Posted inଜାତୀୟ

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ ସେମାନଙ୍କ ସମ୍ପର୍କ ପାଇଁ ରାଜିଥିଲେ ବି ପରିବାରର ବିରୋଧ ଯୋଗୁ ମାମଲା ଆଶଙ୍କାରେ ଘର ଛାଡ଼ିବାକୁ ବାଧ୍ୟ ହେଉଥିବା ଘଟଣା ଏହି ରାଜ୍ୟରେ ବଢ଼ିବାରେ ଲାଗିଛି। ନିୟମ ଚାଲୁହେବାର ମାସେ ମଧ୍ୟରେ ୩୫ରୁ ଅଧିକ ଜଣଙ୍କୁ ଏହି ଆଇନ ବଳରେ ଗିରଫ କରାଗଲାଣି। ଏଥିସହ ଦିନକୁ ଦିନ ଏ ସଂକ୍ରାନ୍ତ ମାମଲା ସଂଖ୍ୟା ବି ବୃଦ୍ଧିପାଉଛି।
ମହମ୍ମଦ ଇକବାଲ୍‌ ନାମକ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକଙ୍କ ପ୍ରେମରେ ପଡ଼ିଥିବା ବାରଣାସୀର ଜଣେ ୨୬ ବର୍ଷୀୟ ହିନ୍ଦୁ ଯୁବତୀ ସ୍କୃତି ଏବେ ଗିରଫ ଆଶଙ୍କାରେ ପ୍ରେମିକଙ୍କ ସହ ଘର ଛାଡ଼ି ଦିଲ୍ଲୀ ଆସିଥିବା ସଦ୍ୟ ଘଟଣା ଏହାର ଉଦାହରଣ ଭାବେ ନିଆଯାଇପାରେ। ସ୍ମୃତିଙ୍କ କହିବା ମୁତାବକ, ଇକବାଲଙ୍କ ସହ ଦେଖିଦେବା ପରେ ପରିବାର ଲୋକ ତାଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ଜଣେ ହିପ୍ନୋଟିଷ୍ଟଙ୍କ ନିକଟକୁ ନେଇ ତାଙ୍କ ପରୀକ୍ଷା କରାଇଥିଲେ। ଇକବାଲଙ୍କଠାରୁ ଦୂରେଇ ରହିବାକୁ ଚାପ ବଢ଼ିବାରୁ ସେମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ପଳାଇଛନ୍ତି। ଏବେ ଦିଲ୍ଲୀରେ ରହି ଉଭୟେ ଏହି ସ୍ବତନ୍ତ୍ର ଆଇନ ଅଧୀନରେ ବିବାହ ପାଇଁ ଆବେଦନ କରିଥିବା କୁହନ୍ତି। ଯେ ପର୍ଯ୍ୟନ୍ତ ନିୟମ ଅନୁଯାୟୀ ବାହାଘର ନ ହୋଇଛି ସେ ପର୍ଯ୍ୟନ୍ତ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଆସନ୍ତା ଫେବୃୟାରୀରେ ବିବାହ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଘର ବାହାରେ ରହିବାକୁ ପଡିବ। ସେହିପରି ୟୁପିର ଏକ ଛୋଟ ସହରର ମହମ୍ମଦ ସଦାବ(୨୪) ଓ ଅନାମିକା(୨୩)ଙ୍କ କାହାଣୀ ମଧ୍ୟ ସମାନ। ୪ ବର୍ଷର ପ୍ରେମ ସମ୍ପର୍କରେ ବାଧା ସାଜିଥିଲେ ଯୁବତୀଙ୍କ ପରିବାର। ଏଥିପାଇଁ ଅନେକ ଖରାପ ସମୟ ଓ ପରିସ୍ଥିତିର ସାମ୍‌ନା କରିବାକୁ ପଡିଥିବା ସଦାବ କୁହନ୍ତି। ଅନାମିକାଙ୍କ ସହ ସମ୍ପର୍କ କାଟିବାକୁ ଚାପ ସତ୍ତ୍ୱେ ସେମାନେ ପରସ୍ପରଠାରୁ ଅଲଗା ହୋଇ ନ ଥିଲେ ବି ଏବେ ଏହି ନୂଆ ଆଇନ ଆଉ ଏକ ବାଧା ହୋଇ ଛିଡ଼ା ହୋଇଛି। ଅନାମିକାଙ୍କ ପାଇଁ ନିଜ ଧର୍ମ ମଧ୍ୟ ପରିବର୍ତ୍ତନ କରି ହିନ୍ଦୁ ହେବାରେ କୌଣସି ଅସୁବିଧା ନ ଥିବା ସଦାବ କହିଛନ୍ତି। ଯଦି ଏଥିରେ ବି ପ୍ରତିବାଦ କରାଯାଏ ତେବେ ଉଭୟେ ୟୁପି ଛାଡ଼ି ବାହାରେ ରହିବାକୁ ବାଧ୍ୟ ହେବେ। ଜରୁରୀ ପଡିଲେ ସେମାନେ କୋର୍ଟର ମଧ୍ୟ ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି। ଶାହାଜହାନପୁରର ସିମ୍ରନ(୨୧) ଓ ମହମ୍ମଦ ସାମିମ୍‌(୨୫) କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯୁବତୀଙ୍କ ପରିବାର ଲୋକେ ଜବରଦସ୍ତି ତାଙ୍କୁ ଘରେ ବନ୍ଦୀ ରଖିବା ଓ ମୋବାଇଲ ଫୋନ ଛଡ଼ାଇ ନେବାପରେ ସେମାନେ ମଧ୍ୟ ଘର ଛାଡ଼ିଛନ୍ତି। ଆଇନ ଅନୁଯାୟୀ ବାହାଘର ନିଷ୍ପତ୍ତି ନେବାକୁ ବୟସ ହୋଇଥିଲେ ବି ଏହି ନୂଆ ନିୟମ ଅସୁବିଧା ବଢ଼ାଇ ଦେଇଛି। ଫଳରେ ସେମାନେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଗତ ନଭେମ୍ବରରେ ନୂଆ ଆଇନ ପ୍ରଣୟନ ହେବାପରଠାରୁ ଏଭଳି ମାମଲାରେ ପୋଲିସ ପ୍ରାୟ ୩୫ ଜଣଙ୍କୁ ଗିରଫ କରିସାରିଛି। ଦିନକୁ ଦିନ ଅନେକ ପରିବାର ପକ୍ଷରୁ ଏତଲା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri