ପିପିଇ କିଟ୍‌ ପିନ୍ଧି କରୋନା ପଜିଟିଭ୍‌ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଗଲେ ସ୍ବାମୀ: ଘଟିଲା ଏମିତି କିଛି….

ଓ୍ବାସିଂଟନ୍‌, ୧୦।୮: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିଲେଳ ୯୦ ବର୍ଷୀୟ ସ୍ବାମୀ। ଏହାର କିଛି ସମୟ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ। ୩ ସପ୍ତାହ ପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡାରେ।
ସାମ ରେକ୍‌ଙ୍କ ସ୍ତ୍ରୀ ଜୋଏନ(୮୬) କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଜୁଲାଇ ୧୨ରେ ଜୋଏନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସାମ୍‌ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ। ଅଗଷ୍ଟ ୧ରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଏ ନେଇ ସାମଙ୍କ ଝିଅ ହୋଲି ରେକ କୁହନ୍ତି, ହସ୍ପିଟାଲରେ ମା’ଙ୍କୁ ଭେଟିବାକୁ ଯାଇଥିବା ବେଳେ ବାପା ହୁଏତ କରୋନା କବଳରେ ଆସିଥାଇପାରନ୍ତି। ତେବେ ବାପାଙ୍କ ଜୀବନକୁ ବିପଦ ଥିବା ସେ ଜାଣି ମଧ୍ୟ ମା’ଙ୍କୁ ଦେଖାକରିବାକୁ ଚାହୁଁଥିଲେ ବୋଲି ହୋଲି କହିଛନ୍ତି।
ସ୍ତ୍ରୀକୁ ଶେଷ ଥର ପାଇଁ ଦେଖା କରିପାରିଥିବାରୁ ଏବଂ ତାଙ୍କ ହାତକୁ ଛୁଇଁ ପାରିଥିବାରୁ ମୁଁ ବହୁତ ଖୁସି ବୋଲି ପଜିଟିଭ ଜଣାପଡ଼ିବା ପରେ ସାମ୍‌ ଏପରି କହିଥିଲେ। ଏ ନେଇ ତାଙ୍କ ପୁଅ ସ୍କୁଟ ହୁପର ସୋସିଆଲ ମିଡିଆରେ ଲେଖିଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋର୍ଟେବଲ ଏସି: ବେକରେ ଟାଙ୍ଗି ଯେଉଁଆଡେ ବି ଯାଇପାରିବେ…

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଲାଗି ଅନେକ ସମୟରେ ଘରୁ ବାହାରିବାକୁ ଇଛା ହୁଏନା। କାରଣ ବାହାରର ଗରମ ଝାଞ୍ଜି ପବନ ଓ ଝାଳ ପାଇଁ...

ଏମ୍ସ୍‌ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍‌ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି...

କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର

ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼...

ଇମ୍ରାନ୍‌ଙ୍କ ମନରେ ଭୟ: ଅନ୍ନଦାତାଙ୍କ ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରନ୍ତି ମୋଦି

ଇସଲାମାବାଦ୍‌,୧୦।୧୨: କୃଷି ଆଇନକୁ ନେଇ ଭାରତବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମନରେ ଭୟ ସୃଷ୍ଟି...

ବ୍ରିଟେନ ଯୁବତୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର, ୬ା୫: ବିବାହ ପାଇଁ ରାଜି ନ ହେବାରୁ ପାକିସ୍ତାନ ସ୍ଥିତ ଲାହୋରର ଗ୍ୟାଙ୍ଗ୍‌ଷ୍ଟର ଲଣ୍ଡନର ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମାହିରା...

ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…

ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ...

Advertisement
Archives

Model This Week