ଏହି ଦେଶରେ କରୋନା ଟିକା ନେଲେ ମାଗଣାରେ ମିଳିବ ଅଣ୍ଡା

ବେଜିଂ,୨୨।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ପ୍ରଥମେ ଚାଇନାରୁ ହିଁ ଆସିଥିଲା। ଏବେ କେତେକ ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି। ତେବେ ଚାଇନା ପ୍ରଥମେ ଏହି ରୋଗ ମୁକାବିଲା କରିବାରେ ସଫଳ ହୋଇଛି। ମାତ୍ର ଏଠାକାର ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଚାଇନା ସରକାର ଲୋକଙ୍କୁ ଟିକା ନେବା ପାଇଁ ଲୋଭନୀୟ ଅଫର ବା ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ଅଣ୍ଡା, ରାଶନ ସାମଗ୍ରୀ ଉପରେ ରିହାତି ରହିଛି। ଏପରିକି ଷ୍ଟୋର କୁପନ ମଧ୍ୟ ରହିଛି। ଏହି ପ୍ରୋତ୍ସାହନ ପରେ ଗୋଟିଏ ଦିନରେ ଚାଇନାର ୧ ଲକ୍ଷ ଲୋକ ଟିକା ନେଇଛନ୍ତି। ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଇନାରେ ୬୧ ଲକ୍ଷ ଲୋକ ଟିକା ନେଇଥିଲେ। ଜୁନ୍‌ ସୁଦ୍ଧା ୫୬ କୋଟି ଲୋକ ଟିକା ନେବାକୁ ଚାଇନା ଲକ୍ଷ୍ୟ ରଖିଛି।

ଟିକା ନେବା ପାଇଁ ଲୋକଙ୍କୁ ଚାଇନା ସରକାର ବିଭିନ୍ନ ଲୋଭନୀୟ ଅଫର ଦେଉଛନ୍ତି। କେତେକ ସହରରେ ମାଗଣା ଅଣ୍ଡା ଦିଆଯିବ ବୋଲି ଘୋଷଣା କରାଯାଇଛି। ସହରରେ ପୋଷ୍ଟର ଲାଗିଛି, ଯେଉଁମାନଙ୍କୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଆଉ ସେମାନେ ଟିକା ନିଅନ୍ତି ସେମାନଙ୍କୁ ଅଢ଼େଇ କିଲୋ ଅଣ୍ଡା ମାଗଣାରେ ଦିଆଯିବ। ଚାଇନା ସରକାର ଟିକାକରଣ ଅଭିଯାନକୁ ମଜଭୁତ କରିବାକୁ ପ୍ରତିଦିନ କିଛି ନା କିଛି ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ...

ଆଇଇଡି ବିସ୍ଫୋରଣରେ ୫ ଆତଙ୍କବାଦୀ ମୃତ

କାବୁଲ,୧୧।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ସୋମବାର ହୋଇଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ବିସ୍ଫୋରଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ...

ରକେଟ ମାଡ଼ରେ ୟୁକ୍ରେନର ଲୋକପ୍ରିୟ ଅଭିନେତ୍ରୀଙ୍କ ପରଲୋକ

କ୍ୱିଭ୍‌,୧୮।୩: ରୁଷିଆର ରକେଟ୍‌ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ସଭେଟଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ...

ସାବଧାନ ! ଭାକ୍ସିନ୍‌ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ...

‘ହିଂସା ଦୂର ପାଇଁ କଠୋର ପଦକ୍ଷେପ ଲୋଡ଼ା’

ଓ୍ବାଶିଂଟନ,୧୫ା୫: ନ୍ୟୁୟର୍କର ସୁପର ମାର୍କେଟରେ ବୋମା ବିସ୍ଫୋରଣ ହେବା ଘଟଣା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି ଥରେ ଚକିତ କରିଛି। ଏଭଳି ହିଂସାକୁ ଦୂର କରିବା...

ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ

ବୁଏନ୍ସ୍‌ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍‌ ପାରିତ ହୋଇଛି।...

ନାଇଜେରିଆ ଚର୍ଚ୍ଚରେ ଗୁଳିମାଡ଼: ୫୦ ମୃତ

ଲାଗୋସ,୭।୬ : ଦକ୍ଷିଣ-ପଶ୍ଚିମ ନାଇଜେରିଆର ଓଣ୍ଡୋ ପ୍ରଦେଶରେ ଥିବା ଏକ ଚର୍ଚ୍ଚରେ ରବିବାର ସମୂହ ପ୍ରାର୍ଥନା ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି...

କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ...

Advertisement
Archives

Model This Week