ବଢୁଛି ନକଲି ପ୍ରଭାବ, ରୋଗୀ ହୀନସ୍ତା

ରାଉରକେଲା ଅଫିସ,୨୯।୪: ରାଉରକେଲା ସହରରେ ନକଲି ଡାକ୍ତରଙ୍କ ପ୍ରଭାବ ବଢୁଥିବା ଅଭିଯୋଗ ହେଉଛି। ଫଳରେ ଏଭଳି ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସିତ ହୋଇ ଭଲ ହେବା ବଦଳରେ ଗୁରୁତର ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଉରକେଲା ସେକ୍ଟର-୧୬ରେ ରହୁଥିବା କିଶୋର ପଟ୍ଟନାୟକଙ୍କ ସ୍ତ୍ରୀ ସୁବର୍ଣ୍ଣମାଳାଙ୍କ କ୍ଷେତ୍ରରେ। ଘରୋଇ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇ ବର୍ତ୍ତମାନ ସେ ରକ୍ତ କର୍କଟ ରୋଗୀ। ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ସେଭଳି ସମ୍ବଳ ମଧ୍ୟ ନାହିଁ। ତେଣୁ ସହରରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।
ରାଉରକେଲା ସହରର ଜନସଂଖ୍ୟା ୭ଲକ୍ଷ ଟପିବାକୁ ବସିଲାଣି। ଏହି ଜନସଂଖ୍ୟାର ୫୦ ଭାଗ ଲୋକ ଶ୍ରମିକ, କୁଲି, ଦିନମଜୁରିଆ ଶ୍ରେଣୀର। ଏମାନଙ୍କ ମଧ୍ୟରୁ କିଛି ସଚେତନ ଲୋକ ଆର୍‌ଜିଏଚ୍‌ ଏବଂ ଆଇଜିଏଚ୍‌ ଭଳି ସରକାରୀ ହସ୍ପିଟାଲକୁ ଯାଇ ଚିକିସତ୍ିତ ହୋଇ ଭଲ ହେଉଛନ୍ତି। ମାତ୍ର ଆଉ କିଛି ଗରିବ ଲୋକ ଅନଭିଜ୍ଞ ଘରୋଇ ଡାକ୍ତରଙ୍କ ହାବୁଡରେ ପଡି ଖର୍ଚ୍ଚାନ୍ତ ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି। ରାଜ୍ୟରେ ଯେଭଳି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି, ସେଭଳି ସ୍ବାସ୍ଥ୍ୟସେବା ଯୋଗାଉଥିବା ବିଭିନ୍ନ ଘରୋଇ କ୍ଲିନିକ୍‌ର ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ଦରକାର। ଫଳରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଠକାମୀରୁ ମୁକ୍ତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ପ୍ରସଙ୍ଗରେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ କୁହନ୍ତି, ରାଉରକେଲା ସହରରେ ଥିବା ସମସ୍ତ ନର୍ସିଂ ହୋମ୍‌ ଏବଂ ପ୍ରାଇଭେଟ୍‌ କ୍ଲିନିକ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରମାଣପତ୍ର ଯାଞ୍ଚ ହେବା ଜରୁରୀ। ଆମ୍ବାଗାନ ମାର୍କେଟ, ୧୮ନମ୍ବର ମାର୍କେଟ, ୭ ନମ୍ବର ମାର୍କେଟ, ରାଉରକେଲା ମାର୍କେଟ, ଫର୍ଟିଲାଇଜର, ବଣ୍ଡାମୁଣ୍ଡାରେ ହେଲ୍‌ଥ କ୍ଲିନିକ ରହିଛି। ଏଠି ପ୍ରାୟତଃ ଅନଭିଜ୍ଞ ଡାକ୍ତର ରହିଛନ୍ତି। ରୋଗୀଙ୍କ ରୋଗ ଭଲ ହୋଇ ବଢିଯିବା ଏହାକୁ ପ୍ରମାଣ କରୁଛି। ଏଭଳି କ୍ଷେତ୍ରରେ ନିୟୋଜିତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବା ସହ ସହର ମଧ୍ୟ ଅନଭିଜ୍ଞ ଡାକ୍ତର ମୁକ୍ତ ହୋଇପାରନ୍ତା ବୋଲି ବିଶ୍ୱାଳ ମତ ଦେଇଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ବିନା ପ୍ରମାଣ ଆଧାରରେ ଏଭଳି ପଦକ୍ଷେପ ନିଆଯିବା ଉଚିତ୍‌ ନୁହେଁ। ନକଲି ପ୍ରମାଣପତ୍ରରେ ସ୍ବାସ୍ଥ୍ୟସେବା ତୁଲାଇବା ମଧ୍ୟ ଦଣ୍ଡନୀୟ ଅପରାଧ। ତଥାପି ଲୋକଙ୍କ ଅଭିଯୋଗ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ସନ୍ତୋଷ ସ୍ବାଇଁଙ୍କୁ ପଚାରିବାରୁ ଏହାକୁ ରୋକିବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକା ବୋଲି ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri