ବଜାରରେ ନକଲି ଫାଇଜର ଟିକା

ଓ୍ବାଶିଂଟନ, ୨୩।୪: ଆମେରିକାର ଫାଇଜର ଏବଂ ବାୟୋଏନ୍‌ଟେକ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ବିଶ୍ୱବ୍ୟାପୀ ଚାହିଦା ବଢ଼ିଥିବାବେଳେ ସେହି ଅନୁଯାୟୀ ଯୋଗାଇବା ସମ୍ଭବ ହେଉନାହିଁ। ଅପରାଧୀମାନେ ଏହାକୁ ସୁଯୋଗ ଭାବେ ନେଇ ଅର୍ଥ ଉପାର୍ଜନ କରିବା ପାଇଁ ିଫାଇଜର କମ୍ପାନୀ ନାମରେ ନକଲି ଟିକା ବଜାରକୁ ଛାଡ଼ୁଛନ୍ତିି। ମେକ୍ସିକୋ, ପୋଲାଣ୍ଡ ଆଦି ଦେଶରେ ଟିକାର ଜାଲ୍‌ ଭର୍ସନ ଉପଲବ୍ଧ ହେଉଥିବା ଫାଇଜର ମୁଖପାତ୍ର କହିଛନ୍ତି। ଏ ସମ୍ପର୍କରେ ସେ ସିବିଏସ୍‌ ମନିଓ୍ବାଚ୍‌କୁ ଇମେଲ୍‌ ଜରିଆରେ ଜଣାଇଛନ୍ତି।
ଟିକା ଜାଲ୍‌ ହେଉଥିବା ସମ୍ପର୍କରେ ପୂର୍ବରୁ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶ ପାଇଥିବାବେଳେ ଫାଇଜର କମ୍ପାନୀ ଏହାକୁ ସ୍ପଷ୍ଟ କରିଛି। ମେକ୍ସିକୋରେ ଉପଲବ୍ଧ ଟିକାରେ ଜାଲ୍‌ ଲେବଲ୍‌ ଲଗାଯାଇଥିବାବେଳେ ପୋଲାଣ୍ଡରେ ମିଳୁଥିବା ଟିକା ଲୋଚାକୋଚା ଚର୍ମର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ କହିଛି। ଏହି ବେଆଇନ କାରବାର ରୋକିବା ପାଇଁ ଫାଇଜର କମ୍ପାନୀ ବିଭିନ୍ନ ଦେଶର ସରକାର, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଓ ଅନ୍ୟମାନଙ୍କ ସହ ଉଦ୍ୟମ ଚଳାଇଛି। ଅନ୍‌ଲାଇନରେ ଫାଇଜର ଟିକା ନ କିଣିବା ଲାଗି କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ସରକାରୀ ଟିକାକରଣ କେନ୍ଦ୍ର ଓ ସାର୍ଟିଫିକେଟପ୍ରାପ୍ତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଖରେ ନିରାପଦ ଓ ବୈଧ ଟିକା ଉପଲବ୍ଧ ବୋଲି କୁହାଯାଇଛି। ଇ-ବାଣିଜ୍ୟ ବା ଇଣ୍ଟରନେଟ ମାଧ୍ୟମରେ ବ୍ୟବସାୟ କାରବାର ସହଜ ହେଉଥିବାରୁ ଏହାର ଦ୍ରୁତ ବୃଦ୍ଧି ଘଟୁଛି। ଏଭଳି ପରିବେଶରେ ଟିକା ଏବଂ କୋଭିଡ୍‌ ଔଷଧ ଆଦିର ଜାଲିଆତି ଓ ବେଆଇନ କାରବାର ବଢ଼ିଚାଲିଥିବା ଫାଇଜର ମୁଖପାତ୍ର କହିଛନ୍ତି।
ଗତ ମାସରେ ଚାଇନା ଓ ଦକ୍ଷିଣ ଆଫ୍ରିକାର ଓ୍ବେର୍‌ହାଉସ୍‌ ଏବଂ କାରଖାନାରୁ ବିପୁଳ ପରିମାଣର ନକଲି ଫାଇଜର ଟିକା ଜବତ ହୋଇଥିଲା। ଏହି ଘଟଣାରେ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବା ଇଣ୍ଟରପୋଲ୍‌ କହିଛି। ନକଲି ଟିକାକୁ ନେଇ ଇଣ୍ଟରପୋଲ୍‌ ଏବଂ ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ତଦନ୍ତ କରିବା ସହ ଅନ୍‌ଲାଇନରେ କୋଭିଡ୍‌ ଟିକା ନ କିଣିବାକୁ ପରାମର୍ଶ ଦେଇଥିଲେ। ଅପରାଧୀ ସଂଗଠନଗୁଡ଼ିକ ଜାଲ୍‌ ଟିକା ପ୍ରସ୍ତୁତ କରି ଏହାକୁ ବଜାରକୁ ଛାଡ଼ୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଟିକା କରୋନା କବଳରୁ ସୁରକ୍ଷା ଦେବନାହିଁ, ବରଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। କାରଣ ଉକ୍ତ ଟିକାର କୌଣସି ପରୀକ୍ଷା କରାଯାଇ ନାହିଁ। ଟିକା ବ୍ୟବସାୟରେ ଅପରାଧୀ ସଂଗଠନର ସମ୍ପୃକ୍ତିକୁ ନେଇ ଗତମାସରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିଥିଲା। ଉକ୍ତ ସଂଗଠନକୁ ମଧ୍ୟ ସେଭଳି ଟିକା ଯୋଗାଇବା ପାଇଁ ପ୍ରସ୍ତାବ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ମାନସିକ ଭାରସାମ୍ୟ ନଷ୍ଟ କରୁଛି ଫେସବୁକ: ମାମଲା ରୁଜୁ …

ଓ୍ବାଶିଂଟନ,୨୭।୩ : ଆମେରିକାର ସାନ ମ୍ୟାଟେଓ କାଉଣ୍ଟି ଶିକ୍ଷା ବୋର୍ଡ ଛାତ୍ରୀଛାତ୍ରମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇ ମାନସିକ ଭାରସାମ୍ୟ ହରାଇ ବସୁଥିବା ଅଭିଯୋଗ...

‘ମୁଁ ଏବେ ବି ଟୁଇଟରରେ ଅଛି’

ନ୍ୟୁୟର୍କ,୨୯ା୪: ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର ଅଧିଗ୍ରହଣ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହାର ମୁଖ୍ୟ କାରଣ ହେଉଛି...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି।...

ନିଜ ସରକାରଙ୍କୁ ସମାଲୋଚନା କଲେ ପାକିସ୍ତାନୀ ଖବରଦାତା

ଇସଲାମାବାଦ,୨୨।୮: ଜମ୍ମୁ-କଶ୍ମୀରରେ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରଠାରୁ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି କହିଲେ ଚଳେ। ହେଲେ ପାକିସ୍ତାନର ଏଭଳି କାର୍ଯ୍ୟକୁ...

ରାଜ ପରିବାରରୁ ବିଚ୍ଛେଦ

ଲଣ୍ଡନ, ୨୦।୨: ବ୍ରିଟିଶ୍‌ ରାଜ ପରିବାରରୁ ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ଚୂଡ଼ାନ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ସେମାନେ ରାଜତନ୍ତ୍ରର କାର୍ଯ୍ୟକାରୀ ସଦସ୍ୟ...

ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ବାଧା ଦେଲା ଚାଇନା

ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍କୁ‌ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଚାଇନା ଯିବା...

ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍‌ ଯୁବକ

ଲଣ୍ଡନ, ୨୮ା୧୨: ଜାଲିଆନ୍‌ଓ୍ବାଲା ବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍‌ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି।...

ଖୁସି ଖବର: ବ୍ରିଟେନରେ ଦେଖାଦେଇଥିବା କରୋନା ନୂଆ ଷ୍ଟ୍ରେନ୍‌ରେ ବି କାମ କରିବ ଫାଇଜର ଟିକା

ଲଣ୍ଡନ,୮ ।୧: କରୋନା ଭ୍ୟାକ୍ସିନ ଓ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶ୍ୱସ୍ତି ଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । କରୋନା...

Advertisement
Archives

Model This Week