Advertisement
Posted inଜାତୀୟ

ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୫।୧୧: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍‌ ହୋଇ ନ ଥିବା ବେଳେ ଏବେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ମଙ୍ଗଳବାର ବାପା କ୍ରିଷ୍ଣା ଘଟମାନେନିଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ମହେଶ ବାବୁ ଭାଙ୍ଗି ପଡ଼ିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତିମଧ୍ୟରେ କ୍ରିଷ୍ଣା ଘଟମାନେନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ମୋଦି ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ସେ ଜଣେ ମହାନ ସୁପରଷ୍ଟାର ଥିଲେ। ଯିଏ ନିଜର ଭର୍ସାଟାଇଲ ଅଭିନୟ ଓ ଭଲ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟ ଜିତିପାରିଥିଲେ। ତାଙ୍କର ନିଧନ ସିନେମା ଓ ମନରୋଞ୍ଜନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ସମବେଦନା ମହେଶ ବାବୁ ଓ ତାଙ୍କ ପରିପରିବାର ସହ ଅଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା...

ଫାରୁକ ଅବଦୁଲାଙ୍କ ପିତାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା କଂଗ୍ରେସ: ଶାହ

ନୂଆଦିଲ୍ଲୀ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକ ସଭାରେ ଜମ୍ମୁ-କଶ୍ମୀରରେ ବନ୍ଦୀଥିବା ନେତାଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ...

୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ...

ପଞ୍ଚ ନ୍ୟାୟାଧୀଶ: ଦେଶକୁ ବାନ୍ଧିଲେ ଏକତା ରଜ୍ଜୁରେ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିଛି। ଦେଶରେ ପୁଣି ସୃଷ୍ଟି ହୋଇଛି ଶାନ୍ତିର...

ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା

ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍‌ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ...

ବଜ୍ରପାତରେ ୧୮ ହାତୀ ମୃତ

ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍‌ଡ ରିଜର୍ଭ ଫରେଷ୍ଟ (ପିଆର୍‌ଏଫ୍‌)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।...

ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ

ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ...

ମୋରବିରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୧।୧୧: ଝୁଲାପୋଲ ଭୁଶୁଡିବା ଘଟଣା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୋରବି ଜିଲାରେ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଦୁର୍ଘଟଣାରେ...

Advertisement
Archives

Model This Week