Posted inଜାତୀୟ

ପୁଣି ଅଡ଼ୁଆରେ ବାବା ରାମଦେବ

ନୂଆଦିଲ୍ଲୀ,୨୮।୧୦: କରୋନା ସମୟରେ ଲୋକଙ୍କୁ ଏଲୋପାଥି ସମ୍ପର୍କରେ ଭୁଲ ମନ୍ତବ୍ୟ ଦେଇ ଭ୍ରମ ଧାରଣା ସୃଷ୍ଟି କରିଥିଲେ ବାବା ରାମଦେବ। ଭାରତୀୟ ମେଡିକାଲ ଆସୋସିଏଶନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହୋଇକୋର୍ଟ ରାମଦେବଙ୍କୁ ସମନ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି।
ସୂଚନାନୁସାରେ, କରୋନା ମହାମାରୀ ସମୟରେ ରାମଦେବ ଏଲୋପାଥି ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଲୋକ ଅକ୍ସିଜେନ୍‌ ଯୋଗୁ ନୁହେଁ ବରଂ ଏଲୋପାଥି ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲ ଅନୁମୋଦିତ ରେମିଡିସିଭର ଓ ଫେବିଡିସିଭର ବିଫଳ ହୋଇଛି ଓ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ଏହାହିଁ ଅଟେ ବୋଲି ସେ କହିବା ପରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଅଭିଯୋଗ କ୍ରମେ କୋର୍ଟ ରାମଦେବଙ୍କ ଓକିଲ ରାଜିଭ ନାୟାରଙ୍କୁ ନୋଟିସର ପ୍ରତିଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ସୀମାରେ ଯାହା ଘଟୁଛି, ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି: ରାହୁଲ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ...

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା...

ଚାରିଆଡ଼େ ହାହାକାର: ମୃତ୍ୟୁ ସଂଖ୍ୟା ଟପିଲା ୨୮୦୦…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର...

କରୋନା ପଜିଟିଭ୍ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ତିଆରି କଲେ ପେପର ଷ୍ଟ୍ରିପ୍ କିଟ୍‌: ମାତ୍ର ୫୦୦ ଟଙ୍କାରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବା ଯାଞ୍ଚ୍ ବ୍ୟବସ୍ଥାରେ ଅଧିକ ଲାଗୁଥିବାରୁ...

ଗୁଜରାଟ ଭାଜପାରେ ବଢୁଛି ବିବାଦ

ଗାନ୍ଧିନଗର,୧୫।୯: ଗୁଜରାଟରେ ନେତୃତ୍ୱ ପରିବର୍ତ୍ତନ ପରେ ବୁଧବାର କ୍ୟାବିନେଟକୁ ବିସ୍ତାର କରାଯିବାର ସମ୍ଭାବନା ରହିଛି। କିନ୍ତୁ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଦଳରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟ...

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା...

କୃଷି ଆଇନକୁ ବିରୋଧ କରି ଫସଲ ନଷ୍ଟ କଲେ କୃଷକ

ବିଜନୋର,୨୧ ।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବାର ନୂଆ ଉପାୟ ଆପଣେଇଛନ୍ତି ଉତ୍ତର ପ୍ରଦେଶର କେତେଜଣ କୃଷକ । ଏମାନେ ଏବେ ନିଜ...

ମାଲାବାର ଏକ୍ସରସାଇଜ୍‌

ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍‌ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା...

Advertisement
Archives

Model This Week