ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୪୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦,୦୦୦ ଛୁଇଁବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୮୯,୬୮୨ ଥିବା ବେଳେ ୬,୭୭,୪୪୪ଜଣଙ୍କ ଚିକିତ୍ସା ଚାଲୁଛି ଓ ୧୮,୬୨,୨୫୮ଜଣ ସୁସ୍ଥ ହୋଇ ସାରିଲେଣି। ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୯,୯୮୦ରେ ପହଞ୍ଚିଥିବା ବେଳେ ଏହା ଖୁବ୍‌ଶୀଘ୍ର ୫୦,୦୦୦ ଛୁଇଁବ ବୋଲି ଅନୁମାନ କରାଯାଉଛି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ସୂଚନା ଅନୁଯାୟୀ, ଅଗଷ୍ଟ ୧୫ରେ ୭,୪୬,୬୦୮ ନମୁନା ପରୀକ୍ଷା କରାଯାଇଛି। ଏବେସୁଦ୍ଧା ଦେଶରେ ୨,୯୩,୦୯,୭୦୩ ନମୁନା ପରୀକ୍ଷା ସରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ଲୋକସଭା ନିର୍ବାଚନରେ ଆଞ୍ଚଳିକ ଦଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ, ମମତାଙ୍କର ରହିଛି ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା:…

ନୂଆଦିଲ୍ଲୀ,୧୪।୧ : ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଅନେକ ଆଞ୍ଚଳିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...

ଜାହାଜରେ ଲାଗିଲା ନିଆଁ: ପାଣିକୁ ଡେଇଁଲେ ୨୯ କ୍ରିୟୁ ମେମ୍ବର

ବିଶାଖାପଟନମ୍‌,୧୨।୮: ବିଶାଖାପଟନମ୍‌ରେ ସୋମବାର ଦିନ ପ୍ରାୟ ୧୧ଟା ୩୦ରେ ଏକ ଜାହଜରେ ନିଆଁ ଲାଗିଯିବା ଫଳରେ ଏଥିରେ ଥିବା ୨୯ ଜଣ କ୍ରିୟୁ ମେମ୍ବର ଜୀବନ...

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଟ୍ରାଭେଲ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୦।୨: ଅନ୍ତର୍ଜାତୀୟ ଟ୍ରାଭେଲରଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଟ୍ରାଭେଲ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଫେବୃୟାରୀ ୧୪ରୁ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରିବାକୁ ନିର୍ଦ୍ଦେଶ...

ତୁର୍କୀ ଭୂକମ୍ପକୁ ନେଇ ଭାବପ୍ରବଣ ହେଲେ ମୋଦି: କହିଲେ, ଯଥା ସମ୍ଭବ ସହାୟତା କରିବି

ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ...

୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…

ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା...

୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୮।୪: କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଦିଆଯିବ।...

କେଜରିଓ୍ବାଲଙ୍କୁ ସିବିଆଇର ପଚରା ଉଚରା ଜାରି, ଏଏପି ଡାକିଲା ଏମରଜେନ୍ସି ବୈଠକ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅବକାରି ନୀତି ଘୋଟାଲା ମାମଲାରେ ପଚରା ଉଚରା ପାଇଁ ରବିବାର ସିବିଆଇ ସାମ୍ନାରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ...

Advertisement
Archives

Model This Week