ରାଗ ରଖି ଛୁରୀରେ ବେକ କାଟି ହତ୍ୟା: ଆସିଲା ମାମଲାର ରାୟ,ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ଗତ ୨୦୨୪ ରେ ହୋଇଥିବା ଏକ ବର୍ବର ହତ୍ୟାକାଣ୍ଡ ମାମଳାର ରାୟ ଗୁରୁବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଓ ଦୌରା ଜଜ୍‌  ଅନୁପ ରଞ୍ଜନ ପଟ୍ଟନାୟକ ଏହି ମାମଲାର ୧୨ଟି ସାକ୍ଷ୍ୟ ଓ ୨୨ଟି ପ୍ରମାଣକୁ ଭିତ୍ତି କରି ଉକ୍ତ ଗ୍ରାମର ଜିତୁ ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନଦେୟ ହେଲେ ହେଲେ ଆହୁରି ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ, ପରଲସିଙ୍ଗା ଗାଁର ବିରଞ୍ଚି ନାଏକ ଗତ ୨୦୨୪ ମସିହା ମେ ୧୨ ତାରିଖ ଅପରାହ୍ନରେ ଉକ୍ତ ଗ୍ରାମର ଅଭିଯୁକ୍ତ ଜିତୁଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ସେଦିନ  ଆଉ ଘରକୁ ଫେରି ନ ଥିଲେ। ତେବେ ତା ଆର ଦିନ ବିରଞ୍ଚିଙ୍କ ମୃତଦେହ ନର୍ଲା ଥାନା ମଶାଣିବନ୍ଧ ନିକଟରୁ ମିଳିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଜିତୁକୁ ସନ୍ଦେହ କରିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜିତୁ ବିରଞ୍ଚିଙ୍କ ହାତ-ଗୋଡ଼ ବାନ୍ଧି ବେକକୁ ଛୁରୀରେ କାଟିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଚାକିରୀ କରିଦେବା ପାଇଁ ୧୦ ହଜାର ଟଙ୍କା ଜିତୁଙ୍କଠାରୁ ବିରଞ୍ଚି ନେଇଥିଲେ ଏବଂ ପୁଣି ୧୫ ହଜାର ଟଙ୍କା ବିରଞ୍ଚି ମାଗୁଥିଲେ। ଯାହାଫଳରେ ତାହାର ରାଗ ରଖି ବିରଞ୍ଚିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜିତୁ ପ୍ରକାଶ କରିଛି। ଏହି ଘଟଣାରେ ପୋଲିସ ସେତେବେଳେ ଅଭିଯୁକ୍ତ ଜିତୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାଟିକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସ୍ୟୁକୁଟର(ପିପି) ମନୋଜ କୁମାର ମେହେର ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଖେମୁଣ୍ଡି କଲେଜରେ  କ୍ୟାରିଅର କାଉନସେଲିଂ: ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କୁ ନେଇ ଗୁରୁତ୍ୱାରୋପ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ଏବଂ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମିଳିତ ସହଭାଗିତା…

ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ…

ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ସ୍କୁଟିକୁ ଧକ୍କା…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?