ହାତୀଙ୍କୁ ବିପଦ ବିଦ୍ୟୁତ୍‌ ତାର

ବାରିପଦା ଅଫିସ,୨୬।୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶ ସମେତ ସମଗ୍ର ବାରିପଦା ବନଖଣ୍ଡରେ ବିପଦସଙ୍କୁଳ ଅବସ୍ଥାରେ ଏଲ୍ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ଏବଂ ମୁକୁଳା ଟ୍ରାନ୍ସଫର୍ମର ରହିଛି। ବିଜୁଳି ତାରକୁ ସୁରକ୍ଷିତ ଉଚ୍ଚତାକୁ ନେବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବନ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଏବେ ହାତୀଙ୍କ ପାଇଁ ବିପଦ ପାଲିଟିଛି ଏହି ବିଦ୍ୟୁତ୍‌ ତାର। ହାତୀ ଯାତାୟାତ ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଉପଭୋକ୍ତାଙ୍କୁ ଅତିଷ୍ଠ କରୁଛି। ସେମାନଙ୍କ ଚଲାପଥରେ ବିପଦମୁକ୍ତ ବିଦ୍ୟୁତ୍‌ ଯୋଗାଣ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି।
ଅଭୟାରଣ୍ୟ ପରେ ସବୁଠାରୁ ବଡ଼ ବନଖଣ୍ଡ ହେଉଛି ବାରିପଦା ବନଖଣ୍ଡ ଜିଲାର ୧୪ଟି ବ୍ଲକର ୭ଟି ରେଞ୍ଜକୁ ନେଇ ଏହି ବନଖଣ୍ଡ ଗଠିତ। ଗତ ୧୦ବର୍ଷ ହେଲା ଏଠାରେ ବର୍ଷତମାମ ହାତୀ ଚଳପ୍ରଚଳ ଜାରି ରହିଛି। ଏହି ରାସ୍ତାରେ ସା ହେଲେ ଶିମିଳିପାଳ ଓ ଝାଡ଼ଖଣ୍ଡୀ ହାତୀ ଖାଦ୍ୟ ଅନ୍ବେଷଣରେ ଚାଷଜମି ଓ ଗଁା ମଧ୍ୟକୁ ଆସିଥାନ୍ତି। ଟ୍ରାନ୍ସଫର୍ମରକୁ ତାରବାଡ଼ ହେଉ କିମ୍ବା ପାଚେରି କରି ରଖିବାକୁ ନିୟମ ରହିଛି। ମାତ୍ର ଏଠି ସବୁ ନିୟମକୁ ଅଣଦେଖା କରାଯାଇଛି। ବିଦ୍ୟାଧର ମହାନ୍ତ, ସୁନାରାମ ସିଂ, ହରିଶଚନ୍ଦ୍ର ଦାସ ଓ ରାମଚନ୍ଦ୍ର ସିଂ ପ୍ରମୁଖଙ୍କ କହିବାନୁଯାୟୀ ବାରମ୍ବାର ଅଭିଯୋଗ ପରେ ବନ ଓ ବିଦ୍ୟୁତ୍‌ ବିଭାଗ ଶୁଣୁନାହାନ୍ତି। ବନବିଭାଗ ପକ୍ଷରୁ ବିପଦସଙ୍କୁଳ ଖୁଣ୍ଟକୁ ଚିହ୍ନଟ କରି ମରାମତି କରିବାକୁ ବିଦ୍ୟୁତ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଉଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି। କେବଳ ବାରିପଦା ବନଖଣ୍ଡ ଅଧୀନରେ ଏଲ୍ଟି ଓ ୧୧କେଭିକୁ ମିଶାଇ ମୋଟ ୧୦୩୯ଟି ପଏଣ୍ଟରେ ତ୍ରୁଟି ସୁଧାରିବା ପାଇଁ ଚିହ୍ନଟ କରାଯାଇ ବିଦ୍ୟୁତ୍‌ ବିଭାଗକୁ ପତ୍ର ଯୋଗେ ଅବଗତ କରାଯାଇଥିବା ବେଳେ ବିଦ୍ୟୁତ୍‌ ବିଭାଗ ୩୨୫ଟି ପଏଣ୍ଟରେ ତ୍ରୁଟି ସୁଧାରିଛି। ଏବେ ମଧ୍ୟ ୭୧୪ଟି ପଏଣ୍ଟରେ କାମ ବାକି ରହିଛି ବୋଲି ଯୋଶୀ କହିଛନ୍ତି। ଫଳରେ ୭୧୪ ସ୍ଥାନରେ ହାତୀଙ୍କ ପାଇଁ ବିପଦ ରହିଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ହାତୀ ଚଲାପଥକୁ ସୁରକ୍ଷିତ କରିବାକୁ ଆରମ୍ଭ ହୋଇଛି ଯୋଜନା। ମାତ୍ର ୭ ବର୍ଷ ପରେ ମଧ୍ୟ ଜିଲାର ଗୋଟିଏ ବନଖଣ୍ଡରେ ଅଧାରୁ କମ କାର୍ଯ୍ୟ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା।
ଚଲାପଥକୁ ସୁରକ୍ଷିତ କରିବାକୁ ୨୦୧୪-୧୫ ଆର୍ଥିକ ବର୍ଷରେ ସରକାରଙ୍କୁ ବିଦ୍ୟୁତ୍‌ ବିଭାଗ ୨୫ କୋଟି ଟଙ୍କାର ବ୍ୟୟ ଅଟକଳ ପଠାଇଥିଲା। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୯ କୋଟି ୭୬ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ପୁଣି ୪ କୋଟି ୮୮ ଲକ୍ଷ ୭୧ ହଜାର ଟଙ୍କା ମୟୂରଭଞ୍ଜ ଜିଲାରେ ହାତୀ ଚଲାପଥ ସୁରକ୍ଷା ପାଇଁ ଆସିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୩ କୋଟି ୮୪ ଲକ୍ଷ ୪୪ ହଜାର ଟଙ୍କା ।
୨୦୧୯ ପରେ କେତେ ଟଙ୍କା ଏହି ହାତୀ ଚଲାପଥ ସୁରକ୍ଷା ବାବଦରେ କେଉଁ ଅଞ୍ଚଳରେ ଖର୍ଚ୍ଚ ହୋଇଛି ତା’ର କୌଣସି ଉତ୍ତର ନାହିଁ ବିଭାଗ ନିକଟରେ।
ଏହି ଅଞ୍ଚଳକୁ ବିଦ୍ୟୁତ୍‌ ବିଭାଗ ଅଣଦେଖା କରିବା ଅଘଟଣକୁ ଆମନ୍ତ୍ରଣ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ମୟୂରଭଞ୍ଜ ଜିଲା ଦାୟିତ୍ୱରେ ଥିବା ଟିପିଏନ୍‌ଓଡିଏଲର ଅଧୀକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡା କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିବା ବେଳେ ବନବିଭାଗ ସହିତ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

୪ ଆସନରେ ନାମାଙ୍କନ ଭରି ଚର୍ଚ୍ଚାରେ ଜ୍ଞାନେନ୍ଦ୍ର

ସମ୍ବଲପୁର,୭।୫(ଭବାନୀ ଶଙ୍କର ଭୋଇ):ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଏମିତି ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ଜ୍ଞାନେନ୍ଦ୍ର...

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri