Posted inଫୁରସତ

କଟନ୍‌ କ୍ୟାଣ୍ଡି

ପିଲାମାନଙ୍କର ଏହା ଖୁବ୍‌ ପ୍ରିୟ। ଯାତ୍ରା, ମେଳା, ବଜାର ଆଦିରେ ମିଳେ। ତା’ର ମିଠା ସ୍ବାଦ ଓ ଗୋଲାପୀ ରଙ୍ଗ ପିଲାଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ବର୍ଷ ବର୍ଷ ବିତି ଯାଇଥିଲେ ହେଁ, କମିନି ଏହାର ଚାହିଦା। କିଏ ଏହାକୁ କହେ ‘ବମ୍ବେଇ ଲଡୁ’ ତ କିଏ କହେ ‘କଟନ୍‌ କ୍ୟାଣ୍ଡି’। କିଏ ପୁଣି କହେ ‘କଣ୍ଢେଇ ଚୁଟି’। ଆସନ୍ତୁ ଜାଣିବା ଏହାକୁ କିଏ ଓ କେବେ ତିଆରି କରିଥିଲେ।
କଟନ କ୍ୟାଣ୍ଡି ତିଆରି ପଛର ମଣିଷ: ଆମେରିକାର ଓ୍ବିଲିୟମ୍‌ ଜେମ୍ସ ମୋରିସନ୍‌ ନାମକ ଜଣେ ଦାନ୍ତ ଚିକିତ୍ସକ ବିଭିନ୍ନ ପ୍ରକାରର ନୂଆ ଓ ଅଜବ ଜିନିଷ ଉଦ୍ଭାବନ ପାଇଁ ପ୍ରସିଦ୍ଧ ଥିଲେ। ୧୮୯୭ର କଥା- ଜେମ୍ସ ମୋରିସନ୍‌, ଜନ୍‌ ସି ହ୍ବାର୍ଟନ୍‌ ନାମକ ଜଣେ ମିଷ୍ଟାନ୍ନ ପ୍ରସ୍ତୁତକାରୀଙ୍କ ସହ ମିଶି ଏକ ନୂଆ ମେସିନ୍‌ ତିଆରି କଲେ, ଯାହା ଗରମ ଚିନିକୁ ବୁଲାଇ ବୁଲାଇ କଟନ୍‌ କ୍ୟାଣ୍ଡି ପ୍ରସ୍ତୁତ କଲା। ସେ ସମୟର ଏହା ଥିଲା ଏକ ବିସ୍ମୟକର ଉଦ୍ଭାବନ। ଉକ୍ତ ମେସିନ୍‌କୁ ତିଆରି କରିବାର ୭ ବର୍ଷ ପରେ ୧୯୦୪ ମସିହାରେ ସେଣ୍ଟ ଲୁଇସ୍‌ ଓ୍ବାର୍ଲଡ ଫେୟାର୍‌ରେ, ଜେମ୍ସ ମୋରିସନ୍‌ ନିଜର ଏହି ଉଦ୍ଭାବନକୁ ପ୍ରଥମ ଥର ପାଇଁ ପ୍ରଦର୍ଶିତ କରିଥିଲେ। ଲୋକେ ଏହାକୁ ଦେଖିବାପରେ ବହୁତ ପସନ୍ଦ କରିଥିଲେ। ଆମେରିକାରେ ଏହା ‘ଫେୟାରୀ ଫ୍ଳସ୍‌’ ନାମରେ ପରିଚିତ ହେଲା। ସେଦିନର ସେହି ମେଳାରେ ୬୮୦୦୦ରୁ ଊର୍ଦ୍ଧ୍ୱ ମେସିନ୍‌ ବିକ୍ରି ହେଇଥିଲା। ସେହି ମେସିନ୍‌ରେ ପ୍ରସ୍ତୁତ କଟନ୍‌ କ୍ୟାଣ୍ଡି ଧଳାରଙ୍ଗର ହେବାବେଳେ ସ୍ବାଦ ସେତେ ଖାସ୍‌ ନ ଥିଲା। ତେବେ ବି ତାହା ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା।
କଟନ୍‌ କ୍ୟାଣ୍ଡି ନାଁ ପଛର କଥା: ୧୯୨୧ରେ ଲୁଇଜିଆନାର ଯୋଶେଫ୍‌ ଲସ୍କାକ୍ସ ନାମକ ଅନ୍ୟ ଜଣେ ଦନ୍ତ ଚିକିତ୍ସକ ଆଉ ଏକ କଟନ୍‌ କ୍ୟାଣ୍ଡି ମେସିନ୍‌ ତିଆରି କରିଥିବା ଦାବି କରିଥିଲେ। କୁହାଯାଏ ଯୋଶେଫ୍‌ ଲସ୍କାକ୍ସ ହିଁ ତୁଳା ପରି ଦେଖାଯାଉଥିବା ଏହି ମିଠା ଖାଦ୍ୟର ନାଁ ‘କଟନ କ୍ୟାଣ୍ଡି’ ରଖିଥିଲେ।
ସମୟ ବଦଳିବା ସହିତ କଟନ୍‌ କ୍ୟାଣ୍ଡି ମେସିନ୍‌ରେ ଅନେକ ପରିବର୍ତ୍ତନ ଆସିଲା।୧୯୭୦ ମସିହାରେ ଆଉ ଏକ କଟନ୍‌ କ୍ୟାଣ୍ଡି ମେସିନ୍‌ ବି ତିଆରି ହୋଇଥିଲା, ଯାହାକି ପୁରାପୁରି ଅଟୋମେଟିକ୍‌ ଥିଲା। ଏହାକୁ ଚଳେଇବା ପାଇଁ ମଣିଷର ଆବଶ୍ୟକତା ନ ଥିଲା।
ଚିନିରେ ତିଆରି ହେଉଥିବାରୁ ଏହାର ପ୍ରକୃତ ରଙ୍ଗ ଧଳା। କିନ୍ତୁ ଖାଇବା ରଙ୍ଗ ମିଶାଯିବା ପରେ ତାହା ଗୋଲାପୀ ରଙ୍ଗରେ ପରିଣତ ହୋଇଥାଏ। କିଛି ସ୍ଥାନରେ ଏହା ନୀଳ ଓ ବାଇଗଣୀ ରଙ୍ଗରେ ବି ଉପଲବ୍ଧ ହୁଏ। ଏମିତିରେ ତ କଟନ୍‌ କ୍ୟାଣ୍ଡିର ସ୍ବାଦ ମିଠା। ତେବେ ଆଜିକାଲି ଏଥିରେ ଫ୍ଲେଭର୍‌ ମିଶାଯାଇ ଏହାର ସ୍ବାଦ ବଦଳାଯାଉଛି। ଆଉ ଆଜି ବି ଏହା ଏତେ ଲୋକପ୍ରିୟ ଯେ, ଆମେରିକାରେ ପ୍ରତିବର୍ଷ ୭ ଡିସେମ୍ବରରେ ‘ନ୍ୟାଶନାଲ କଟନ୍‌ କ୍ୟାଣ୍ଡି ଡେ’ ପାଳିତ ହେଉଛ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?