Posted inଜାତୀୟ

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ ସେମାନଙ୍କ ସମ୍ପର୍କ ପାଇଁ ରାଜିଥିଲେ ବି ପରିବାରର ବିରୋଧ ଯୋଗୁ ମାମଲା ଆଶଙ୍କାରେ ଘର ଛାଡ଼ିବାକୁ ବାଧ୍ୟ ହେଉଥିବା ଘଟଣା ଏହି ରାଜ୍ୟରେ ବଢ଼ିବାରେ ଲାଗିଛି। ନିୟମ ଚାଲୁହେବାର ମାସେ ମଧ୍ୟରେ ୩୫ରୁ ଅଧିକ ଜଣଙ୍କୁ ଏହି ଆଇନ ବଳରେ ଗିରଫ କରାଗଲାଣି। ଏଥିସହ ଦିନକୁ ଦିନ ଏ ସଂକ୍ରାନ୍ତ ମାମଲା ସଂଖ୍ୟା ବି ବୃଦ୍ଧିପାଉଛି।
ମହମ୍ମଦ ଇକବାଲ୍‌ ନାମକ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକଙ୍କ ପ୍ରେମରେ ପଡ଼ିଥିବା ବାରଣାସୀର ଜଣେ ୨୬ ବର୍ଷୀୟ ହିନ୍ଦୁ ଯୁବତୀ ସ୍କୃତି ଏବେ ଗିରଫ ଆଶଙ୍କାରେ ପ୍ରେମିକଙ୍କ ସହ ଘର ଛାଡ଼ି ଦିଲ୍ଲୀ ଆସିଥିବା ସଦ୍ୟ ଘଟଣା ଏହାର ଉଦାହରଣ ଭାବେ ନିଆଯାଇପାରେ। ସ୍ମୃତିଙ୍କ କହିବା ମୁତାବକ, ଇକବାଲଙ୍କ ସହ ଦେଖିଦେବା ପରେ ପରିବାର ଲୋକ ତାଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ଜଣେ ହିପ୍ନୋଟିଷ୍ଟଙ୍କ ନିକଟକୁ ନେଇ ତାଙ୍କ ପରୀକ୍ଷା କରାଇଥିଲେ। ଇକବାଲଙ୍କଠାରୁ ଦୂରେଇ ରହିବାକୁ ଚାପ ବଢ଼ିବାରୁ ସେମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ପଳାଇଛନ୍ତି। ଏବେ ଦିଲ୍ଲୀରେ ରହି ଉଭୟେ ଏହି ସ୍ବତନ୍ତ୍ର ଆଇନ ଅଧୀନରେ ବିବାହ ପାଇଁ ଆବେଦନ କରିଥିବା କୁହନ୍ତି। ଯେ ପର୍ଯ୍ୟନ୍ତ ନିୟମ ଅନୁଯାୟୀ ବାହାଘର ନ ହୋଇଛି ସେ ପର୍ଯ୍ୟନ୍ତ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଆସନ୍ତା ଫେବୃୟାରୀରେ ବିବାହ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଘର ବାହାରେ ରହିବାକୁ ପଡିବ। ସେହିପରି ୟୁପିର ଏକ ଛୋଟ ସହରର ମହମ୍ମଦ ସଦାବ(୨୪) ଓ ଅନାମିକା(୨୩)ଙ୍କ କାହାଣୀ ମଧ୍ୟ ସମାନ। ୪ ବର୍ଷର ପ୍ରେମ ସମ୍ପର୍କରେ ବାଧା ସାଜିଥିଲେ ଯୁବତୀଙ୍କ ପରିବାର। ଏଥିପାଇଁ ଅନେକ ଖରାପ ସମୟ ଓ ପରିସ୍ଥିତିର ସାମ୍‌ନା କରିବାକୁ ପଡିଥିବା ସଦାବ କୁହନ୍ତି। ଅନାମିକାଙ୍କ ସହ ସମ୍ପର୍କ କାଟିବାକୁ ଚାପ ସତ୍ତ୍ୱେ ସେମାନେ ପରସ୍ପରଠାରୁ ଅଲଗା ହୋଇ ନ ଥିଲେ ବି ଏବେ ଏହି ନୂଆ ଆଇନ ଆଉ ଏକ ବାଧା ହୋଇ ଛିଡ଼ା ହୋଇଛି। ଅନାମିକାଙ୍କ ପାଇଁ ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରି ହିନ୍ଦୁ ହେବାରେ କୌଣସି ଅସୁବିଧା ନ ଥିବା ସଦାବ କହିଛନ୍ତି। ଯଦି ଏଥିରେ ବି ପ୍ରତିବାଦ କରାଯାଏ ତେବେ ଉଭୟେ ୟୁପି ଛାଡ଼ି ବାହାରେ ରହିବାକୁ ବାଧ୍ୟ ହେବେ। ଜରୁରୀ ପଡିଲେ ସେମାନେ କୋର୍ଟର ମଧ୍ୟ ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି। ଶାହାଜହାନପୁରର ସିମ୍ରନ(୨୧) ଓ ମହମ୍ମଦ ସାମିମ୍‌(୨୫) କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯୁବତୀଙ୍କ ପରିବାର ଲୋକେ ଜବରଦସ୍ତି ତାଙ୍କୁ ଘରେ ବନ୍ଦୀ ରଖିବା ଓ ମୋବାଇଲ ଫୋନ ଛଡ଼ାଇ ନେବାପରେ ସେମାନେ ମଧ୍ୟ ଘର ଛାଡ଼ିଛନ୍ତି। ଆଇନ ଅନୁଯାୟୀ ବାହାଘର ନିଷ୍ପତ୍ତି ନେବାକୁ ବୟସ ହୋଇଥିଲେ ବି ଏହି ନୂଆ ନିୟମ ଅସୁବିଧା ବଢ଼ାଇ ଦେଇଛି। ଫଳରେ ସେମାନେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଗତ ନଭେମ୍ବରରେ ନୂଆ ଆଇନ ପ୍ରଣୟନ ହେବାପରଠାରୁ ଏଭଳି ମାମଲାରେ ପୋଲିସ ପ୍ରାୟ ୩୫ ଜଣଙ୍କୁ ଗିରଫ କରିସାରିଛି। ଦିନକୁ ଦିନ ଅନେକ ପରିବାର ପକ୍ଷରୁ ଏତଲା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?