ରାତିଅଧିଆ ମୋରମ ଚୋରାଚାଲାଣ

ରସୁଲପୁର,୨୬ା୧୨(ଡି.ଏନ.ଏ.):ରସୁଲପୁର ତହସିଲ ପହଁଗା ରାଜସ୍ବ ନିରୀକ୍ଷକ ସର୍କଲ ଅଧୀନ ଲକ୍ଷ୍ମୀନଗର ପଞ୍ଚାୟତ ବାଲିଆପଶି ଗାଁର କାଜୁ ଜଙ୍ଗଲ ନିକଟସ୍ଥ ମଙ୍ଗଳା ମନ୍ଦିର ପାଖରୁ ରାତିଅଧିଆ ମୋରମ ଚୋରା ଚାଲାଣ ହେଉଛି। ହେଲେ ଏନେଇ ତହସିଲ ପ୍ରଶାସନ ପାଖରେ ଖବର ନ ଥିବା ଜଣାଯାଇଛି। ଚୋରା ଚାଲାଣକାରୀ ରାତିରେ ଜେସିବି ଓ ଟ୍ରାକ୍ଟର ଲଗାଇ ମୋରମ ପରିବହନ କରୁଛନ୍ତି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି। ହେଲେ ଚାଲାଣ ହେଉଥିବା ଲଘୁଖଣିଜ ସାମଗ୍ରୀ ଆଇନସିଦ୍ଧ କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଅବଗତ ନ ଥିବାରୁ ଅଭିଯୋଗ କରି ପାରିନାହାନ୍ତି ବୋଲି ସେମାନଙ୍କଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଏହାକୁ ସୁଯୋଗ ମନେକରି ମାଫିଆ ଲୁଘୁ ଖଣିଜ ସାମଗ୍ରୀ ଚାଲାଣ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ବାଲିଆପଶି ଓ ଛୋଟରାୟପୁର ଗାଁର କେତେଜଣ ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ବାହାରକୁ ମୋରମ ଚାଲାଣ ହେଉଛି ବୋଲି ସୂଚନା ମିଳିଛି। ତେବେ ମୋରମ ଚାଲାଣ ବେଆଇନ ବୋଲି ଜାଣିବା ପରେ ଲୋକେ ଏହାକୁ ବିରୋଧ କରିବା ସହ ତହସିଲ ପ୍ରଶାସନର ସହାୟତା ନେବାକୁ ସଜବାଜ ହେଉଥିବା କହିଛନ୍ତି।
ସୂଚନା ମୁତାବକ, କୋରେଇ ଓ ରସୁଲପୁର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ବାଲିଆପଶି ଗାଁ। ଏହି ଗାଁଟି ରସୁଲପୁର ତହସିଲରୁ ୧୫ କ.ମି.ରୁ ଊର୍ଦ୍ଧ୍ୱ ଦୂରରେ ଅବସ୍ଥିତ ଥିବା ବେଳେ ବ୍ୟାସନଗର ତହସିଲଠାରୁ ଅନିତଦୂରରେ ରହିଛି। ଏହି ଅଞ୍ଚଳରେ କୋରେଇ ଓ ବ୍ୟାସନଗର ପୌରପରିଷଦ ରାଜନେତା, ପ୍ରଶାସନିକ ଅଧିକାରୀ, ଠିକାଦାରଙ୍କ ପ୍ରଭାବ ଅଧିକ ରହୁଛି। ଏହି ପଞ୍ଚାୟତର ଜନସାଧାରଣଙ୍କ ଚଳଣି ବ୍ୟାସନଗର ପୌରପିରଷଦ ଅଞ୍ଚଳରେ ଅଧିକା। ମୋରମ ଭଳି ମୂଲ୍ୟବାନ ଲଘୁ ଖଣିଜ ସାମଗ୍ରୀ ଜିଲାର କାଁଭାଁ ସ୍ଥାନକୁ ଛାଡି ଦେଲେ ପ୍ରାୟତଃ ଅନ୍ୟ କୌଣସି ସ୍ଥାନରେ ଖନନ ପାଇଁ ପ୍ରଶାସନିକ ଅନୁମତି ନାହିଁ। ଠିକାଦାର ଓ ମାଫିଆ ବାଲିଆପଶି ଗାଁକାଜୁ ଜଙ୍ଗଲକୁ ମାଟିମିଶା ମୋରମ ଚୋରି କରିବା ପାଇଁ ନିଶାଣା କରି ଏଭଳି ପଦକ୍ଷେପ ନେଇଛନ୍ତି। ହେଲେ ତହସିଲ ପ୍ରଶାସନ ଏହାର ଟେର ପାଉନାହିଁ। ବ୍ୟାସନଗର ତହସିଲ ପାଇଁ ସବୁ ଖୋଲାମେଲା ହୋଇଥିଲେ ବି ଅଞ୍ଚଳଟି ଉକ୍ତ ତହସିଲ ଅଧୀନରେ ଆସୁନାହିଁ। ତେଣୁ ବ୍ୟାସନଗର ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ଏ ସମ୍ପର୍କରେ ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ନାହାନ୍ତି। ମୋରମ ଉଠାଇବା ପାଇଁ ବାଲିଆପଶି ଗାଁରେ କୌଣସି ସୈରାତ ନିଲାମ ଦିଆଯାଇ ନାହିଁ। ମାତ୍ର ଏ ସମ୍ପର୍କରେ ସୂଚନା ପାଇଥିବାରୁ ସେ ସଜାଗ ଅଛନ୍ତି। ରାତି ଅଧିଆ ଏନଫୋର୍ସମେଣ୍ଟ୍‌ କରାଯାଇ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯିବ ବୋଲି ସେ ମତ ରଖିଛନ୍ତି। ସ୍ଥାନୀୟ ସରପଞ୍ଚ ସର୍ବେଶ୍ୱର ସାହୁଙ୍କୁ ପଚାରିବାରୁ ସେ ଅବଗତ ନ ଥିବା ପ୍ରକାଶ କରିଛନ୍ତି। ଯଦି ମାଟି ଓ ମୋରମ ଉଠୁଥାଏ ତେବେ ତାହା ବେଆଇନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri