ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ବାସ୍ତବ ଜୀବନରେ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ବିଦିଶାରେ ଘଟିଛି। ଗ୍ୟାରସପୁର ତହସିଲ୍‌ର ମନୋରା ଗାଁରେ ବାସ କରୁଥିବା ୧୦୦ ବର୍ଷ ବୟସ୍କ ପ୍ରତାପ ସିଂ ଅହିରଓ୍ବାରଙ୍କର ସ୍ତ୍ରୀ ୯୫ ବର୍ଷ ବୟସ୍କା ପ୍ରସାଦୀ ବାଈ ଅହିରଓ୍ବାରଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ଘଣ୍ଟା ପରେ ପ୍ରତାପ ସିଂଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁହିଁଙ୍କର ଅନ୍ତିମ ସଂସ୍କାର ଶ୍ମଶାନରେ ଗୋଟିଏ ଜୁଇରେ କରାଯାଇଥିବା ସମ୍ପର୍କରେ ପ୍ରତାପଙ୍କ ପୁଅ ଅମର ସିଂ ସୂଚନା ଦେଇଛନ୍ତି। ଦମ୍ପତିଙ୍କୁ ଗ୍ରାମବାସୀ ଅଶ୍ରୁଳ ବିଦାୟ ଦେଇଥିଲେ। ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ

ପ୍ରତି ବର୍ଷ ଜୁନ୍‌ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ...

୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା…

ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ...

ଚାଇନାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ ହେଲେ ଅଧିକ ସେନା

ଲଦାଖ,୨୫।୫: ଭାରତୀୟ ସୀମା ଲଦାଖରେ ଚାଇନାର ବହୁ ସଂଖ୍ୟକ ସେନା ମୁତୟନ ହେବା ପରେ ଭାରତ ଏବେ ଏହାର କଡ଼ା ଜବାବ ଦେଇଛି। ଲଦାଖର ଚାଇନା...

ଜଙ୍ଗଲ ବବଲ୍‌

ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି ସମୟ ନିରୋଳାରେ କାଟିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ପର୍ଯ୍ୟଟକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି...

୩ କୋଟି କିଶୋର ନେଲେଣି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ,୧୩ ।୧: ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ୧୫ରୁ ୧୮ ବର୍ଷ କିଶୋରମାନେ ଭ୍ୟାକ୍ସିନ ନେବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା...

କଏଦୀଙ୍କ ମୃତ୍ୟୁ ପରେ ଜେଲରେ ହିଂସା, ୩୦ ପୋଲିସ ଆହତ

ଫାରୁଖାବାଦ(ୟୁପି),୭।୧୧: ଉତ୍ତରପ୍ରଦେଶର ଫାରୁଖାବାଦ ଜେଲ୍‌ରେ ରବିବାର ଜଣେ କଏଦୀ ଡେଙ୍ଗୁରେ ପ୍ରାଣ ହରାଇବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜେଲ୍‌ ଅନ୍ତେବାସୀମାନଙ୍କ ଆକ୍ରମଣରେ ୩୦...

ଲୋକେ ନିଜେ ଜାରି କଲେ ୧୦ ଦିନିଆ ଲକ୍‌ଡାଉନ୍‌…

ଅହମଦାବାଦ,୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକେ ସରକାର ଅବା ସ୍ଥାନୀୟ ପ୍ରଶାସନର...

ମାସ୍କ ନ ମିଳିବାରୁ ରାଗିଲେ ଡାକ୍ତର

ବିଶାଖାପଟନମ,୭।୪: କରୋନା ସଂକ୍ରମଣଠାରୁ ଦୂରେଇ ରହିବାକୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କିଛି ରାଜ୍ୟରେ ଘୋଷଣା କରାଯାଇଛି। ହେଲେ ଯେଉଁଠି ଡାକ୍ତରଙ୍କ ପାଇଁ...

Advertisement
Archives

Model This Week