Advertisement
Posted inଜାତୀୟ

ମୋଦିଙ୍କୁ ଚିଠି ଲେଖିଲେ ମନମୋହନ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ପଡୁଛି। ଏଥି ସହିତ କରୋନା ଟିକା ମଧ୍ୟ ଅଭାବ ରହିଛି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମ ଏକ ଜାତୀୟ ଆହ୍ବାନ। ଆମକୁ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେ କହିଛନ୍ତି ଯେ ଟିକାକରଣ ସଂଖ୍ୟା ବଦଳରେ ଜନସଂଖ୍ୟାର କେତେ ପ୍ରତିଶତ ଟିକା ଦିଆଯାଇଛି ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ।
ଗତ ଏକ ବର୍ଷ ଧରି ଭାରତ ସମେତ ସମଗ୍ର ବିଶ୍ୱ କରୋନା ମହାମାରୀର ଶିକାର ହୋଇଛି। ଏହି ମହାମାରୀ ହଜାର ହଜାର ଲୋକଙ୍କ ଚାକିରି ଛଡ଼ାଇ ନେଇଛି। ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର ସୀମାରେଖାକୁ ଆଣିଛି। ବର୍ଷରୁ ଅଧିକ ସମୟ ଧରି ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହରେ ଦେଖିନାହାଁନ୍ତି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ କେବେ ସେମାନଙ୍କ ଜୀବନ ସ୍ବାଭାବିକ ରହିବ। ଏହି ସମୟରେ ମୋର ମତ ହେଉଛି ଆଗକୁ ଟିକାକରଣକୁ ବଢାଇବାକୁ ଚେଷ୍ଟା କରାଯିବା ଉଚିତ୍‌ ବୋଲି ମନମୋହନ ସିଂ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଓ୍ବେସିଙ୍କ ଦଳକୁ ଭାଜପାର ବି ଟିମ୍‌ କହିଲେ ମମତା

କୋଲକାତା,୧୯।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସଦୁଦ୍ଦିନ୍‌ ଓଓ୍ବେସିଙ୍କ ରାଜନୈତିକ ଦଳ ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ୍‌ ମୁସ୍ଲିମିନ୍‌କୁ ଭାଜପାର ବି ଟିମ୍‌ ବୋଲି କହିଛନ୍ତି। ସେ...

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର।...

ଲୋକପାଳ ଓ୍ବେବ୍‌ସାଇଟ ଲଞ୍ଚ୍‌

ନୂଆଦିଲ୍ଲୀ,୧୭।୫: ଲୋକପାଳ ଓ୍ବେବ୍‌ସାଇଟ ଗୁରୁବାର ଲଞ୍ଚ୍‌ ହୋଇଛି। www.lokpal.gov.in ନାମରେ ଏହି ଓ୍ବେବ୍‌ସାଇଟକୁ ନୂଆଦିଲ୍ଲୀରେ ଲୋକପାଳ ଅଧ୍ୟକ୍ଷ ପିନାକୀ ଚନ୍ଦ୍ର ଘୋଷ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ...

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ

ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ...

ମାର୍ଚ୍ଚ ୧୦ରେ ମିଳିଯିବ ଜବାବ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହର୍‌ଦୋଇରେ ବିରୋଧୀ ଦଳ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତୁଷ୍ଟୀକରଣ ରାଜନୀତି ପାଇଁ ଆମକୁ ଆମର...

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ...

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ…

କାଶୀ-ବିଶ୍ୱନାଥ କରିଡର ଲୋକାର୍ପିତ… କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଶହ ଶହ ସାଧୁ ତଥା ବିଶିଷ୍ଟ...

ମେ’ରେ ଆସିବ ରାଫାଲ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆସନ୍ତାବର୍ଷ ମେ’ରେ ପ୍ରଥମ ରାଫାଲ ଯୁଦ୍ଧବିମାନ ଭାରତୀୟ ଆକାଶରେ ଦେଖିବାକୁ ମିଳିବ। ମେ’ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ ଆଭିଏଶନ କମ୍ପାନୀ ଭାରତକୁ...

Advertisement
Archives

Model This Week