ଏଇ ଭାରତରେ

ଇଚ୍ଛାଶକ୍ତି ଓ ନିଷ୍ଠାପର ପ୍ରୟାସରେ ସଫଳତା ଆପେ ଆପେ ଆସେ, ଯାହା ପ୍ରମାଣ କରିଛନ୍ତି ଜଣେ ଦିବ୍ୟାଙ୍ଗ। ଡି. ଇନ୍ଦ୍ରା ଚାଲିପାରନ୍ତି ନାହିଁ, କିନ୍ତୁ ହ୍ବିଲ ଚେୟାରରେ ବସି ସବୁକିଛି ପରିଚାଳନା କରୁଛନ୍ତି। ରହୁଛନ୍ତି ତାମିଲନାଡୁର ସିରୁନାଲୁର୍‌ ଗଁାରେ। ସେ ପ୍ରେମ୍‌ ଇଲମ୍‌ ଆଶ୍ରୟସ୍ଥଳୀ ଚଳାଉଛନ୍ତି। ବହୁ ଦିବ୍ୟାଙ୍ଗ ପିଲାଙ୍କର ରହିବା, ଖାଇବା ଓ ପଢ଼ିବାର ବ୍ୟବସ୍ଥା କରୁଛନ୍ତି। କହିବାକୁ ଗଲେ ପ୍ରେମ୍‌ ଇଲମ୍‌ରେ ରହୁଥିବା ୩୦ ଜଣ ଦିବ୍ୟାଙ୍ଗ ଝିଅଙ୍କ ମା’ ପାଲଟି ଯାଇଛନ୍ତି ଇନ୍ଦ୍ରା। ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଦିବ୍ୟାଙ୍ଗ ଝିଅମାନେ କିପରି ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ, ସେଥିପାଇଁ ଏହି ସଂସ୍ଥା ଖୋଲିଛନ୍ତି। ତାଙ୍କୁ ଚାକିରି ମିଳିଥିଲେ ବି ସେ ଏଭଳି କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି, ସେ ପିଲାମାନଙ୍କ ଖାଦ୍ୟ ପାଇଁ ଜୈବିକ ଧାନ ଓ ଫଳଚାଷ କରୁଛନ୍ତି। ଏହା ସହ ପିଲାମାନଙ୍କୁ ବି ସ୍ବାବଲମ୍ବୀ କରିବାକୁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri