ଟ ହେବାକୁ ଆରମ୍ଭ କରିଛନ୍ତି। ସରକାରଙ୍କ ଉଗ୍ର ଦେଶପ୍ରେମ ବହୁ ପୂର୍ବରୁ ସୀମା ଟପିଛି ଏବଂ ଏହା ଆଉ ପୂର୍ବପରି ଲୋକଙ୍କୁ ଉଚ୍ଚାଟିତ କରୁନାହିଁ। ସମ୍ପ୍ରତି କୋଭିଡ୍‌-୧୯ର କୁପରିଚାଳନା ଏବଂ ପୂର୍ବ ଲଦାଖରେ ଚାଇନା ଆକ୍ରମଣ ମୋଦି ସରକାର ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri