ଓଡ଼ିଶାରେ ନକଲି ଡାକ୍ତରୀ ସାର୍ଟିଫିକେଟ ର଼୍ୟାକେଟ

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ଓଡ଼ିଶା କାଉନ୍‌ସିଲ୍‌ ଫର୍‌ ମେଡିକାଲ ରେଜିଷ୍ଟ୍ରଶନ (ଓସିଏମ୍‌ଆର୍‌) ନାଁରେ ଜାଲ୍‌ ଓ୍ବେବ୍‌ସାଇଟ୍‌ ଖୋଲି ଦିଆଯାଉଛି ନକଲି ଡାକ୍ତରୀ ସାର୍ଟିଫିକେଟ। ଉକ୍ତ ସାର୍ଟିଫିକେଟରେ ଏକାଧିକ ଡାକ୍ତର ବାହାର ରାଜ୍ୟକୁ ଯାଇ ଚାକିରି କରିଥିବାବେଳେ ଅନେକେ ଏହି ର଼୍ୟାକେଟରେ ଫସି ଠକେଇର ଶିକାର ହୋଇଛନ୍ତି। ଏ ସଂକ୍ରାନ୍ତରେ ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା ସରକାରଙ୍କ ଅବଗତ କରିଥିବାବେଳେ ଠକେଇର ଶିକାର କେତେଜଣ ଡାକ୍ତର ଓସିଏମ୍‌ଆର୍‌କୁ ଜଣାଇବା ପରେ ଚେତା ପଶିଛି। ଓସିଏମ୍‌ଆର୍‌ ରେଜିଷ୍ଟ୍ରାର କମଳାକାନ୍ତ ଦାଶ ଏନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେ ବି ଉକ୍ତ ଜାଲ୍‌ ଓ୍ବେବ୍‌ସାଇଟ୍‌କୁ ବ୍ଲକ୍‌ କରାଯାଇନାହିଁ।
ସୂଚନା ଅନୁଯାୟୀ, ୟୁନିଟ-୫ ନ’ ତାଲା ନିକଟରେ ଓସିଏମ୍‌ଆର ଅଫିସ ରହିଛି। ବିଭିନ୍ନ ମେଡିକାଲ କଲେଜରୁ ଡାକ୍ତରୀ ପାସ୍‌ କରି ଆସୁଥିବା ଛାତ୍ରୀଛାତ୍ର ପ୍ରାକ୍ଟିସ୍‌ କିମ୍ବା ଘରୋଇ ମେଡିକାଲରେ ଡାକ୍ତରୀ କାର୍ଯ୍ୟ କରିବା ପାଇଁ ଏଠାରୁ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ। ସାର୍ଟିଫିକେଟ ପାଇବା ପାଇଁ ଓସିଏମ୍‌ଆର ପକ୍ଷରୁ ବିଭିନ୍ନ ବିଭାଗର ଡାକ୍ତରଙ୍କ ପାଇଁ ପୃଥକ ଫି’ ଧାର୍ଯ୍ୟ କରାଯାଇଛି। ସାଇବର ଠକମାନେ ଓସିଏମ୍‌ଆରର ଏକ ନକଲି ଓ୍ବେବ୍‌ସାଇଟ୍‌ ଖୋଲି ଅନ୍‌ଲାଇନ୍‌ରେ ସାର୍ଟିଫିକେଟ ଦେବାସହ ଟଙ୍କା ନେଉଛନ୍ତି। ଉକ୍ତ ଓ୍ବେବ୍‌ ସାଇଟ୍‌ରେ ଓସିଏମ୍‌ଆରର ଅଫିସ ଠିକଣା ନନ୍ଦନକାନନ ରୋଡ଼-୧୭ ଦିଆଯାଇଛି। ଅନେକ ଡାକ୍ତରୀ ଛାତ୍ର ଓ ଡାକ୍ତର ଜାଣି ନ ପାରି ଉକ୍ତ ନକଲି ଓ୍ବେବ୍‌ସାଇଟ୍‌ରେ ଆବେଦନ କରି ଠକେଇର ଶିକାର ହେଉଛନ୍ତି। ସମୟ ନ ଥିବାରୁ ଓ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଡାକ୍ତରମାନେ ରହୁଥିବାରୁ ଏହାର ସୁଯୋଗ ନେଇ ସାଇବର ଠକମାନେ ସେମାନଙ୍କଠାରୁ ମନଇଚ୍ଛା ଟଙ୍କା ଲୁଟୁଛନ୍ତି। ପରେ ଡାକ୍ତରଙ୍କ ମେଲ୍‌ ଆଇଡ଼ିରେ ନକଲି ସାର୍ଟିଫିକେଟ ଦେଉଛନ୍ତି। ଅଧିକାଂଶ ଡାକ୍ତର ଉକ୍ତ ସାର୍ଟିଫିକେଟ ନେଇ ବାହାର ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲରେ ଚାକିରି ମଧ୍ୟ କରିଛନ୍ତି। ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଏଭଳି ଏକ ନକଲି ସାର୍ଟିଫିକେଟକୁ ଧରିବା ପରେ ଓସିଏମ୍‌ଆର୍‌କୁ ଚିଠି ଲେଖି ଜଣାଇଛି। ଏହାସହ ଏମ୍‌ସର ଡାକ୍ତର ଶ୍ରୀତୋଷ ଏ ସମ୍ପର୍କରେ ଓସିଏମ୍‌ଆର୍‌କୁ ଜଣାଇଛନ୍ତି। ଉକ୍ତ ଓ୍ବେବ୍‌ସାଇଟ ଦ୍ୱାରା କେତେଜଣ ଡାକ୍ତର ଠକେଇର ଶିକାର ହୋଇଛନ୍ତି, ସେନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri