କରୋନାର ନୂଆ ଲକ୍ଷଣ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଭାରତରେ ପ୍ରଥମେ ଠାବ ହୋଇଥିବା ଅଭିନବ କରୋନା ଭୂତାଣୁର ରୂପାନ୍ତରିତ ଡେଲ୍‌ଟା ପ୍ରଜାତି (ବି.1.617.2) ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି (ବି.1.1.7) ଅପେକ୍ଷା ଅଧିକ ସଂକ୍ରମଣଶୀଳ ବୋଲି ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଜାରି ରହିଛି। ବର୍ତ୍ତମାନ ରାଜ୍ୟରେ ଟିକାକରଣ ବ୍ୟାପକ ହୋଇଛି, ଯଦ୍ଦ୍ବାରା ଆଖିଦୃଶିଆ କରୋନା ଉପରେ ନିୟନ୍ତ୍ରଣ ରଖାଯାଇଛି। ବର୍ତ୍ତମାନ ଓଡ଼ିଶାରେ ଡେଲ୍‌ଟା ପ୍ଲସ ମଧ୍ୟ ଦେଖାଗଲାଣି।
ଦିନକୁ ଦିନ କରୋନାର ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ପେଟଜନିତ ରୋଗ ବି କରୋନାର ପ୍ରାକ୍‌ ଲକ୍ଷଣ ହୋଇପାରେ। ତରଳ ଝାଡ଼ା, ବାନ୍ତି ବାନ୍ତି ଲାଗିବା, ବାନ୍ତି ହେବା, ପେଟରେ ଯନ୍ତ୍ରଣା ହେବା, ଭୋକ କମିଯିବା, ସ୍ବାଦ ବା ଗନ୍ଧ ହରାଇବା ଆଦି ଏହି ନୂଆ ରୋଗର ଲକ୍ଷଣ ହୋଇପାରେ। ତେଣୁ ଏସବୁ ଲକ୍ଷଣ ଦେଖାଦେଉଥିଲେ ରୋଗୀମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏସବୁ ଲକ୍ଷଣ ଥାଇ ରୋଗୀ ବିଳମ୍ବରେ ଡାକ୍ତରଖାନା ଆସିିବା ଦ୍ୱାରା କରୋନା ଚିକିତ୍ସା ବିଳମ୍ବ ହୋଇଯାଉଛି। ଫଳରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଜୀବନ ପ୍ରତି ବିପଦ ରହୁଛି। ବର୍ତ୍ତମାନ ସମୟରେ ପତଳା ଝାଡ଼ା ହୋଇ କୋଭିଡ୍‌ ପଜିଟିଭ ହେବାର ବହୁତ ନମୁନା ଦେଖିବାକୁ ମିଳୁଛି। ଯଦି ଏସବୁ ଲକ୍ଷଣକୁ ହାଲୁକା ଭାବେ ନିଆଯାଏ ଏବଂ ଚିକିତ୍ସା କରାନଯାଏ, ତା’ହେଲେ ପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ପେଟରୋଗର ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ଯକୃତ ଉପରେ ତାହାର ପ୍ରଭାବ ପଡ଼ିବା ପୂର୍ବରୁ ଲୋକମାନେ ପରୀକ୍ଷା କରାଇ ନେବା ଆବଶ୍ୟକ।
ଏସ୍‌-୨ ରିସେପ୍ଟର ମାଧ୍ୟମରେ କୌଣସି ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ବ୍ୟାପିଥାଏ। ଏସ୍‌-୨ ରିସେପ୍ଟର ଖାଦ୍ୟନଳୀରେ ମଧ୍ୟ ରହିଥାଏ। ଅର୍ଥାତ୍‌ ଖାଦ୍ୟନଳୀ ମାଧ୍ୟମରେ ବି କରୋନା ଭୂତାଣୁ ବ୍ୟାପିପାରିବ। ଯକୃତ ଏବଂ ଖାଦ୍ୟନଳୀରେ କରୋନା ଭୂତାଣୁ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବି ଜଣାଯାଇଛି। ତେଣୁ ପେଟଜନିତ ରୋଗ ଭୋଗୁଥିବା ବ୍ୟକ୍ତିମାନେ କରୋନା ପରୀକ୍ଷା କରାଇ ନେବା ଆବଶ୍ୟକ। ଏହାହେଲେ ସଂପୃକ୍ତ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ିବ। ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି, ଚାଇନାର ଉହାନ୍‌ ସହର ଯେଉଁଠି କରୋନା ରୋଗର ଉପତ୍ତ୍ତି ହୋଇଥିଲା, ସେଠାରେ ୭ ପ୍ରତିଶତ ରୋଗୀ ପେଟଜନିତ ରୋଗରେ ପୀଡ଼ିତ ହୋଇଥିବା ଜଣାଯାଇଛି। ପେଟଜନିତ ରୋଗର ଲକ୍ଷଣକୁ ଅଣଦେଖା କଲେ ଜଣଙ୍କର କରୋନା ଚିକିତ୍ସା ମଧ୍ୟ ବିଳମ୍ବିତ ହେବ। ଯକୃତକୁ ଦୁଇଟି ଉପାୟରେ କରୋନା ଭୂତାଣୁ ପ୍ରଭାବିତ କରିପାରେ। ପ୍ରଥମତଃ ଏହା ସିଧାସଳଖ ଯକୃତକୁ ପ୍ରଭାବିତ କରିଥାଏ, ଯାହାକୁ ଡାକ୍ତରୀ ଭାଷାରେ ସାଇଟୋଟକ୍ସିକ୍‌ କୁହାଯାଏ। ଦ୍ୱିତୀୟତଃ ଇମ୍ୟୁନୋଲୋଜିକାଲ ଆଘାତ। ଏହାଦ୍ୱାରା ଯକୃତ ଏନ୍‌ଜାଇମ କ୍ଷରଣ ବହୁଗୁଣିତ ହୋଇ ଯକୃତ ଅକାମୀ ହେବାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ଆଶଙ୍କା ରହିଥାଏ। ସାଧାରଣତଃ ୧୫% କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପେଟ ଓ ଯକୃତଜନିତ ଲକ୍ଷଣ ଦେଖାଯାଉଛି। ସାମାନ୍ୟ ଧରଣର ପତଳା ଝାଡ଼ା ପାଞ୍ଚରୁ ତେରଦିନ ଭିତରେ ଦେଖାଦିଏ ଏବଂ ଏହା ସାଧାରଣ ଔଷଧ ଓ ଓଆରଏସ୍‌ ସେବନ କରିବା ଦ୍ୱାରା ଠିକ୍‌ ହୋଇଯାଏ। କେତେକ କ୍ଷେତ୍ରରେ ଝାଡ଼ାରେ ରକ୍ତ ପଡ଼ିଥାଏ ଓ ବେଳେବେଳେ ଭୟଙ୍କର ରକ୍ତଝାଡ଼ା ରୂପ ନେଇଥାଏ। ଏହି କ୍ଷେତ୍ରରେ ରୋଗୀକୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଏ। ଲଣ୍ଡନସ୍ଥିତ କିଙ୍ଗ୍‌ସ କଲେଜର ଅଧ୍ୟୟନରୁ ଜଣାଯାଇଛି ଯେ, ଡେଲ୍‌ଟା ପ୍ଲସ ଆକ୍ରାନ୍ତଙ୍କଠାରେ ମଧ୍ୟ ପେଟ ସମସ୍ୟା ଦେଖିବାକୁ ମିଳୁଛି। ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି। ବାନ୍ତି ଲାଗୁଛି ଓ ଭୋକ କମିଯାଉଛି। ଶ୍ରବଣ ଶକ୍ତି କମିଯାଉଛି। ଗଣ୍ଠି ଓ ମାଂସପେଶୀରେ ଭୀଷଣ ଘୋଳାବିନ୍ଧା ହେଉଛି। ଯକୃତ ସମସ୍ୟା (ହେପାଟାଇଟିସ୍‌) ମଧ୍ୟ କେତେକ କ୍ଷେତ୍ରରେ ଦେଖାଦିଏ। ସାଧାରଣତଃ ଏହା ସାମାନ୍ୟ ଧରଣର ଥାଏ। କିନ୍ତୁ କିଛି କ୍ଷେତ୍ରରେ ଏହା ଉଗ୍ର ରୂପ ଧାରଣ କରି ଲିଭର ଫେଲ୍ୟୁଅରକୁ ଗତିକରେ। ଯେଉଁ ବ୍ୟକ୍ତିମାନେ ପୂର୍ବରୁ ମଦ୍ୟପାନ ଓ ହେପାଟାଇଟିସ୍‌ ବି ଓ ସି ଜନିତ ଯକୃତ ରୋଗରେ ପୀଡ଼ିତ ଥାଆନ୍ତି, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ କରୋନା ସେମାନଙ୍କ କ୍ଷେତ୍ରରେ ଭୟଙ୍କର କ୍ଷତି କରିଥାଏ। ଅନେକାଂଶରେ ଏହା ରୋଗୀକୁ ମୃତ୍ୟୁମୁଖକୁ ନେଇଯାଏ। କିଛି କ୍ଷେତ୍ରରେ ଅଗ୍ନ୍ୟାଶୟ (ପ୍ୟାନକ୍ରିିୟାଜ୍‌) ମଧ୍ୟ ଆକ୍ରାନ୍ତ ହୋଇଥାଏ ଓ ତୀବ୍ର ଆକାର ଧାରଣ କରେ। ସେହିପରି ଖାଦ୍ୟନଳୀ ଅବରୋଧ (ଇଣ୍ଟେଷ୍ଟାଇନାଲ ଅବଷ୍ଟ୍ରାକଷନ) ଓ ଆପେଣ୍ଡିସାଇଟସ୍‌ ମଧ୍ୟ ଦେଖାଦିଏ। ଏହିସବୁ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ।
ଆମ ଦେଶରେ ଡେଲ୍‌ଟା ଷ୍ଟ୍ରେନ୍‌ ଅଛି। ବୟସ୍କ ଲୋକଙ୍କ କ୍ଷେତ୍ରରେ ଧୀରେ ଧୀରେ ଆଣ୍ଟିବଡି କମୁଛି। ସେହିପରି ସମୟ ବଢ଼ିବା ଅନୁପାତରେ ମଧ୍ୟ ଏହା ହ୍ରାସ ପାଇଥାଏ। ଯାହାର ପ୍ରତିରୋଧକ ଶକ୍ତି କମ ରହୁଛି ୬ରୁ ୮ ମାସ ପରେ ସେମାନଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜ୍‌ ଦେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଯଦି ଆମେ ଫାଇଜର ଟିକା ନେଇଥା’ନ୍ତେ, ତେବେ ଆମର ପ୍ରତିରୋଧକ ଶକ୍ତି କମ୍‌ ରହିଥାନ୍ତା। ବିଶେଷଜ୍ଞଙ୍କ ମତ ଅନୁସାରେ, ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ତୃତୀୟ ଲହର ଆସିପାରେ। ଯେଉଁମାନେ ଟିକା ନେଇଥିବେ, ସେ ସମୟରେ ସେମାନଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବ। ଏଣୁ ସେମାନେ ପୁଣିଥରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ୬ରୁ ୮ ମାସ ପରେ ଲୋକଙ୍କ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ ବୁଷ୍ଟର ଡୋଜ୍‌ କଥା ସରକାର ଚିନ୍ତା କରିବା ଆବଶ୍ୟକ। ସାଧାରଣତଃ ପ୍ରତ୍ୟେକ ଟିକାର କିଛି ଅବଧି ରହିଥାଏ। ସେହି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଟିକା ରୋଗକୁ ପ୍ରତିରୋଧ କରି ରଖିଥାଏ। ଭାରତରେ ଆମେ ଯେଉଁ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ନେଉଛେ, ତାହା ଡେଲ୍‌ଟା ଭୂତାଣୁକୁ ପ୍ରତିହତ କରିବା ପାଇଁ ବେଶ ପ୍ରଭାବଶାଳୀ। କିନ୍ତୁ ତା’ର ମଧ୍ୟ କିଛି ଅବଧି ରହିଛି। ଏଣୁ ସମସ୍ତଙ୍କୁ କିଛି କିଛି ମାସ ବ୍ୟବଧାନରେ ବୁଷ୍ଟର ଡୋଜ୍‌ ଆବଶ୍ୟକ ପଡ଼ିବ। ଶରୀରରେ ଯେଉଁ ଆଣ୍ଟିବଡି ତିଆରି ହେଉଛି, ତାହା ସମୟ ଗଡ଼ିବା ଅନୁସାରେ ଧୀରେ ଧୀରେ ହ୍ରାସ ପାଇଥାଏ। ଭବିଷ୍ୟତରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ନେବାକୁ ପଡ଼ିପାରେ। ବୃଦ୍ଧ, ବୃଦ୍ଧାଙ୍କ କ୍ଷେତ୍ରରେ ଶୀଘ୍ର ଆବଶ୍ୟକ ପଡ଼ିପାରେ। କାରଣ ସେମାନଙ୍କ ଆଣ୍ଟିବଡି ଶୀଘ୍ର ହ୍ରାସ ପାଇଥାଏ। ତେବେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ନିୟମାବଳୀ ମାନନ୍ତୁ, ସାମାଜିକ ଦୂରତ୍ୱ, ମାକ୍ସ ପରିଧାନ ଓ ସାନିଟାଇଜର ବ୍ୟବହାର ଯଥାର୍ଥ ଭାବେ କରନ୍ତୁ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ନିଜ ଇଷ୍ଟଙ୍କ ଉପରେ ସମର୍ପଣଭାବ ରଖନ୍ତୁ, ଦେଖିବେ ଆପଣ କରୋନା ବିରୋଧରେ ବିଜୟଲାଭ କରିପାରିବେ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?