Advertisement

ପାଇପ୍‌ ବିଛାଇ ମରାମତି କରୁନି ଠିକାସଂସ୍ଥା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସହରରେ ବିଭିନ୍ନ ସାହି ଓ ଓ୍ବାର୍ଡରେ ଜଳ ଯୋଗାଣ ନିମନ୍ତେ ପାଇପ ବିଛା କାମ ଚାଲିଛି। ଏଥିପାଇଁ କାମ ନେଇଥିବା ଠିକାସଂସ୍ଥା ରାସ୍ତା ଖୋଳି ପାଇପ୍‌ ବିଛାଇବା ପରେ ମରାମତି ନ କରି ଛାଡ଼ିଦେଉଛି। ଫଳରେ ବିଭିନ୍ନ ଓ୍ବାର୍ଡର ରାସ୍ତାଗୁଡ଼ିକ ନଷ୍ଟ ହେବା ସହ କଂକ୍ରିଟ୍‌ ଖଣ୍ଡ ପଡ଼ି ଶୋଚନୀୟ ହୋଇପଡ଼ିଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ଅର୍ଥ କ୍ଷତି ହେବା ସହ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏନେଇ ପୌର ପରିଷଦ ଚିଠି ନଂ. ୮୩୧୬/୧୦ ନଭେମ୍ବର ୨୦୨୨ରେ ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲା। ମାତ୍ର ଚିଠିକୁ ଦେଢ଼ ମାସ ପୁରିଥିଲେ ହେଁ ମରାମତି କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ମୋହନଗଡ଼ କନଷ୍ଟ୍ରକସନ ନାମକ ସଂସ୍ଥା ଅନ୍ୟ ୪ ଠିକାଦାରଙ୍କୁ ସବ୍‌ଲେଟ୍‌ ଦେଇ ସହରରେ ପାଇପ୍‌ ବିଛା କାମ କରୁଛି। ସଂସ୍ଥା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସମେତ ଅନେକ ସ୍ଥାନରେ ରାସ୍ତା ମଝିରେ ପାଇପ ବିଛାଇବା ପାଇଁ ଖୋଳାଯାଇଥିଲା। ପାଇପ୍‌ ବିଛାଇବା ପରେ ରାସ୍ତା ମରାମତି ନ କରି ଛାଡ଼ି ଦେଇଛି। ଅନେକ ସ୍ଥାନରେ ମାଟି ଘୋଡ଼ାଇ ଉଚ୍ଚାନିଚା କରିଦେଉଥିବାରୁ ବିପଦ ସାଜୁଛି। ପୂର୍ବରୁ ମାଧପୁର, ମାଗୁରଗାଡ଼ିଆ, ଜଗନ୍ନାଥପୁର, ବୁଲାଦାରସାହି, କଲେଜରୋଡ, ବଣିଆପାଟ, ପୁରୁଣା ସହର ଆଦି ଅଞ୍ଚଳରେ ରାସ୍ତା ଖୋଳି ଛାଡ଼ି ଦିଆଯାଇଛି। ଟେଣ୍ଡର ନିୟମ ଅନୁଯାୟୀ ରାସ୍ତାର ମରାମତି କାମ ସମ୍ପୃକ୍ତ ଠିକାସଂସ୍ଥା କରିବା କଥା। ଏଥି ପାଇଁ ମଧ୍ୟ ଠିକାଦାରଙ୍କୁ ଅର୍ଥ ବରାଦ ହୋଇଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ଦୀର୍ଘ ମାସ ହେଲା ମରାମତି କରୁ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଉଛି। କାମ ସମୟରେ ଜନସ୍ବାସ୍ଥ୍ୟ ବିଭାଗ କିମ୍ବା ପୌରପାଳିକାର କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ଠିକାଦାରଙ୍କ ବେପରୁଆ କାମ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସହରବାସୀ ପ୍ରଦୀପ ମହାନ୍ତି କହିଛନ୍ତି। ଲୋକଙ୍କ ସମସ୍ୟାକୁ ଉପଲବ୍ଧି କରି ପୌରାଧ୍ୟକ୍ଷା ନିକୁ ସାହୁ କାମର ତଦାରଖ କରୁଥିବା ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ୱାଟ୍‌କୋ ଜେନେରାଲ ମ୍ୟାନେଜର (ଜନସ୍ବାସ୍ଥ୍ୟ ବିଭାଗ) ଇଂ. ନାରଦଚନ୍ଦ୍ର ରଥ କହିଛନ୍ତି, ପାଇପ ବିଛା କାମ ସରିବା ପରେ ରାସ୍ତା ମରାମତି କରାଯିବ। ଏ ନେଇ ଠିକାଦାରଙ୍କୁ କୁହାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା, କୁଟୁରା ଛାଲ ଜବତ: ଅଭିଯୁକ୍ତ ଫେରାର

ବୁଗୁଡ଼ା,୨୦ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍କୁରୁ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ଏକ୍ସେଲ ଗାଡ଼ିରୁ ବାର୍‌ହା ଓ କୁଟୁରା ଛାଲ ଏବଂ ୨୫୦ ଗ୍ରାମ ମାଂସ...

ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବୈପାରିଗୁଡ଼ା,୭।୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭଗ...

୨ଭଉଣୀ ଶିକ୍ଷୟିତ୍ରୀଙ୍କ ଗପରେ ସରୁଛି ପାଠପଢ଼ା

କେନ୍ଦ୍ରାପଡ଼ା ଅଫିସ, ୧୪ା୧୦: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ଜଗଦୀଶପୁର ୟୁଜି ୟୁପି ସ୍କୁଲ ସହରଠାରୁ ମାତ୍ର ୨ କିଲୋମିଟର। ଏଠାରେ ଶିକ୍ଷାଦାନଠାରୁ ଶିକ୍ଷାୟତନ, ଶୈକ୍ଷିକ...

ବର୍ଷାରେ ଭିଜି ମହିଳାପୁରୁଷଙ୍କ ରାସ୍ତାରୋକୋ : ଖଇରପଟି ଗ୍ରାମରେ ଦୁଇଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୧୩ା୮: ନୟାଗଡ଼ ବ୍ଲକ ଇଟାମାଟି ଥାନା ଖଇରପଟି ଗ୍ରାମରେ ପୁରୁଣା ଘଟଣାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ବିବାଦ...

ସ୍ମାର୍ଟ ସ୍କୁଲ୍‌ ପରିସରରେ ବୋମା

ରସୁଲପୁର,୨୩ା୫(ଡି.ଏନ.ଏ.): ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ୍‌ ହୋଇଥିବା ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କଲଣ ପଞ୍ଚାୟତର ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ...

ଦାବି ପୂରଣ କରା ନ ଗଲେ ୨୧ରୁ ଆନ୍ଦୋଳନ

ତାଳଚେର,୧୯ା୧(ନି.ପ୍ର.) – ତାଳଚେର ପୌରାଞ୍ଚଳ ଦେଉଳବେଡା ତେଲିସାହିରେ ମାଟି ଦବିବା ଘଟଣାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପ୍ରତିବାଦରେ ଶନିବାର କ୍ଷତିଗ୍ରସ୍ତ...

ନାମ ସୁପାରିସରେ କାମ ଶେଷ

ଅନୁଗୋଳ ଅଫିସ, ୭ା୯ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାର ଯେପରି ଅନ୍ତ ନାହିଁ। ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ଯାଏ,...

ଘଡ଼ଘଡ଼ାପଲ୍ଲୀ, ନରେନ୍ଦ୍ରପୁରରେ କଣ୍ଟେନ୍‌ମେଣ୍ଟ୍‌ ଅବଧି ୭ ଦିନକୁ ବୃଦ୍ଧି

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲ୍ଲୀ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗାଁର ଷ୍ଟେଶନ ରୋଡ୍‌ ଓ...

Advertisement
Archives

Model This Week