ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍‌’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍‌’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ ପରିଚିତଙ୍କ ସହ ଯୋଡ଼ି ହେବାକୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ଆଜିର ସମୟରେ ବ୍ୟବସାୟରେ ବି ଶୀର୍ଷରେ ରହିଛି। ଏକ ଗଣନା ଅନୁଯାୟୀ, ଫେସବୁକ ୯.୧ ଆରବ ଡଲାର ଆୟ କରିଛି। ଏହା ଗତ ବର୍ଷ ଏହି ତୈମାସିକ ଆୟର ୧୭% ଅଧିକ।

ମାସିକ ୨୯୧ କୋଟି ଲୋକ ଫେସବୁକ ବ୍ୟବହାର କରନ୍ତି। ଚଳିତ ବର୍ଷ ଆରମ୍ଭରେ ଏହା କମ୍‌। ଜାନୁୟାରୀ-ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସଂଖ୍ୟା ୨୮୫ କୋଟି ଥିଲା। ଏପ୍ରିଲ-ଜୁନରେ ଏହା ବଢ଼ି ୨୯୦ କୋଟି ହୋଇଥିଲା। ସେପ୍ଟେମ୍ବର ମାସରେ ସଂଖ୍ୟା ୨୯୧ କୋଟିର ଟାର୍ଗେଟ ପାର କରିଛି। ସଂଖ୍ୟାକୁ ତୁଳନା କଲେ ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି ଫେସବୁକ ବ୍ୟବହାର କରୁଛନ୍ତି।

ଗଣନା ଅନୁଯାୟୀ, ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଆମେରିକାରେ ଏହି ସଂଖ୍ୟା ୨୦ କୋଟି ଥିବା ବେଳେ ଇଣ୍ଡୋନେସିଆରେ ୧୪ କୋଟି, ବ୍ରାଜିଲରେ ୧୩ କୋଟି ଏବଂ ମେକ୍ସିକୋରେ ୯.୮ କୋଟି ରହିଛି। ତେବେ ଭାରତରେ ଏହି ସଂଖ୍ୟା ୩୪ କୋଟି ରହିଛି।

ଫେସବୁକ ବିଜ୍ଞାପନରୁ ୯୮% ବ୍ୟବସାୟ କରୁଛି। ପ୍ରତି ଘଣ୍ଟାରେ ଦେଖିଲେ କମ୍ପାନୀ ପ୍ରାୟ ୧୦୦ କୋଟି ରୋଜଗାର କରୁଛି। ବର୍ତ୍ତମାନ ସମୟରେ ୬୮,୧୭୭ଜଣଙ୍କୁ ଫେସବୁକ ରୋଜଗାର ଦେଉଛି। ପ୍ରତିବର୍ଷ ଏହା ୨୦% ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri