Posted inଜାତୀୟ

କରୋନାକୁ ହରାଇବାକୁ ଭାରତରେ ସବୁଠାରୁ ଅଧିକ ବେଗରେ ଟିକାକରଣ,୧୧ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଏପର୍ଯ୍ୟନ୍ତ ୧୦୧ ସଂକ୍ରମିତ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର ଏକ ପ୍ରେସ୍ ବାର୍ତ୍ତାରେ ଦେଶରେ କରୋନା ମହାମାରୀର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ୨୦ ଦିନ ମଧ୍ୟରେ ନୂଆ ସଂକ୍ରମଣ ପ୍ରତିଦନର ସଂଖ୍ୟା ୧୦ ହଜାରରୁ କମ୍ ରହିଛି । ଗତ ସପ୍ତାହରେ କରୋନା ପଜିଟିଭଙ୍କ ସଂଖ୍ୟା ୦.୬୫ ପ୍ରତିଶତ ରହିଛି । ସେ କହିଛନ୍ତି ବର୍ତ୍ତମାନ ଦେଶରେ କରୋନାର ସକ୍ରିୟ ମାମଲା ମଧ୍ୟରୁ ୪୦.୩୧ ପ୍ରତିଶତ କେବଳ କେରଳରେ ରହିଛନ୍ତି ।
ଓମିକ୍ରନ୍ ଭାରିଏଣ୍ଟକୁ ନେଇ ଅଗ୍ରୱାଲ କହିଛନ୍ତି ଦେଶରେ କରୋନାର ନୂଆ ଭାରିଏଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଏବେ ପର୍ଯ୍ୟନ୍ତ ୧୦୧ରେ ପହଞ୍ଚିଲାଣି । ଏହା ୧୧ ରାଜ୍ୟକୁ ବ୍ୟାପି ସାରିଲାଣି । ୧୦୧ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ର ୩୨, ଦିଲ୍ଲୀ ୨୨, ରାଜସ୍ଥାନ ୧୭, କର୍ନାଟକ ଓ ତେଲେଙ୍ଗାନାରେ ୮ ଲେଖାଏଁ, ଗୁଜରାଟ ୫ ଓ ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।
ସେହିପରି ବିଶ୍ୱର ୯୧ ଦେଶକୁ ବ୍ୟାପିଲାଣି ଓମିକ୍ରନ୍ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଡେଲ୍ଟା ଭାରିଏଣ୍ଟଠାରୁ ବହୁଗୁଣ ଅଧିକ ମାତ୍ରାରେ ବଢି ଚାଲିଛି । ଡେଲ୍ଟା କମ୍ ବେଗରେ ସଂକ୍ରମଣ ହେଉଥିବା ବେଳେ ଓମିକ୍ରନର ସଂକ୍ରମଣ ଅଧିକ ବେଗରେ ହେଉଛି । ଆଶଙ୍କା କରାଯାଉଛି କି ଗୋଷ୍ଠୀ ସଂକ୍ରମଣ ହେଲେ ଏହା ଡେଲ୍ଟା ସଂକ୍ରମଣଠାରୁ ବହୁ ଆଗକୁ ଚାଲିଯିବ ।
କରୋନାକୁ ହରାଇବାକୁ ଭାରତରେ ସବୁଠାରୁ ଅଧିକ ବେଗରେ ଟିକାକରଣ କରାଯାଉଛି । ଭାରତରେ ପ୍ରତିଦିନ ଯେତିକି ଟିକା ଦିଆଯାଉଛି ତାହା ଆମେରିକାଠାରୁ ୪.୮ ଓ ବ୍ରିଟେନଠାରୁ ୧୨.୫ ପ୍ରତିଶତ ଅଧିକ ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri