ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ବତ୍ତର୍ମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୪,୬୨୩କୁ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଭାରତରେ କରୋନା ଭାଇରସ ମାମଲା ବୃଦ୍ଧିରେ କୋଭିଡ-୧୯ ଏକ୍ସବିବି ଭାରିଆଣ୍ଟର ବଂଶଧର ଏକ୍ସବିବି ୧.୧୬ ରହିପାରେ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି। ଅନେକ ଦେଶରୁ ମିଳିବା ପରେ ଗତ କିଛି ସପ୍ତାହରେ ଭାରତରେ ଏହି ଭାରିଆଣ୍ଟ ମାମଲା ସାମ୍ନାକୁ ଆସିଛି। ଭାରତ ବ୍ୟତୀତ ଚାଇନା, ସିଙ୍ଗାପୁର, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ କୋଭିଡ-୧୯ର ଏହି ଭାରିଆଣ୍ଟରୁ ଏକ ନୂଆ ଲହର ଆସିବାର ସମ୍ଭାବନା ରହିଥିବା କୁହାଯାଉଛି। କୋଭିଡ ଭାରିଆଣ୍ଟ ଉପରେ ନଜର ରଖୁଥିବା ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମ ଅନୁଯାୟୀ, ଭାରତ ବର୍ତ୍ତମାନ କରୋନାର ଏକ୍ସବିବି ୧.୧୬ ଭାରିଆଣ୍ଟ ମାମଲାରେ ସର୍ବାଧିକ ସଂଖ୍ୟକ ରେକର୍ଡ କରିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୪୮ ଟି ମାମଲା, ସିଙ୍ଗାପୁର ଏବଂ ଆମେରିକାରେ ଯଥାକ୍ରମେ ୧୪ ଏବଂ ୧୫ଟି ଏକ୍ସବିବି ୧.୧୬ ଭାରିଆଣ୍ଟ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri