Posted inଫୁରସତ

କରୋନା ବିଜୟୀ ପୋଖରୀ ମାନବ

ବେଙ୍ଗାଲୁରୁ: କରୋନାକୁ ଭୟ ନ ଥିଲା। କିନ୍ତୁ ଗାଁରେ ଥିବା ପୋଖରୀ ଓ ଗଛଗୁଡ଼ିକର ସୁରକ୍ଷାକୁ ନେଇ ୧୪ଦିନ ଧରି ମୁଁ ଚିନ୍ତାରେ ଥିଲି। ହସ୍ପିଟାଲରେ ବିଶ୍ରାମ ବ୍ୟତୀତ ଅନ୍ୟ କୌଣସି କାମ ନ ଥିଲା। ହେଲେ ମୋ ଧ୍ୟାନ କେବଳ ଗାଁ ପୋଖରୀଗୁଡ଼ିକ ଉପରେ ରହିଥିଲା। କରୋନାକୁ ପରାଜିତକରି ସୋମବାର ହସ୍ପିଟାଲରୁ ଫେରିଥିବା କର୍ନାଟକର ମାଣ୍ଡ୍ୟା ଜିଲା ଦାସନଦୋଦ୍ଦି ଗ୍ରାମର ୮୪ ବର୍ଷୀୟ କାମେଗୌଡ଼ା ଏହା କହିଛନ୍ତି। କାମେଗୌଡ଼ା ହେଉଛନ୍ତି ସେହି ପୋଖରୀ ମାନବ(ମେଣ୍ଢା ଚରାଳି); ଯିଏକି ପଶୁପକ୍ଷୀଙ୍କ ତୃଷା ମେଣ୍ଟାଇବା ପାଇଁ ଗାଁ ନିକଟ ବଞ୍ଜର ପାହାଡ଼ ଅଞ୍ଚଳରେ ୧୪ ପୋଖରୀ ଖୋଳିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିବା ସହ ସମଗ୍ର ଦେଶବାସୀଙ୍କ ମନ ଜିଣିଥିଲେ। ପରେ ତାଙ୍କ ମହତ କାର୍ଯ୍ୟକୁ ସମ୍ମାନ ଜଣାଇ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ତାଙ୍କୁ ଆଜୀବନ ମାଗଣା ବସ୍‌ ପାସ୍‌ ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ୨୦ରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ମାଣ୍ଡ୍ୟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ଚିକିତ୍ସିତ ଥିଲେ। ତାଙ୍କର କୌଣସି ବିଶେଷ ଲକ୍ଷଣ ନ ଥିବାବେଳେ କରୋନାକୁ ପରାଜିତକରି ସୋମବାର ସେ ଘରକୁ ଫେରିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାମେଗୌଡ଼ାଙ୍କ କହିବା ହେଲା, କରୋନା କୌଣସି ବଡ଼ ରୋଗ ନୁହେଁ। ଏହା ଥଣ୍ଡା ଓ କଫ ଲକ୍ଷଣ ରହିଥିବା ଅନ୍ୟ ଜ୍ୱର ଭଳି। ଆମେ ସମସ୍ତେ ଦିନେ ଜନ୍ମ ହୋଇଛୁ ଏବଂ ନିଶ୍ଚୟ ଦିନେ ମରିବା। କିନ୍ତୁ ଆମର ଇଚ୍ଛାଶକ୍ତି ହିଁ ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ। ଲୋକେ କୌଣସି ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଯୋଗୁ ସେ ଚିକିତ୍ସାଧୀନ ଥିଲେ। ପରେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ମେଡିକାଲରେ ଥିବା ସମୟରେ ଘର ଖାଦ୍ୟ ମନେପଡ଼ିବା ସହ ଗୋଡ଼ ବ୍ୟଥା କଷ୍ଟ ବ୍ୟତୀତ ସେ ଅନ୍ୟ କୌଣସି ସମସ୍ୟା ଭୋଗି ନ ଥିବା କହିଛନ୍ତି। କରୋନା ମୁକ୍ତ ହୋଇ ଫେରିବା ସମୟରେ ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ମାଣ୍ଡ୍ୟା ଡେପୁଟି କମିଶନର(ଡିସି) ଏମ୍‌. ଭି. ଭେଙ୍କଟେଶ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ କାମେଗୌଡ଼ା ପୋଖରୀଗୁଡ଼ିକର ସୁରକ୍ଷା ପାଇଁ ଡିସିଙ୍କୁ ଅନୁରେଧ କରିଥିଲେ। ପୋଖରୀଗୁଡ଼ିକ ପଶୁପକ୍ଷୀଙ୍କ ପାନୀୟଜଳ ପାଇଁ ଉଦ୍ଦିଷ୍ଟ। ତେଣୁ ଲୋକେ ଲୁଗାପଟା ସଫାକରି ଜଳ ନଷ୍ଟ ନ କରିବାକୁ ପୋଖରୀ ନିକଟରେ ବୋର୍ଡ ଲଗାଇବା ପାଇଁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri