ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ: ସରକାର ଜାରି କଲେ ଗାଇଡ୍‌ଲାଇନ

ମୁମ୍ବାଇ,୪।୧୧: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରକୋପ ଜାରି ରହିଛି। ହେଲେ ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ ଏହି ସମୟରେ ଲୋକଙ୍କ ଜୀବନ ଜୀବୀକାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର କେତେକ କଟକଣାକୁ କୋହଳ କରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର ମଧ୍ୟ ଲକ୍‌ଡାଉନ କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସୁଇମିଂ ପୁଲ୍‌, ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ଓ ଯୋଗ କେନ୍ଦ୍ର ପୁଣି ଥରେ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବୁଧବାର ରାଜ୍ୟସରକାର କିଛି ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନ ଅନୁସାରେ ସାମାଜିକ ଦୂରତ୍ୱ, ୫୦ ପ୍ରତିଶତ ଲୋକଙ୍କ ଉପସ୍ଥିତି, ମାସ୍କ ପିନ୍ଧିବା ଏବଂ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ ରହିବ। ଏଥିସହ ସିନେମା ହଲ୍‌ରେ ଗୋଟିଏ ସିଟ୍‌ ଛାଡ଼ି ଅନ୍ୟ ସିଟ୍‌ରେ ମାତ୍ର ୫୦ ପ୍ରତିଶତ ଦର୍ଶକ ରହିପାରିବେ। ତେବେ ନଭେମ୍ବର ୫ରୁ ଏହି ସବୁ ନିୟମ ଅନୁସାରେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ ଓ ସୁଇମିଂ ପୁଲ ଖୋଲିବାକୁ ରାଜ୍ୟସରକାର ଅନୁମତି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସଏସ, ମୋହନ ଭାଗବତ ବଦଳାଇଲେ ଟୁଇଟର ଡିପି

ନୂଆଦିଲ୍ଲୀ,୧୩ ।୮: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସ୍ୱାଧିନତା ଦିବସ ପୂର୍ବରୁ ତା’ର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଚିତ୍ର ଲଗାଇଛି ।...

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

୨୦ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ

ଜେନେଭା,୨୮।୫: ମଙ୍କିପକ୍ସ ଏବେ ୨୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ବରିଷ୍ଠ...

ପ୍ରଧାନମନ୍ତ୍ରୀଙ୍କୁ ଖାର୍ଗେଙ୍କ ୬ ପ୍ରସ୍ତାବ

ନୂଆଦିଲ୍ଲୀ, ୧୦।୫: କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୬ଟି...

କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଲେ ଦେଶବାସୀ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପ୍ରକୋପରୁ ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଇଥିଲା ‘ଜନତା କର୍ଫ୍ୟୁ’।...

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ...

କଶ୍ମୀର ମଧ୍ୟସ୍ଥତାକୁ ଭାରତର ନା

ନୂଆଦିଲ୍ଲୀ,୧୭ା୨: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। କଶ୍ମୀର...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ...

Advertisement
Archives

Model This Week