ଆମେରିକା, ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ: ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣର ଗତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୨,୯୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭୭୧ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଦେଇଛି। କାରଣ ଆମେରିକାରେ ଗତ ୨୪ ଘଣ୍ଟାରେ ୪୭ହଜାରରୁ ଉର୍ଦ୍ଧ୍ୱ ଓ ବ୍ରାଜିଲରେ ୨୫ହଜାରରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚାଯୋଗ୍ୟ, ନୂଆ ଚିହ୍ନଟଙ୍କୁ ମିଶାଇ ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ୩ହଜାର ୬୯୬ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୮ହଜାର ୧୩୫ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ଅନ୍ୟପଟେ ଆମେରିକାରେ ଗତ ୨୪ ଘଣ୍ଟାରେ ୪୭,୫୧୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ଲକ୍ଷ ପାର କରିସାରିଛି। ସେଥିମଧ୍ୟରୁ ୨୩ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୨ଲକ୍ଷରୁ ଊର୍ଦ୍ଧ୍ୱ ଚିକିତ୍ସାଧିନ ରହିଛନ୍ତି। ଏଥିସହ କରୋନାଜନିତ ୧ଲକ୍ଷ ୫୮ହଜାର ୩୬୫ ଲୋକଙ୍କ ମୃତ୍ୟୁ ଘଟିସାରିଛି। ସେହିପରି ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟାରେ ୨୫,୮୦୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ଲକ୍ଷରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଯେଉଁଥିରେ ପାଖାପାଖି ୧୯ଲକ୍ଷ ଲୋକ ସୁସ୍ଥ, ୭ଲକ୍ଷ ୫୫ହଜାରରୁ ଊର୍ଦ୍ଧ୍ୱ ଚିକିତ୍ସାଧିନ ଓ ୯୪ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ: ରାଷ୍ଟ୍ରଭାଷା ନୁହେଁ, ବୋଝ

ନୂଆଦିଲ୍ଲୀ/ବେଙ୍ଗାଲୁରୁ/ ମୁମ୍ବାଇ,୨୯ା୪:ଦେଶର ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ଉପରେ ହିନ୍ଦୀକୁ ଲଦି ଦିଆଯାଉଥିବା ନେଇ ବିବାଦ ସୃଷ୍ଟି ହୋଇଛି। ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଓ କନ୍ନଡ଼...

ଆଇପିସି ଏବଂ ସିଆର୍‌ପିସିରେ ଅଣାଯିବ ପରିବର୍ତ୍ତନ; ଗଠନ ହେବ ନ୍ୟାସନାଲ୍‌ ମୋଡୁସ୍‌ ଆପରେଣ୍ଡି ବ୍ୟୁରୋ: ଅମିତ ଶାହ

ନୂଆଦିଲ୍ଲୀ,୨୮।୮: ଦେଶରେ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଏବଂ ଆପରାଧୀକ ପ୍ରଣାଳୀ କୋଡ୍‌(ସିଆର୍‌ପିସି)ରେ କେତେକ ପରିବର୍ତ୍ତନ କରାଯିବ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ,୨୯।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ କାର୍ଡରେ ମାସକୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଆକାଉଣ୍ଟରୁ ଗଣିବାକୁ ପଡ଼ିବ ଟଙ୍କା।...

ଇଭିଏମ୍‌ ସୁରକ୍ଷାରେ ଗୁରୁତର ତ୍ରୁଟି: ଷ୍ଟୋର ରୁମ୍‌ରୁ ଯନ୍ତ୍ରାଂଶ ଗାଏବ

ଭୋପାଳ,୨୪ା୬(ପି.ଟି.): ମଧ୍ୟପ୍ରଦେଶର କେତେକ ଜିଲାରେ ଥିବା ସୁରକ୍ଷିତ ପ୍ରକୋଷ୍ଠରୁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗାଏବ ହୋଇଯାଇଥିବା ଅନୁଧ୍ୟାନରୁ ଜଣାପଡିଛି। ଇଭିଏମ୍‌ର ମୁଖ୍ୟ...

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ...

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ; କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର। ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ। ସେମାନଙ୍କର ସୁରକ୍ଷା ମୋର ବଡ଼ ଦାୟିତ୍ୱ। ରାଜ୍ୟ...

ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ...

କଶ୍ମୀର ପ୍ରସଙ୍ଗରେ ମୋଦି-ଟ୍ରମ୍ପ ଆଲୋଚନା :‘ତୃତୀୟ ପକ୍ଷକୁ କଷ୍ଟ ଦେବାକୁ ଚାହୁଁନୁ’

ନୂଆଦିଲ୍ଲୀ/ବାଇରିଜ୍‌, ୨୭ା୮(ପି.ଟି.): କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ୍‌ଠୋକ୍‌ ମନା କରିଛନ୍ତି। ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ...

Advertisement
Archives

Model This Week