CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୦୧ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୯୦, ବାଲେଶ୍ୱରରୁ ୯୯, ବରଗଡ଼ରୁ ୬୫ , ଭଦ୍ରକରୁ ୩୧, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୬, କଟକରୁ ୧୪୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୨୧ , ଗଜପତିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୧୭ ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୩୩ , ଝାରସୁଗୁଡ଼ାରୁ ୩୧, କଳାହାଣ୍ଡିରୁ ୩୫ , କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୦, କୋରାପୁଟରୁ ୨୫, ମାଲକାନଗିରିରୁ ୧୪, ମୟୂରଭଞ୍ଜରୁ ୮୦ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୨୭ , ନୟାଗଡ଼ରୁ ୧୭, ନୂଆପଡ଼ାରୁ ୩୫, ପୁରୀରୁ ୭୭, ରାୟଗଡ଼ାରୁ ୯, ସମ୍ବଲପୁରରୁ ୩୮, ସୁବର୍ଣ୍ଣପୁରରୁ ୧୨ ଓ ସୁନ୍ଦରଗଡ଼ର ୯୮ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୧୫୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୨୩୯ ଚିକିତ୍ସାଧୀନ ଅଛନ୍ତି। ୨୮୬୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ଇକୋ ରିଟ୍ରିଟ୍‌ ଆରମ୍ଭ

କୋଣାର୍କ,୯ା୧୨(ଡି.ଏନ୍‌.ଏ.): ପ୍ରକୃତିର ମଜା ନେବା ସହ କିଛି ଆଡଭେଞ୍ଚର ସ୍ପୋର୍ଟସର ଉପଭୋଗ କରିବା ପାଇଁ ବୁଧବାର ଆରମ୍ଭ ହୋଇଯାଇଛି ଇକୋ ରିଟ୍ରିଟ୍‌। ଚଳିତବର୍ଷ ରାଜ୍ୟରେ ମୋଟ...

୨ ଜିଲାରେ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୧୨।୫(ବ୍ୟୁରୋ):ରାଜ୍ୟରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୯,୭୯୩ ଚିହ୍ନଟ ହୋଇଛନ୍ତି। ଗତ ୪ଦିନ ହେବ କ୍ରମାଗତ ଭାବେ ହ୍ରାସ ପାଉଛି...

୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍‌ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ)...

ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା...

ଭଦ୍ରକରେ ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି: ଗେଷ୍ଟ ହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୧୭।୫ : ଶୁକ୍ରବାର ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି ସସ୍ମିତା ଦାସ ଭଦ୍ରକ ଗସ୍ତରେ ଆସି ସାଳନ୍ଦୀ ଗେଷ୍ଟହାଉସ୍‌ରୁ ୨ ମୃତଦେହ...

ନାଟ କରିବେନି ଦଣ୍ଡ କଳାକାର

ଆଠମଲ୍ଲିକ,୩ା୪(ଡି.ଏନ.ଏ.) ଆଠମଲ୍ଲିକ ଅଞ୍ଚଳରେ ଗଡ଼ଜାତ ଅମଳରୁ ଚାଲିଆସିଥିବା ବହୁ ପୁରାତନ ଲୋକନୃତ୍ୟ ଦଣ୍ଡ ନାଟ ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ହେବନାହିଁ। ସରକାର ଏହି ପାରମ୍ପରିକ...

Advertisement
Archives

Model This Week