ପାପୋଛ ଉପରେ ଦୁର୍ନୀତି

ହରିୟାଣାର କର୍ନାଲରେ ୨୮ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ନେତୃତ୍ୱରେ ଭାଜପା ବୈଠକ ଅନୁଷ୍ଠିତ ହେଉଥିବାରୁ ତାହାକୁ ବିରୋଧ କରି କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟୋଲ୍‌ ପ୍ଲାଜା ନିକଟରେ ଚାଷୀଙ୍କୁ ଘଉଡ଼ାଇବା ସକାଶେ ପୋଲିସ ଲାଠି ଚାଳନା କରିବାରୁ କେତେକ ଚାଷୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ସୁଶୀଲ କାଜଲଙ୍କ ସେହିଦିନ ରାତିରେ ମୃତ୍ୟୁ ଘଟିଯାଇଛି। ତେବେ କର୍ନାଲର ସବ୍‌-ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌) ଆୟୁଷ ସିହ୍ନାଙ୍କ ବିବାଦୀୟ ନିର୍ଦ୍ଦେଶ ସଂକ୍ରାନ୍ତ ଭିଡିଓ ଭାଇରାଲ ଘଟଣା ଏବେ ଦେଶବ୍ୟାପୀ ଅନ୍ୟତମ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହି ଆଇଏଏସ୍‌ ଅଫିସର ବିକ୍ଷୋଭ କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଉପସ୍ଥିତ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଯେ, କୌଣସି କୃଷକ ଯେଭଳି ବାରିକେଡ୍‌ ଅତିକ୍ରମ ନ କରିବେ ସେହି ଦିଗରେ ସୁନିଶ୍ଚିତ କରିବେ। ଯଦି କେହି ବାରିକେଡ୍‌ ଅତିକ୍ରମ କରନ୍ତି, ତାହା ହେଲେ ସେମାନଙ୍କ ମୁଣ୍ଡ ଫାଟିଥିବା ଦରକାର। ଅର୍ଥାତ୍‌ ଚାଷୀଙ୍କ ମୁଣ୍ଡରେ ନିର୍ଘାତ ପ୍ରହାର ହେବା ସେ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ। ଆୟୁଷଙ୍କ ନିର୍ଦ୍ଦେଶ ମୁତାବକ ତାହା କରାଯାଇଥିଲା। ଏସ୍‌ଡିଏମ୍‌ ଦେଇଥିବା ନିର୍ଦ୍ଦେଶ ସଂକ୍ରାନ୍ତ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଅଶୋଭନୀୟ ବ୍ୟବହାରକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜେଜେପି) ସଭାପତି ଦୁଷ୍ମ୍ୟନ୍ତ ଚୌତାଲା କହିଛନ୍ତି ଯେ, ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଆୟୁଷଙ୍କ ଶବ୍ଦ ଉଚ୍ଚାରଣ ଠିକ୍‌ ନ ଥିଲା, ତଥାପି ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଏଭଳି କରିବାକୁ ପଡ଼ିଥିଲା। ସେହିଭଳି ଜିଲା ମାଜିଷ୍ଟ୍ରେଟ ନିଶାନ୍ତ ଯାଦବ ଏସ୍‌ଡିଏମ୍‌ ଆୟୁଷ ଯେଉଁଭଳି ଢଙ୍ଗରେ ନିର୍ଦ୍ଦେଶ ଦେଇଛନ୍ତି ସେଥିଲାଗି ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ କହିଛନ୍ତି, ଆୟୁଷ ଜଣେ ନିଷ୍ଠାବାନ୍‌ ଅଫିସର।
ଏଠି ମନେରଖିବାକୁ ହେବ ଯେ, ଏସ୍‌ଡିଏମ୍‌ ଆୟୁଷ ସିହ୍ନାଙ୍କ ନିର୍ଦ୍ଦେଶ କୌଣସି ଭାବେ ଏକ ବିରାଟ ବ୍ୟତିକ୍ରମ ଭାବିବା ଅନୁଚିତ। ଦେଶବ୍ୟାପୀ କାର୍ଯ୍ୟରତ ଥିବା ଅଧିକାଂଶ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ଏହିଭଳି ମନୋଭାବ ପୋଷଣ କରି ସାଧାରଣ ନାଗରିକଙ୍କ ସହିତ ବ୍ୟବହାର କରିଥାନ୍ତି। ଏହି ଦୁଇ କ୍ୟାଡରଙ୍କ ସହଯୋଗ ବିନା ଭାରତବର୍ଷରେ ଦୁର୍ନୀତି ଘଟାଇବା ଅସମ୍ଭବ ହୋଇପଡ଼ିବ। ପରାଧୀନ ଭାରତକୁ ଶୋଷିତ କରି ରଖିବା ପାଇଁ ବ୍ରିଟିଶ୍‌ ଶାସକମାନେ ଏହିଭଳି ଦୁଇଟି ଗୋଷ୍ଠୀ ସୃଷ୍ଟି କରିଥିଲେ। ୧୯୪୭ରେ ମିଳିଥିବା ସ୍ବାଧୀନତା ଦେଶରେ କେବଳ ରାଜନୈତିକ ପରିବର୍ତ୍ତନ ଆଣିଦେଇଥିଲା। ଗୋରାଙ୍କ ଜାଗାରେ ଭାରତୀୟଙ୍କୁ ସଂସଦ ଭିତରେ ଦେଖିବାକୁ ମିଳିଲା। ଅନ୍ୟପଟେ ପ୍ରଶାସନିକ ସ୍ତରରେ ଆଭିମୁଖ୍ୟ ଓ ମାନସିକତାରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ। ଡେରାଡୁନ୍‌ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ସବୁ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ଶିକ୍ଷା ନେଇଥାନ୍ତି। ସେଠାରେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଯାହା ଶିଖାଯାଇଛି ସେଥିରୁ ସାଧାରଣ ନାଗରିକଙ୍କୁ ସମ୍ମାନ ଦେବାର ଶିକ୍ଷା ଦିଆଯାଏ ନାହିଁ। ଅର୍ଥାତ୍‌ କରଦାତାଙ୍କ ଅର୍ଥରେ ଦରମା ପାଉଥିବା ଏହି ଗୋଷ୍ଠୀଙ୍କୁ କରଦାତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ସେହି ପ୍ରଶିକ୍ଷଣର ଏକ ଅକୁହା ଅଙ୍ଗ ଭାବେ ମନେହୁଏ।
ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଲାଗି ବିକ୍ଷୋଭକାରୀଙ୍କ ଉପରେ ବିଭିନ୍ନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। କିନ୍ତୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବ୍ୟକ୍ତି ଲୋକଙ୍କ ମୁଣ୍ଡ ଫଟାଇବା ପାଇଁ ନିର୍ଦ୍ଦେଶ ଦେବା ଅତ୍ୟନ୍ତ ନିନ୍ଦନୀୟ। ଆଜିର ସମୟରେ ଦେଖାଯାଉଛି ପଦବୀ ପାଇବା ପୂର୍ବରୁ ଜଣେ ବ୍ୟକ୍ତି ନମ୍ର ସ୍ବଭାବର ହୋଇଥାଆନ୍ତି। କିନ୍ତୁ ଯେତେବେଳେ ପଦବୀ ମିଳୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅହଂକାରୀ ପାଲଟି ଯାଉଛନ୍ତି। ଏହିଭଳି ଗୁଣ ସର୍ବଭାରତୀୟ ସେବାର ଅଧିକାରୀଙ୍କ କ୍ଷେତ୍ରରେ ବହୁମାତ୍ରାରେ ଦେଖିବାକୁ ମିଳୁଛି। ଏହାର ପ୍ରମୁଖ କାରଣ ହେଉଛି ଔପନିବେଶିକ ମାନସିକତା। ସାହେବ ଢଙ୍ଗରେ ଆଦବକାଇଦା ଅନୁସରଣ କରି ଲୋକଙ୍କ ଉପରେ ଅତ୍ୟାଚାର କରିବାରେ ଏମାନେ ଆନନ୍ଦ ପାଇଥାଆନ୍ତି। ଆଶ୍ଚର୍ଯ୍ୟର କଥା ଯେ, ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ଏଭଳି ଚରିତ୍ର ପ୍ରଦର୍ଶନକୁ ଜନସାଧାରଣ ମୁଣ୍ଡପାତି ସହି ନେଉଛନ୍ତି। ଆୟୁଷଙ୍କ କଥା ଦେଖିଲେ ସେ କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷାରେ ଊତ୍ତୀର୍ଣ୍ଣ ହୋଇଛନ୍ତି। ଯେଉଁ ସଂସ୍ଥା ତାଙ୍କୁ ନିଯୁକ୍ତି ଦେଇଛି ତାହାର ନାମକୁ ବୁଝିଲେ ଅଧିକାରୀମାନେ ଲୋକ ସେବା ଦିଗରେ ବ୍ରତୀ ହେବା କଥା। କିନ୍ତୁ ଦେଖାଯାଉଛି ଅନେକେ ସୁବିଧା ଓ ପଦୋନ୍ନତି ପାଇବା ଆଶାରେ ମନମୁଖି ଶାସକ ପାଲଟି ଯାଉଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ମନ୍ତବ୍ୟକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି ଯେ, ରାଜନେତାମାନଙ୍କର ଦୁର୍ବଳ ଚରିତ୍ର ଯୋଗୁ ଅଫିସରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳତା ବୃଦ୍ଧି ପାଉଛି। ସେଥିପାଇଁ ଆୟୁଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୂରର କଥା ହରିୟାଣାର ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।
ଆଜିର ଭାରତରେ ଦିଲ୍ଲୀରୁ ଆରମ୍ଭକରି ରାଜ୍ୟ ସରକାର ପର୍ଯ୍ୟନ୍ତ ସବୁଠି ଅମଲାତନ୍ତ୍ରୀଙ୍କ ପ୍ରାଦୁର୍ଭାବ ରହୁଥିବାରୁ ଜନସାଧାରଣ ଏହି ଅଧିକାରୀମାନଙ୍କୁ ପ୍ରକୃତ ଶାସକ ଭାବେ ଧରିନେଲେଣି। ଏଥିଯୋଗୁ ରାଜନେତାଙ୍କ ଭୂମିକା ଦିନକୁ ଦିନ ଗୌଣ ହେବାରେ ଲାଗିଲାଣି। ଫଳରେ ବିଧାନପାଳିକା ଯାହାକି ଲୋକଙ୍କ ମତକୁ ପ୍ରଶାସନରେ ପ୍ରକାଶ କରିବା କଥା ତାହା ଏବେ ଗୁରୁତ୍ୱ ହରାଉଛି। ସାଧାରଣରେ ଦେଖାଯାଉଛି ଯେ, ବିଧାୟକ ଓ ସାଂସଦମାନେ ମନ୍ତ୍ରୀଙ୍କ ଅପେକ୍ଷା ଉପଜିଲାପାଳଙ୍କଠାରୁ ଆରମ୍ଭକରି କ୍ୟାବିନେଟ୍‌ ସଚିବଙ୍କୁ ଓଳଗି କରିବାକୁ ପସନ୍ଦ କରୁଛନ୍ତି। ସେହିଭଳି ନିଜ କାର୍ଯ୍ୟ ହାସଲ ପାଇଁ ବଡ଼ ଶିଳ୍ପପତିମାନେ ମଧ୍ୟ ଏହି ଅଫିସରଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଭାରତବର୍ଷରେ ଅଫିସରଙ୍କ ଦ୍ୱାରସ୍ଥ ହେଲେ ନିଜର କାର୍ଯ୍ୟ ହାସଲ ହୋଇପାରୁଛି। ଦୁର୍ନୀତି ମଧ୍ୟ ତାଙ୍କରି ପ୍ରବେଶ ଦ୍ୱାରର ପାପୋଛ ଉପରେ ଶୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?