କାର୍‌ରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ କଫ ସିରପ୍‌

ବରଗଡ଼ ଅଫିସ୍‌,୨୫।୬: ପୋଲିସକୁ ଚଖ୍‌ମା ଦେବା ପାଇଁ କଫ ସିରପ୍‌ ଚାଲାଣରେ ବ୍ୟବହାର ହେଉଥିଲା ପ୍ରେସ୍‌ ଲେଖାଥିବା ଗାଡି। ବିଶେଷ ସୂତ୍ରରୁ ଖବର ପାଇ ଓଆର୦୨ବିଏଫ୍‌/୫୯୯୮ ନମ୍ବର ଥିବା ଏକ କାରକୁ ଅଟକାଇ ଥିଲା ପୋଲିସ। ଗାଡିର ତଲାସି ବେଳେ ମିଳିଥିଲା ବିପୁଳ ପରିମାଣର କଫ ସିରପ୍‌। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୯ ନୂଆପଡ଼ାର ସରୋଜ ଭୋଇ(୨୬), ଅବଦେଶ ତ୍ରିପାଠୀ(୩୮), ରାଧାକାନ୍ତ ଭୋସାଗର(୩୫) ଓ ଜଣେ ମହିଳା। ସେମାନଙ୍କ ପାଖରୁ ୧୨୯୦ ବୋତଲ କଫ ସିରପ୍‌, ୨୦ ପ୍ୟାକେଟ୍‌ ନାଇଟ୍ରୋଶନ ଟାବଲେଟ୍‌, ୨ଟି କାର୍‌, ମୋବାଇଲ, ୫ହଜାର ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ.୨୮୦/୨୧) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ଜବତ ଏକ କାର୍‌ରେ ପ୍ରେସ୍‌ ଲେଖାଯାଇଥିବା ବରଗଡ଼ ଟାଉନ ଥାନାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଆଜି ୨୧ ଜିଲାରୁ ୫୧୮...

ମଧ୍ୟାହ୍ନଭୋଜନ ଡାଲମାରେ ବାହାରିଲା ବିଛା: ବିଇଓଙ୍କୁ ଭେଟିଲେ ଉତ୍ତ୍ୟକ୍ତ ଅଭିଭାବକ

ହିଞ୍ଜିଳିକାଟୁ,୭ା୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିବା ଖାଦ୍ୟରେ ବିଛା ବାହାରଥିବା ଅଭିଯୋଗ ହୋଇଛି। ସ୍କୁଲର ଜଣେ...

ବୁଲାକୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜ୍ୟୋତିରଞ୍ଜନ

ନିଶ୍ଚିନ୍ତକୋଇଲି,୬ା୪(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲକ୍‌ଡାଉନ୍‌ ଯୋଗୁ ୧୦ ଦିନ ହେଲା ବୁଲା କୁକୁରମାନେ ଖାଇବାକୁ ପାଉନାହାନ୍ତି। ଫଳରେ ଏହି କୁକୁରମାନଙ୍କ...

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ...

ଅଘୋଷିତ ବିଦ୍ୟୁତ୍‌ କାଟକୁ ବିରୋଧ

ଔପଦା,୧୨ା୬(ସ୍ବ.ପ୍ର.): ଔପଦା ତଥା ଆଖ ପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ବିଦ୍ୟୁତ୍‌ ଷ୍ଟ୍ରକଚର...

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା,...

ଭିନ୍ନ ନିଶା କବଳରେ ଯୁବଗୋଷ୍ଠୀ: କଫ୍‌ସିରପ, ଅଠାକୁ କରୁଛନ୍ତି ନିଶା

ଅନୁଗୋଳ ଅଫିସ, ୧୪।୧୨ – ସାଧାରଣତଃ ନିଶା ସେବନ କଥା କହିଲେ ଅନେକେ ମଦ୍ୟପାନକୁ ବୁଝିଥାନ୍ତି। ହେଲେ ଏବର ଯୁବପିଢ଼ି କେବଳ ମଦ୍ୟପାନକୁ ନିଶା କରିନାହାନ୍ତି,...

କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ)- ଲକ୍‌ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ,...

Advertisement
Archives

Model This Week