ପଦାରେ ପଡ଼ିଲା ବନ ବିଭାଗ ଚାରା ଦୁର୍ନୀତି

ମାଥିଲି, ୬।୯ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକରେ ବନ ବିଭାଗର ଚାରାରୋପଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ମାଥିଲି ବ୍ଲକର ଗୋଡିଆଳି ଗ୍ରାମର ଗୋଡିଆଳି ସଂରକ୍ଷିତ ଜଙ୍ଗଲରେ ଚଳିତ ବର୍ଷ ବନ ବିଭାଗ ୩୦ ହେକ୍ଟର ଜମିରେ ଚାରାରୋପଣ କରିଥିବା କହୁଥିବା ବେଳେ ପ୍ରକୃତ ତଥ୍ୟ ରହିଛି ଏହାର ଓଲଟା। ବିଭାଗ ଏହି ୩୦ ହେକ୍ଟର ଜମିରେ ୬ହଜାର ଚାରାରୋପଣ ଲାଗି ଲକ୍ଷ୍ୟ ରଖିଥିଲା। ମାତ୍ର ୩ହଜାର ଚାରା ରୋପଣ କରି ବିଭାଗ ଦାୟିତ୍ୱ ସାରି ଦେଇଛି। ଆବଶ୍ୟକ ପରିମାଣରେ ଚାରା ଲଗାଇନି। ନିୟମ ଅନୁସାରେ ଚାରାରୋପଣ କଲେ ଏହାକୁ ସୁରକ୍ଷା ରଖିବାକୁ ଚାରା ଚାରିପଟେ ବାଡ ଦେବା କଥା। ମାତ୍ର ଏଠାରେ ତାହା ହୋଇନାହିଁ। କେବଳ ଜାଲ ଟାଣି ବିଭାଗ ନୀରବ ରହିଛି। ଚଳିତ ବର୍ଷ ଚାରା ରୋପଣ ଲାଗି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିରେ ନିୟୋଜିତ ଶ୍ରମିକମାନଙ୍କୁ ୨ଶହ ଲେଖାଏ ଟଙ୍କା ମଜୁରି ବାବଦରେ ପ୍ରଦାନ କରାଯାଇଛି। ଏହି ଅର୍ଥ ବ୍ୟାଙ୍କ ମାଧ୍ୟରେ ସେମାନଙ୍କ ଆକାଉଣ୍ଟରେ ଦେବା ନିୟମ ଥିବା ବେଳେ ଶ୍ରମିକମାନଙ୍କ ହାତକୁ ଏହା ପ୍ରଦାନ କରାଯାଇଛି। ଏଥିସହ ଏଏନଆର ପ୍ଲାଣ୍ଟେଶନ ବାବଦରେ ମଧ୍ୟ ବହୁ ଅର୍ଥ ଆତ୍ମସାତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏ ସମ୍ପର୍କରେ ମାଥିଲି ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଭୟଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ...

ଚାନ୍ଦିପୁର ବେଳାଭୂମିରେ ସଫେଇ: ଜିଲାପାଳ, ଏସ୍‌ପି ଓ ଛାତ୍ରୀଛାତ୍ର ସାମିଲ

ବାଲେଶ୍ୱର ଅଫିସ, ୨୩।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ବର୍ଣ୍ଣିମ ବେଳାଭୂମିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଓ ହୋଟେଲ ଆସୋସିଏଶନର ମିଳିତ...

ସାମାଜିକ ବାସଁଦ୍‌ ଲାଗି ଅଟ୍‌କିଛେ ବାପର ଶୁଧିକାଯ୍‌

ବିନିକା, ୫।୨ (ଡି.ଏନ୍‌.ଏ)- ଆଏଜ୍‌କାର ବୈଜ୍ଞାନିକ୍‌ ଯୁଗ୍‌ରେ ମୁନୁଷ୍‌ ପୃଥିବୀରୁ ଯାଇ ଚନ୍ଦ୍ରରେ ପାଦ୍‌ ଥାପି ସାଏଲାନ। ହେଲେ ବି ଆମର ସମାଜରେ ଅନେକ୍‌ ଲୋକ୍‌...

ରାହାଗିରିରେ ସୁସ୍ଥ, ସ୍ବଚ୍ଛ ସମ୍ବଲପୁର ବାର୍ତ୍ତା

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ସ୍ବଚ୍ଛ ଓ ସୁସ୍ଥ ସମ୍ବଲପୁର ସଚେତନତା ବାର୍ତ୍ତା ନେଇ ରବିବାର ସକାଳେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରିଂ-ରୋଡ ସମଲେଇ ମନ୍ଦିର...

କଟକବାସୀଙ୍କୁ ଡରାଇଲାଣି କରୋନା: ୨୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୮।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର କରିଛି। ବୁଧବାର ଏହି ସଂଖ୍ୟା ୨୦୨ରେ ପହଞ୍ଚିଛି। ମଙ୍ଗଳବାର ସହରରୁ ୪ଜଣ ଆକ୍ରାନ୍ତ...

୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା...

ନିର୍ଗୁଣ୍ଡି ପଞ୍ଚାୟତର ଏହି ଗାଁ ଶଟ୍‌ଡାଉନ୍‌

ଭଣ୍ଡାରିପୋଖରୀ,୧୩ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ପିରିଜିପୁର ଗାଁରେ ଜନୈକ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ନମିତା ପାତ୍ର...

ଜେଲ ଗଲେ ହତ୍ୟାକାରୀ ପୁଅ

ଝାରସୁଗୁଡ଼ା ଅଫିସ,୧୨ା୩: ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍‌ ଅଭିଯୁକ୍ତ ପୁଅ କ୍ଷେତ୍ରମଣି ରୋହିଦାସ(୨୭)ଙ୍କୁ ଗିରଫ...

Advertisement
Archives

Model This Week