ହାତୀଙ୍କୁ ବିପଦ ବିଦ୍ୟୁତ୍‌ ତାର

ବାରିପଦା ଅଫିସ,୨୬।୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶ ସମେତ ସମଗ୍ର ବାରିପଦା ବନଖଣ୍ଡରେ ବିପଦସଙ୍କୁଳ ଅବସ୍ଥାରେ ଏଲ୍ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ଏବଂ ମୁକୁଳା ଟ୍ରାନ୍ସଫର୍ମର ରହିଛି। ବିଜୁଳି ତାରକୁ ସୁରକ୍ଷିତ ଉଚ୍ଚତାକୁ ନେବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବନ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଏବେ ହାତୀଙ୍କ ପାଇଁ ବିପଦ ପାଲିଟିଛି ଏହି ବିଦ୍ୟୁତ୍‌ ତାର। ହାତୀ ଯାତାୟାତ ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଉପଭୋକ୍ତାଙ୍କୁ ଅତିଷ୍ଠ କରୁଛି। ସେମାନଙ୍କ ଚଲାପଥରେ ବିପଦମୁକ୍ତ ବିଦ୍ୟୁତ୍‌ ଯୋଗାଣ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି।
ଅଭୟାରଣ୍ୟ ପରେ ସବୁଠାରୁ ବଡ଼ ବନଖଣ୍ଡ ହେଉଛି ବାରିପଦା ବନଖଣ୍ଡ ଜିଲାର ୧୪ଟି ବ୍ଲକର ୭ଟି ରେଞ୍ଜକୁ ନେଇ ଏହି ବନଖଣ୍ଡ ଗଠିତ। ଗତ ୧୦ବର୍ଷ ହେଲା ଏଠାରେ ବର୍ଷତମାମ ହାତୀ ଚଳପ୍ରଚଳ ଜାରି ରହିଛି। ଏହି ରାସ୍ତାରେ ସା ହେଲେ ଶିମିଳିପାଳ ଓ ଝାଡ଼ଖଣ୍ଡୀ ହାତୀ ଖାଦ୍ୟ ଅନ୍ବେଷଣରେ ଚାଷଜମି ଓ ଗଁା ମଧ୍ୟକୁ ଆସିଥାନ୍ତି। ଟ୍ରାନ୍ସଫର୍ମରକୁ ତାରବାଡ଼ ହେଉ କିମ୍ବା ପାଚେରି କରି ରଖିବାକୁ ନିୟମ ରହିଛି। ମାତ୍ର ଏଠି ସବୁ ନିୟମକୁ ଅଣଦେଖା କରାଯାଇଛି। ବିଦ୍ୟାଧର ମହାନ୍ତ, ସୁନାରାମ ସିଂ, ହରିଶଚନ୍ଦ୍ର ଦାସ ଓ ରାମଚନ୍ଦ୍ର ସିଂ ପ୍ରମୁଖଙ୍କ କହିବାନୁଯାୟୀ ବାରମ୍ବାର ଅଭିଯୋଗ ପରେ ବନ ଓ ବିଦ୍ୟୁତ୍‌ ବିଭାଗ ଶୁଣୁନାହାନ୍ତି। ବନବିଭାଗ ପକ୍ଷରୁ ବିପଦସଙ୍କୁଳ ଖୁଣ୍ଟକୁ ଚିହ୍ନଟ କରି ମରାମତି କରିବାକୁ ବିଦ୍ୟୁତ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଉଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି। କେବଳ ବାରିପଦା ବନଖଣ୍ଡ ଅଧୀନରେ ଏଲ୍ଟି ଓ ୧୧କେଭିକୁ ମିଶାଇ ମୋଟ ୧୦୩୯ଟି ପଏଣ୍ଟରେ ତ୍ରୁଟି ସୁଧାରିବା ପାଇଁ ଚିହ୍ନଟ କରାଯାଇ ବିଦ୍ୟୁତ୍‌ ବିଭାଗକୁ ପତ୍ର ଯୋଗେ ଅବଗତ କରାଯାଇଥିବା ବେଳେ ବିଦ୍ୟୁତ୍‌ ବିଭାଗ ୩୨୫ଟି ପଏଣ୍ଟରେ ତ୍ରୁଟି ସୁଧାରିଛି। ଏବେ ମଧ୍ୟ ୭୧୪ଟି ପଏଣ୍ଟରେ କାମ ବାକି ରହିଛି ବୋଲି ଯୋଶୀ କହିଛନ୍ତି। ଫଳରେ ୭୧୪ ସ୍ଥାନରେ ହାତୀଙ୍କ ପାଇଁ ବିପଦ ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ହାତୀ ଚଲାପଥକୁ ସୁରକ୍ଷିତ କରିବାକୁ ଆରମ୍ଭ ହୋଇଛି ଯୋଜନା। ମାତ୍ର ୭ ବର୍ଷ ପରେ ମଧ୍ୟ ଜିଲାର ଗୋଟିଏ ବନଖଣ୍ଡରେ ଅଧାରୁ କମ କାର୍ଯ୍ୟ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା।
ଚଲାପଥକୁ ସୁରକ୍ଷିତ କରିବାକୁ ୨୦୧୪-୧୫ ଆର୍ଥିକ ବର୍ଷରେ ସରକାରଙ୍କୁ ବିଦ୍ୟୁତ୍‌ ବିଭାଗ ୨୫ କୋଟି ଟଙ୍କାର ବ୍ୟୟ ଅଟକଳ ପଠାଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୯ କୋଟି ୭୬ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ପୁଣି ୪ କୋଟି ୮୮ ଲକ୍ଷ ୭୧ ହଜାର ଟଙ୍କା ମୟୂରଭଞ୍ଜ ଜିଲାରେ ହାତୀ ଚଲାପଥ ସୁରକ୍ଷା ପାଇଁ ଆସିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୩ କୋଟି ୮୪ ଲକ୍ଷ ୪୪ ହଜାର ଟଙ୍କା ।
୨୦୧୯ ପରେ କେତେ ଟଙ୍କା ଏହି ହାତୀ ଚଲାପଥ ସୁରକ୍ଷା ବାବଦରେ କେଉଁ ଅଞ୍ଚଳରେ ଖର୍ଚ୍ଚ ହୋଇଛି ତା’ର କୌଣସି ଉତ୍ତର ନାହିଁ ବିଭାଗ ନିକଟରେ।
ଏହି ଅଞ୍ଚଳକୁ ବିଦ୍ୟୁତ୍‌ ବିଭାଗ ଅଣଦେଖା କରିବା ଅଘଟଣକୁ ଆମନ୍ତ୍ରଣ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ମୟୂରଭଞ୍ଜ ଜିଲା ଦାୟିତ୍ୱରେ ଥିବା ଟିପିଏନ୍‌ଓଡିଏଲର ଅଧୀକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡା କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିବା ବେଳେ ବନବିଭାଗ ସହିତ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?