Posted inଫୁରସତ

୬୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଥିଲେ ପ୍ରେମୀଯୁଗଳ, ଜାଣି ନ ଥିଲେ ଲାଗିଛି ଓ୍ବେବ୍‌ କ୍ୟାମେରା, ଆଉ ତା’ ପରେ…

ପ୍ରେମୀଯୁଗଳ ଉଚ୍ଚ ପାହାଡ଼ ଉପରେ ରୋମାନ୍ସ କରୁଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୋଡ଼ି ୬୫୦୦ ଫୁଟ ଉଚ୍ଚରେ ଶାରୀରିକ ସମ୍ବନ୍ଧ ରକ୍ଷା କରିଥିଲେ। ଏହି ସମୟରେ ପହାଡ଼ରେ ଥିବା ଏକ ଓ୍ବେବ୍‌ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଷ୍ଟ୍ରିଆର ସବୁଠୁ ଉଚ୍ଚା ପାହାଡ଼ ଶୃଙ୍ଖଳା ନକ୍‌ ପର୍ବତ ଉପରେ ଏହି ଘଟଣା ଘଟିଥିଲା। ପ୍ରେମୀଯୁଗଳ ପାହାଡ଼ ଚଢ଼ିବା ପରେ ବହୁତ ଥକି ପଡ଼ିଥିଲେ। ସେ ଆରାମ କରିବାକୁ ନିଷ୍ପତ୍ତି ନେଇଥିଲେ। କିଛି ସମୟରେ ପରେ ଦୁଇଜଣ ରୋମାନ୍ସରେ ମାତିଗଲେ। ମାତ୍ର ସେମାନେ ଜାଣି ନ ଥିଲେ ପାହାଡ଼ ଉପରେ ଏକ ଓ୍ବେବ୍‌ କ୍ୟାମେରା ରହିଛି ବୋଲି। ଅଳ୍ପ ସମୟ ମଧ୍ୟରେ ଏହି ଫଟୋ କ୍ଲିକ୍‌ ହୋଇଥିଲା। କିଛିଦିନ ପରେ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଓ୍ବେବ୍‌ ମିଡିଆ ସଲ୍ୟୁସନର ରୋନାଲ୍ଡ ସ୍କ୍ଲେଣ୍ଡର କହିଛନ୍ତି ଯେ, ପାନୋରାମା ଏବଂ ପାଣିପାଗ କ୍ୟାମେରାକୁ ସିସିଟିଭି କ୍ୟାମେରା ଭାବରେ ବିବେଚନା କରାଯାଇପାରିବ ନାହିଁି। କାରଣ ଏହି କ୍ୟାମେରାଗୁଡ଼ିକ କ୍ରମାଗତ ଭାବରେ ରେକର୍ଡ ପ୍ରସାରଣ କରନ୍ତି ନାହିଁ। ମାତ୍ର ଦୁର୍ଭାଗ୍ୟଜନକ କଥା ଏହି ଯୋଡ଼ିଙ୍କ ଫଟୋ ଭାଇରାଲ ହୋଇଗଲା। ଏହା ପ୍ରକୃତରେ ସଫ୍ଟଓ୍ବେୟାର ତ୍ରୁଟି ଯୋଗୁ ହୋଇଛି।

ସେ କହିଛନ୍ତି, ସାଧାରଣତଃ କ୍ୟାମେରାକୁ ଏପରି ସ୍ଥିତିରେ ରଖାଯାଇଥାଏ ଯେ, ଏଠାକୁ ଆସୁଥିବା ଲୋକେ ଜାଣି ବି ପାରନ୍ତି ନାହିଁ। କ୍ୟାମେରା ବହୁତ ଦୂରରେ ଲାଗିଥାଏ। ରୋନାଲ୍ଡ ଏକଥା ମଧ୍ୟ କହିଛନ୍ତି, ଆମେ ଏମିତି ଭାବରେ କ୍ୟାମେରା ରଖିଥାଉ ଯେମିତି ଲୋକଙ୍କ ଚେହେରା ଚିହ୍ନା ନ ପଡୁ। ମାତ୍ର ସଫ୍ଟଓ୍ବେୟାର ତ୍ରୁଟି ଯୋଗୁ ଏହି ଫଟୋ ଭାଇରାଲ ହୋଇଗଲା। କାରଣ ଓ୍ବେବ୍‌ କ୍ୟାମେରାରେ ଫଟୋଗୁଡ଼ିକ ଗୁପ୍ତ ରଖାଯାଇଥାଏ। ଏକଥା ବି ସେ କହିଛନ୍ତି, ଏଠାକୁ ଆସିବା ବେଳେ ରାସ୍ତାରେ ଲେଖାଯାଇଛି। କ୍ୟାମେରା ଲାଗିଛି। ଯାହା ଜଣାପଡୁଛି ଏହି ପ୍ରେମୀଯୁଗଳ ଏହାକୁ ଜାଣିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ...

ସବୁଜ ଯୋଦ୍ଧା

ମଣିଷ ନିଜର ସୁଖ ସୁବିଧା ଓ ବିକାଶ ନାଁରେ କାଟି ଚାଲିଛି ବୃକ୍ଷ। ଫଳରେ ପ୍ରକୃତି ହରାଉଛି ତା’ର ସବୁଜିମା। ବିଗୁଡୁଛି ପରିବେଶ ସନ୍ତୁଳନ। ତେବେ...

ମାସ୍କରେ ରହିବ ପଲିପ୍ରୋପାଇଲିନ୍‌ ଫିଲ୍ଟର

ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍‌ ମାସ୍କରେ ପଲିପ୍ରୋପାଇଲିନ୍‌ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ...

ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି...

ପିକ୍‌ନିକ୍‌ ସ୍ପଟ୍‌: ତିନି ନଦୀର ସଙ୍ଗମସ୍ଥଳ ମୀନାଝୋଲା

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଉପାନ୍ତ ରାୟଗଡ଼ା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ...

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକିମ୍‌: କେବେ ଓ କେମିତି ବୁଲି ଯିବେ

ସିକିମ୍‌ ଭାରତର ଏକ ଆକର୍ଷଣୀୟ ତଥା ଛୋଟ ରାଜ୍ୟ, ଯାହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ବିଶେଷକରି ପ୍ରକୃତିପ୍ରେମୀଙ୍କ ପାଇଁ...

ଅନେକରେ ଏକ ମଞ୍ଜୁବାଳା

ଜଣେ ସୁ-ଚିକିତ୍ସିକା ଭାବରେ ଯେମିତି ସେ ସମସ୍ତଙ୍କର ଆଦରଣୀୟା, ଜଣେ ପ୍ରତିଷ୍ଠିତ ଲେଖିବା ଭାବରେ ସେମିତି ସମସ୍ତଙ୍କର ପ୍ରିୟ। ହେଲେ ଏବେ ବି ସେ ଝୁରି...

Advertisement
Archives

Model This Week