ଶୁକଳଗାଡ଼ିଆ ଜଳବିଭାଜିକାରେ ଦୁର୍ନୀତି

ନୟାଗଡ଼,୪।୧୦(ଲୋକନାଥ ମିଶ୍ର)ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନୟାଗଡ଼ ବ୍ଲକ ଶୁକଳଗାଡ଼ିଆ ମଞ୍ଚେଶ୍ୱର ପୋଖରୀ କାମରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି ।ଉକ୍ତ କାମ ଜୟ ଜଗନ୍ନାଥ ଜଳ ବିଭାଜିକା ଚମ୍ପତିପୁର କମିଟି ନାଁରେ କରାଯାଇଥିବା ଦର୍ଶାଯାଇଛି । ୨୫ ଲକ୍ଷ ଟଙ୍କାର କାମକୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌ ହୋଇଛି । ଶିଆଳିଖାଲ ପରେ ସୁକଳଗାଡିଆ ମଞ୍ଚେଶ୍ୱର ପୋଖରୀ ଦୁର୍ନୀତି ମୃତ୍ତିକା ସଂରକ୍ଷଣ ବିଭାଗକୁ ହରଡଘଣାରେ ପକାଇଛି । ନୟାଗଡ଼ ପରି ପାହାଡିଆ ଜିଲାରେ ଜଳ ବିଭାଜିକା ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ, ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟି ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ ଲକ୍ଷ ଟଙ୍କା ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଚେୟାରମ୍ୟାନ୍‌ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ଗତ ସେପ୍ଟେମ୍ବର ୨୯ରେ ଜଳବିଭାଜିକା ପରିଦର୍ଶନରେ ଯାଇ ଅନିୟମିତତା ଗୁମର ଖୋଲିଥିଲେ। ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ଜିଲା ପରିଷଦ ସଭାପତି ଓ ସଭ୍ୟଙ୍କୁ ମୃତ୍ତିିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକଙ୍କ ସମେତ କର୍ମଚାରୀ ଦେଖେଇ ନ ପାରି ଅପଦସ୍ତ ହୋଇଥିଲେ । ଜିଲା ପରିଷଦ ପକ୍ଷରୁ ଏହାର ମେଜରମେଣ୍ଟ କରାଯିବା ପରେ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିଲା । ପ୍ରକଳ୍ପ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ତେବେ ୨୪ ଲକ୍ଷ ୬୮ ହଜାର ୪୨୬ ଟଙ୍କା ବିଲ୍‌ ହୋଇଥିଲା । ଶୁକଳଗାଡିଆ ପୋଖରୀ ଦୁର୍ନୀତି ନେଇ ଜଣେ ଚାଷୀ କହିଛନ୍ତି, ଆମ ଗଁାରେ ପୋଖରୀ କାମ କରିବା ପାଇଁ ଯେଉଁ କମିଟି ହୋଇଛି ସେ କମିଟି କାମ କରିବାକୁ ମନା କଲା । ୨୫ ଲକ୍ଷ ଟଙ୍କାର କାମ କରିବାକୁ ନିଜର ଅସମର୍ଥ ପ୍ରକାଶ କଲା କମିଟି । ତେବେ କମିଟିର ଜଣେ ସଭ୍ୟ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ କର୍ମଚାରୀ ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଧରାଧରି କରି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ନୀତି କରିଛନ୍ତି । ପୋଖରୀରେ ଜେସିବି ଲଗାଇ ୧ରୁ ୩ ଲକ୍ଷ ଟଙ୍କାର କାମ କରି ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି । ପୋଖରୀ ଆଗକୁ ଯେପରି ଥିଲା ଏବେ ସେପରି ଅଛି । ଟଙ୍କା ଆତ୍ମସାତ୍‌ ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ କେତେଜଣ ଚାଷୀ ନେତାଙ୍କୁ ହାତ କରି ଦୁର୍ନୀତି କରିଛନ୍ତି । ଶିଆଳିଖାଲ ଦୁର୍ନୀତି ଧରାପଡିବା ପରେ ଆମେ ଆମ ଅଞ୍ଚଳର ଦୂର୍ନୀତି ପଦାକୁ ବାହାରୁ ବୋଲି ଦାବି କରୁଛୁ ।
ଯେଉଁ ପ୍ରକାର ଦୁର୍ନୀତି ମୃତ୍ତିକା ସଂରକ୍ଷଣ ବିଭାଗରେ ଚାଲିଛି ଅଭିଯୋଗକାରୀ ନାଁ ଜାଣିଲେ ଟଙ୍କା ଦେଇ, ମାରପିଟ୍‌ କରି ମୁହଁ ବନ୍ଦ କରୁଛନ୍ତି । ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିବ । ନୟାଗଡ଼ର ଚାଷୀ ବଳରାମ ନାୟକ କୁହନ୍ତି, ଶୁକଳଗାଡିଆ ମଞ୍ଚେଶ୍ୱର ପୋଖରୀ କାମରେ ଜଣେ ଚାଷୀ ନେତା ଓ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ଓ ଅଧିକାରୀ ମିଶି ସରକାରୀ ଅନୁଦାନକୁ ଆମତ୍ସାତ୍‌ କରିଛନ୍ତି । ଘଟଣା ଆଗକୁ ନ ବଢ଼ିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଛନ୍ତି । ଗଣମାଧ୍ୟମରେ ଖବର ପ୍ରକାଶନ ନ କରିବା ପାଇଁ ଚାଷୀମାନଙ୍କୁ ଚାପ ପ୍ରୟୋଗ କରି ଧମକଚମକ ଦେଉଛନ୍ତି ।
ଏପରି କି ସବୁ କିଛି ଠିକ ଅଛି, କାହାକୁ କିଛି କୁହନି ବୋଲି କହୁଛନ୍ତି । ଏହି ଦୂର୍ନୀତି ଘଟଣାରେ ଜଡ଼ିତ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ପ୍ରକଳ୍ପ ନିର୍ଦ୍ଦେଶକ ଅବସର ନେଇ ସାରିଲେଣି । ତାଙ୍କ ସମୟରେ ଅନେକ ଦୁର୍ନୀତି ରହିଛି ଯାହାକି ତଦନ୍ତ କଲେ ପଦାକୁ ଆସିବ । ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ଶିଆଳିଖୋଲ ଜଳବିଭାଜିକାକୁ ଜିଲା ପରିଷଦ କମିଟି ଅନୁଧ୍ୟାନ କରି ଫେରିଛି ।
ଶୁକଳଗାଡ଼ିଆ ଜଳବିଭାଜିକା ପ୍ରକଳ୍ପର ହେରଫେରି ଜଣାପଡିବା ପରେ ଆମ କମିଟି ଅନୁଧ୍ୟାନ କରି ପଦକ୍ଷେପ ନେବ ବୋଲି କହିଛନ୍ତି । ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ା କୁହନ୍ତି, ମୁଁ ନୂଆ କରି କାର୍ଯ୍ୟରେ ଯୋଗ ଦେଇଛି । ଅଭିଯୋଗ ଆସୁଥିବା ଶୁକଳଗାଡିଆ ଜଳବିଭାଜିକାର ତଦନ୍ତ କରାଯିବା ପରେ ଯାହା କିଛି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?