ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା ପାଇବା ପାଇଁ ସଫାସୁତୁରା ରହିବା ସହ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ନିବେଦନ କରାଯାଉଛି। ହେଲେ ଏହା ସତ୍ତ୍ୱେ ବି ବିଭିନ୍ନ ଦେଶରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ବିଭିନ୍ନ ଦେଶ କରୋନା ଭାଇରସ୍‌ର ବିସ୍ତାର, ଏହାର ରୂପ ଓ ସଂରଚନା ବିଷୟରେ ବିଭିନ୍ନ ପ୍ରକାରର ଦାବି କରିଆସୁଛନ୍ତି। ଇତିମଧ୍ୟରେ ରୁଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କରୋନା ଭାଇରସ୍‌ ପାଣିରେ ସମ୍ପୂର୍ଣ୍ଣଭାବେ ଦୂର ହୋଇଯାଏ। ଏହି ଗବେଷଣା ସେଣ୍ଟର ଅଫ୍‌ ବାୟୋଲୋଜି ଆଣ୍ଡ ବାୟୋଟେକ୍ନଲୋଜି ଦ୍ୱାରା ଅଧ୍ୟୟନ କରାଯାଇଛି।

ଏହି ଗବେଷଣାରୁ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ୭୨ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌କୁ ପାଣି ସମ୍ପୂର୍ଣ୍ଣ ରୂପେ ବିଲୋପ କରିପାରେ। ଏଥିସହ ୯୦ପ୍ରତିଶତ ଜୀବାଣୁ ୨୪ ଘଣ୍ଟା ମଧ୍ୟରେ ଓ ୯୯.୯ ପ୍ରତିଶତ କଣିକା କୋଠରୀର ତାପମାତ୍ରାରେ ରହିଥିବା ପାଣିରେ ମରିଯାଆନ୍ତି ବୋଲି ସେମାନେ ଦାବି କରିଛନ୍ତି। ସେହିପରି ଫୁଟୁଥିବା ପାଣିର ତାପମାତ୍ରାରେ କରୋନା ଭୂତାଣୁ ସମ୍ପୂର୍ଣ୍ଣ ଓ ତୁରନ୍ତ ମରିଯାଇଥାଏ। ଯଦିଓ କେତେକ ପରିସ୍ଥିତିରେ ଜୀବାଣୁ ପାଣିରେ ବଞ୍ଚିପାରନ୍ତି, କିନ୍ତୁ ଏହା ସମୁଦ୍ରରେ କିମ୍ବା ମଧୁର ଜଳରେ ବଢ଼ିପାରେ ନାହିଁ। କରୋନା ଜୀବାଣୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେନଲେସ ଷ୍ଟିଲ, ଲିନୋଲିୟମ, ଗ୍ଲାସ, ପ୍ଲାଷ୍ଟିକ ଓ ସେରାମିକ ପୃଷ୍ଠରେ ସକ୍ରିୟ ରହିଥାଏ।

ତେବେ ଭୂପୃଷ୍ଠକୁ ବିଶୋଧନ କରିବାରେ କ୍ଲୋରିନ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। କୌଣସି କ୍ଲୋରିନ ଦ୍ୱାରା ଭୂପୃଷ୍ଠକୁ ବିଶୋଧନ କରାଗଲେ Sars-CoV-2 ୩୦ ସେକେଣ୍ଡ ମଧ୍ୟରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅନ୍ୟପଟେ ରୁଷ କରୋନା ଭାଇରସ୍‌ ଭ୍ୟାକସିନ୍‌ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କ ନିକଟରେ ଏହାକୁ ଉପଲବ୍ଧ କରାଯାଇପାରେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri