Posted inଫୁରସତ

ସ୍ତ୍ରୀଙ୍କୁ ଅପେକ୍ଷା କରି କରି ବାସନ ମାଜିଲେ ସ୍ବାମୀ, ତଥାପି ପଡିଲା ଗାଳି

ସ୍ବାମୀ-ସ୍ତ୍ରୀ ସମ୍ପର୍କ ସ୍ବତନ୍ତ୍ର ହୋଇଥାଏ। ସେମାନଙ୍କ ମଧ୍ୟ ଛୋଟ-ବଡ ଝଗଡା ହେଲେ ମଧ୍ୟ ପରସ୍ପରକୁ ବୁଝଇ ଉଭୟ ସଂସାର ରଥ ଆଗକୁ ନେଇଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ଦମ୍ପତିଙ୍କ ଭିଡିଓ ଭାଇରାଲ ହୁଏ। ନିକଟରେ ଇନଷ୍ଟାଗ୍ରାମରେ ଏକ ଦମ୍ପତିଙ୍କର ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ସ୍ବାମୀ ରୋଷେଇ ଘରର ସିଙ୍କରେ ରଖାଯାଇଥିବା ବାସନଗୁଡିକ ଧୋଉଥିବାର ନଜର ଆସିଛନ୍ତି। ଏହା ପରେ ସେ ରୋଷେଇ ଘର ମଧ୍ୟ ସଫା କରୁଛନ୍ତି। ଭିଡିଓ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି। ସ୍ତ୍ରୀ ଆସିବା ପୂର୍ବରୁ ସେ ସମସ୍ତ କାମ ସାରି ବସିଛନ୍ତି। ସେ ଭାବୁଛନ୍ତି ଯେ, ସ୍ତ୍ରୀ ଆସିବା ମାତ୍ରେ ରୋଷେଇ ଘର ସଫା ଦେଖି ଖୁସି ହେବେ। ସମସ୍ତ କାର୍ଯ୍ୟ ସମାପ୍ତ କରିବା ପରେ ସ୍ବାମୀ ସୋଫାରେ ବସି ସ୍ତ୍ରୀଙ୍କୁ ଅପେକ୍ଷା କରନ୍ତି ଏବଂ ମଝିରେ ମଝିରେ କବାଟ ପାଖରେ ଠିଆ ହୋଇ ତାଙ୍କୁ ଖୋଜନ୍ତି। ତା’ପରେ ସେ ନିଜ ସ୍ତ୍ରୀଙ୍କ ସ୍ବର ଶୁଣନ୍ତି । ସ୍ତ୍ରୀ ବାହାରେ ଥାଇ ସ୍ବାମୀଙ୍କୁ ପାଟି କରି ପଚାରନ୍ତି ତୁମେ ସତରେ ଏପର୍ଯ୍ୟନ୍ତ ଅଳିଆ ଫିଙ୍ଗି ନାହଁ କି? ଏହା ଶୁଣି ସ୍ବାମୀ ନିଜ ମୁଣ୍ଡରେ ହାତ ଦିଅନ୍ତି। ଏହି ମଜାଳିଆ ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମକୁ ଛାଡ଼ି ଦେବି, ମୋବାଇଲ ଛାଡ଼ିବି ନାହିଁ’

ବର୍ତ୍ତମାନ ସମାଜରେ ମୋବାଇଲର ବ୍ୟବହାର ଏତେ ବଢ଼ିଯାଇଛି ଯେ, ଗୋଟିଏ କ୍ଲିକ୍‌ରେ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ବିଷୟରେ ସୂଚନା ମିଳିଯାଉଛି। କିନ୍ତୁ ବେଳେବେଳେ ଏହାର...

ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ...

ଏ ଜନ୍ମରେ ସରିଲାନି ସଙ୍ଗୀତର ଶିକ୍ଷା- ଶ୍ୟାମାମଣି ଦେବୀ

ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ନିଜର ସୁଲଳିତ କଣ୍ଠରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ।...

ପୁରୁଷଙ୍କ ବଦଳରେ ଦିଆଗଲା ମହିଳାଙ୍କ ଶବ

ଫରିଦାବାଦ, ୧୯।୭: ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଏକ ଘଟଣା ଦିଲ୍ଲୀର ଫରିଦାବାଦରୁ ସାମ୍ନାକୁ ଆସିଛି। ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଯେଉଁ ପରିବାର ଲୋକଙ୍କୁ...

ଗୋଟିଏ ହାତରେ ୬ ଜଣଙ୍କୁ ଟେକନ୍ତି, ଏତେ ଶକ୍ତିଶାଳୀ ଯେ ଘୋଡାକୁ କାନ୍ଧରେ ଉଠାଇ ବୁଲିଥାନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଆପଣ ଲୋକଙ୍କୁ ଘୋଡ଼ା ପିଠିରେ ବସିଥିବା ଦେଖିଥିବେ ନିଶ୍ଚୟ। ହେଲେ ଯଦି କୁହାଯାଏ ଘୋଡାକୁ ନିଜ କାନ୍ଧରେ ଉଠାଇ ଚାଲିବା, ଏଭଳି ଘଟଣା ବିରଳ।...

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ...

ସାମୁଦ୍ରିକ ସୀମା ସୁରକ୍ଷିତ ରଖେ ନୌସେନା

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର

ଓଡ଼ିଆ ଚଳଚ୍ଚିତ୍ର ‘ଅ ଆ ହର୍ଷେଇ’ରୁ ସେ ଆରମ୍ଭ କରିଥିଲେ ନିଜର ଓଲିଉଡ୍‌ ଯାତ୍ରା। ତା’ପରେ ‘ଟପୋରି’, ସସ୍‌ପେନ୍ସ ଥ୍ରୀଲର ‘ବ୍ଲାକ୍‌ମେଲ୍‌’ ଏବଂ ରୋମାଣ୍ଟିକ୍‌ ଚିତ୍ର...

Advertisement
Archives

Model This Week