Posted inଜାତୀୟ

ଉଦ୍ଧବଙ୍କ ଆବେଦନ ଖାରଜ, ଇସିଙ୍କୁ ନିଷ୍ପତ୍ତି ନେବାକୁ କହିଲେ କୋର୍ଟ…

ନୂଆଦିଲ୍ଲୀ,୧୫।୧୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଙ୍ଗଳବାର ଏକ ବଡ଼ ଝଟକା ମିଳିଛି। ଶିବସେନା ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିବା ନିର୍ବାଚନ ଆୟୋଗ(ଇସି)ଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶ ବିରୋଧରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ଶିବସେନାର ଦୁଇ ଦଳ ମଧ୍ୟରେ ଚାଲିଥିବା ବିବାଦ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି।

ଏହାପୂର୍ବରୁ ସୋମବାର ଦିଲ୍ଲୀ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ ଆୟୋଗଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶ ବିରୋଧରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟ ମଧ୍ୟରେ ଦଳ ଦଳ ମଧ୍ୟରେ ବିବାଦକୁ ନେଇ ପୋଲ ପ୍ୟାନେଲର ଚୂଡ଼ାନ୍ତ ନିଷ୍ପତ୍ତିକୁ କାହିଁକି ଅପେକ୍ଷା କରିବା ଉଚିତ ନୁହେଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଅଦାଲତ କହଥିଲେ ଯେ ପୂର୍ବ ଇସିଙ୍କ ଆଦେଶ ଉପ-ନିର୍ବାଚନକୁ ଲକ୍ଷ୍ୟ ରଖି କରାଯାଇଥିଲା। ଏହା ଏକ ଅନ୍ତିମ ନିଷ୍ପତ୍ତି ନୁହେଁ। ଯେତେବେଳେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇସାରିଛି, ମଧ୍ୟବର୍ତ୍ତୀକାଳୀନ ଆଦେଶ ଆଉ ନାହିଁ। ତେବେ ନିର୍ବାଚନ ଆୟୋଗଙ୍କର ଅନ୍ତିମ ନିଷ୍ପତ୍ତି ପାଇଁ କୋର୍ଟ କାହିଁକି ଅପେକ୍ଷା କରିବେ ନାହିଁ?

ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ନରୁଲା କହିଛନ୍ତି ଯେ ଧନୁ ଓ ତୀର ପ୍ରତୀକ ଆବଣ୍ଟନ ପ୍ରସଙ୍ଗରେ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିଷ୍ପତ୍ତି ନେବାକୁ କହିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିପାରିବେ।

ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ସିଦ୍ଧନ୍ତ କୁମାର ଯୁକ୍ତି ବାଢ଼ିଛନ୍ତି ଯେ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଏବଂ କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?