Posted inଫୁରସତ

କରୋନା ବିଜୟୀ ପୋଖରୀ ମାନବ

ବେଙ୍ଗାଲୁରୁ: କରୋନାକୁ ଭୟ ନ ଥିଲା। କିନ୍ତୁ ଗାଁରେ ଥିବା ପୋଖରୀ ଓ ଗଛଗୁଡ଼ିକର ସୁରକ୍ଷାକୁ ନେଇ ୧୪ଦିନ ଧରି ମୁଁ ଚିନ୍ତାରେ ଥିଲି। ହସ୍ପିଟାଲରେ ବିଶ୍ରାମ ବ୍ୟତୀତ ଅନ୍ୟ କୌଣସି କାମ ନ ଥିଲା। ହେଲେ ମୋ ଧ୍ୟାନ କେବଳ ଗାଁ ପୋଖରୀଗୁଡ଼ିକ ଉପରେ ରହିଥିଲା। କରୋନାକୁ ପରାଜିତକରି ସୋମବାର ହସ୍ପିଟାଲରୁ ଫେରିଥିବା କର୍ନାଟକର ମାଣ୍ଡ୍ୟା ଜିଲା ଦାସନଦୋଦ୍ଦି ଗ୍ରାମର ୮୪ ବର୍ଷୀୟ କାମେଗୌଡ଼ା ଏହା କହିଛନ୍ତି। କାମେଗୌଡ଼ା ହେଉଛନ୍ତି ସେହି ପୋଖରୀ ମାନବ(ମେଣ୍ଢା ଚରାଳି); ଯିଏକି ପଶୁପକ୍ଷୀଙ୍କ ତୃଷା ମେଣ୍ଟାଇବା ପାଇଁ ଗାଁ ନିକଟ ବଞ୍ଜର ପାହାଡ଼ ଅଞ୍ଚଳରେ ୧୪ ପୋଖରୀ ଖୋଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିବା ସହ ସମଗ୍ର ଦେଶବାସୀଙ୍କ ମନ ଜିଣିଥିଲେ। ପରେ ତାଙ୍କ ମହତ କାର୍ଯ୍ୟକୁ ସମ୍ମାନ ଜଣାଇ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ତାଙ୍କୁ ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ୨୦ରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ମାଣ୍ଡ୍ୟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ଚିକିତ୍ସିତ ଥିଲେ। ତାଙ୍କର କୌଣସି ବିଶେଷ ଲକ୍ଷଣ ନ ଥିବାବେଳେ କରୋନାକୁ ପରାଜିତକରି ସୋମବାର ସେ ଘରକୁ ଫେରିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାମେଗୌଡ଼ାଙ୍କ କହିବା ହେଲା, କରୋନା କୌଣସି ବଡ଼ ରୋଗ ନୁହେଁ। ଏହା ଥଣ୍ଡା ଓ କଫ ଲକ୍ଷଣ ରହିଥିବା ଅନ୍ୟ ଜ୍ୱର ଭଳି। ଆମେ ସମସ୍ତେ ଦିନେ ଜନ୍ମ ହୋଇଛୁ ଏବଂ ନିଶ୍ଚୟ ଦିନେ ମରିବା। କିନ୍ତୁ ଆମର ଇଚ୍ଛାଶକ୍ତି ହିଁ ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ। ଲୋକେ କୌଣସି ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଯୋଗୁ ସେ ଚିକିତ୍ସାଧୀନ ଥିଲେ। ପରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ମେଡିକାଲରେ ଥିବା ସମୟରେ ଘର ଖାଦ୍ୟ ମନେପଡ଼ିବା ସହ ଗୋଡ଼ ବ୍ୟଥା କଷ୍ଟ ବ୍ୟତୀତ ସେ ଅନ୍ୟ କୌଣସି ସମସ୍ୟା ଭୋଗି ନ ଥିବା କହିଛନ୍ତି। କରୋନା ମୁକ୍ତ ହୋଇ ଫେରିବା ସମୟରେ ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ମାଣ୍ଡ୍ୟା ଡେପୁଟି କମିଶନର(ଡିସି) ଏମ୍‌. ଭି. ଭେଙ୍କଟେଶ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କାମେଗୌଡ଼ା ପୋଖରୀଗୁଡ଼ିକର ସୁରକ୍ଷା ପାଇଁ ଡିସିଙ୍କୁ ଅନୁରେଧ କରିଥିଲେ। ପୋଖରୀଗୁଡ଼ିକ ପଶୁପକ୍ଷୀଙ୍କ ପାନୀୟଜଳ ପାଇଁ ଉଦ୍ଦିଷ୍ଟ। ତେଣୁ ଲୋକେ ଲୁଗାପଟା ସଫାକରି ଜଳ ନଷ୍ଟ ନ କରିବାକୁ ପୋଖରୀ ନିକଟରେ ବୋର୍ଡ ଲଗାଇବା ପାଇଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀକୁ ଖାଇବାକୁ ଦେଲାବେଳେ ବୁଲିପଡ଼ି କଲା ଏଭଳି, ଭିଡିଓ ଦେଖିଲେ..

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ...

୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଭିଡିଓରେ ଜଣେ ଯୁବତୀ ଏକ ବିରାଟକାୟ ଅଜଗରକୁ ପାଣିକୁ...

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି।...

ବିଚିତ୍ର ଫୁଲ

ଈଶ୍ୱର ଫୁଲଗୁଡ଼ିକୁ ଖୁବ୍‌ ସୁନ୍ଦର କରି ଗଢ଼ି ତୋଳିଛନ୍ତି। ଦୁନିଆରେ ଶହ ଶହ ପ୍ରକାରର ଫୁଲ ଫୁଟିଥାଏ। କିଛି ଫୁଲ ଏମିତି, ଯାହାକୁ ଦେଖିଲେ ଲୋକେ...

୩୦ ବର୍ଷରେ ୧.୧ ନିୟୁତ ମୃତ

ଓ୍ବାଶିଂଟନ: ବିପଦରେ ସାମୁଦ୍ରିକ କଇଁଛଙ୍କ ସ୍ଥିତି। ଦୀର୍ଘ ୩୦ ବର୍ଷ ମଧ୍ୟରେ ପାଖାପାଖି ୧.୧ ମିଲିୟନ୍‌ କଇଁଛଙ୍କ ମୃତ୍ୟୁ ହୋଇଥିବା ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି (ଏଏସ୍‌ୟୁ)...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଗାୟକ ବିଜୟରାମ ତ୍ରିପାଠୀ

ବଡ଼ ଭାଇ ତାଙ୍କ ପିଲାମାନଙ୍କ ପାଠପଢା ଉଦ୍ଦେଶ୍ୟରେ ଭୁବନେଶ୍ୱର ଚାଲି ଯିବାପରେ ଘରର ଆର୍ଥତ୍କସ୍ଥିତି ଖରାପ ହୋଇଗଲା। କାରଣ ନିପଟ ମଫସଲିଆ ପରିବାରର ଏକମାତ୍ର ରୋଜଗାରକ୍ଷମ...

ଜ୍ଞାନଙ୍କ ଚିତ୍ର ଦୁନିଆ

ଶିଳ୍ପୀ କେବଳ ବିଭିନ୍ନ କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ ଏହା ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି...

Advertisement
Archives

Model This Week