ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ପ୍ୟାଲେସ ଆଗରେ ନାଚିଲେ ଦମ୍ପତି

ଲଣ୍ଡନ,୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ଭାରତ ସମେତ ଅନ୍ୟ ଦେଶର ରାଜନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବ୍ରିଟେନରେ ଶୋକର ଲହରୀ ଖେଳିଯାଇଛି। ଗତକାଲି ଯେତେବେଳେ ବକିଂହାମ ପ୍ୟାଲେସ ଦ୍ୱାରା ଏହି ସୂଚନା ଦିଆଯାଇଥିଲା, ସେତେବେଳେ ଲୋକମାନେ ଧୀରେ ଧୀରେ ରାଜପ୍ରାସାଦ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ। ଏହି ସମୟରେ ଏକ ଦମ୍ପତି ଡ୍ୟାନ୍ସ କରିଥିବା କ୍ୟାମେରାରେ କଏଦ ହୋଇଛି।

ଯେତେବେଳେ ଲୋକମାନେ ସେମାନଙ୍କର ପ୍ରିୟ ରାଣୀଙ୍କୁ ହରାଇ ବର୍ଷାରେ ଛତା ଧରି ଠିଆ ହୋଇଥିଲେ ସେହି ପ୍ୟାଲେସ ବାହାରେ ନାଚୁଥିବା ଏକ ଦମ୍ପତି ଆଡ଼କୁ କ୍ୟାମେରା ବୁଲିଥିଲା। ଏହି ଦମ୍ପତି ହସୁଥିବାର ଦେଖାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ରାଜପ୍ରାସାଦ ବାହାରେ ଭିଡ଼ ଭିତରେ ଠିଆ ହୋଇ କ୍ୟାମେରାକୁ ଚାହିଁ ହସିବା ସହ ହସୁଥିଲେ, ସେଲ୍‌ଫି ନେଇଥିଲେ। ଏପରିକି ଡ୍ୟାନ୍ସ ମଧ୍ୟ କରିଥିଲେ।

ଅଧିକାଂଶ ଲୋକ ଦୁଃଖରେ ବୁଡ଼ିଥିବା ବେଳେ ଏହି ଦମ୍ପତି ହସୁଥିଲେ। ଯାହାର ଏକ ଭିଡିଓ କେହି ରେକର୍ଡିଂ କରି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଏବେ ଏହା ଖୁବ୍‌ ଭାଇରାଲ ହେଉଛି।

ଲୋକମାନେ ଏହି ଭିଡିଓ ଦେଖିବା ପରେ ପ୍ରଚଣ୍ଡ ରାଗିଛନ୍ତି। ଭିଡିଓ ଶେୟାର କରିଥିବା ବ୍ୟକ୍ତି କ୍ୟାପଶନରେ ଲେଖିଛନ୍ତି, ଏହି ଦୁଇ ମୁର୍ଖଙ୍କ ସାମ୍ନାରୁ କ୍ୟାମେରା ହଟାଇବା ଉଚିତ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି,କ୍ୟାମେରା ଆଗରେ ସେହି ଦୁଇ ମୁର୍ଖ ନାଚୁଥିବା ଦେଖି ଆଉ କେହି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କି?


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ଶେଷ ୨ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୯୭ହଜାର ଶିଶୁ: ରିପୋର୍ଟ

ଓ୍ବାଶିଂଟନ୍‌,୧୨।୮: ଆମେରିକାରେ ଜୁଲାଇ ଶେଷ ୨ସପ୍ତାହରେ ଅତି କମ୍‌ରେ ୯୭ହଜାର ଶିଶୁ କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟସ୍ତରୀୟ ତଥ୍ୟର ଏକ ନୂତନ...

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ...

ଯେଉଁ ଅଫିସ୍‌ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍‌ର ଚୌକି

ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି,...

ରୁଷିଆ ବିରୋଧରେ ଆପଲର ବଡ଼ ପଦକ୍ଷେପ

ଓ୍ବାଶିଂଟନ୍‌,୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ଆଇଫୋନ ଓ ଆଇମେକ୍‌ କମ୍ପ୍ୟୁଟର ଭଳି ଉତ୍ପାଦ ତିଆରି କରୁଥିବା ଆମେରିକାର ବେଶ୍‌ ନାଁକରା ଟେକ କମ୍ପାନୀ ଆପଲ...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍‌…

ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି...

ଆମେରିକାରେ ଫାଇଜରକୁ ମଞ୍ଜୁରୀ ଲାଗି ସୁପାରିସ

ଓ୍ବାଶିଂଟନ, ୧୨।୧୨(ପି.ଟି.): ଫାଇଜର ନିର୍ମିତ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବାକୁ ଆମେରିକା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତା କମିଟି ସୁପାରିସ କରିଛି। ଗୁରୁବାର...

କଶ୍ମୀର ସମସ୍ୟା: ଉପରେ ପଡ଼ି ଭାରତ-ପାକିସ୍ତାନକୁ ପରାମର୍ଶ ଦେଲା ଚାଇନା

ବେଜିଂ,୨୭।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ଚାଇନା ଉପରେ ପଡ଼ି ଏହି ପ୍ରସଙ୍ଗରେ ପରାମର୍ଶ ଦେଇଛି।...

୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ...

Advertisement
Archives

Model This Week