ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…

ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଦେଶର ୫ଟି ଅଞ୍ଚଳରେ ଏହାର ପରୀକ୍ଷଣ ମଣିଷଙ୍କଠାରେ କରାଯିବ ବୋଲି ବାୟୋଟେକ୍ନୋଳୋଜି ବିଭାଗର ସଚିବ ରେଣୁ ସ୍ବରୂପ ସୂଚନା ଦେଇଛନ୍ତି। ଏହାର ପ୍ରଥମ ଦୁଇ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ବେଶ୍‌ ଉତ୍ସାହ ଜନକ ରହିଛି। ଏପ୍ରିଲ୍‌ ରୁ ମେ ମଧ୍ୟରେ ବ୍ରିଟେନ୍‌ର ୫ଟି ହସ୍ପିଟାଲରେ ୧୮ରୁ ୫୫ ବର୍ଷ ବୟସ୍କ ୧,୦୭୭ ଜଣଙ୍କଠାରେ ‘କୋଭି ଶିଲ୍ଡ’ ପ୍ରତିଷେଧକ ଟୀକାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ସଫଳ ରହିଥିବା ଜୁଲାଇ ୨୦ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ,୩।୮: ପଞ୍ଚଭୂତରେ ବିଲୀନ ହେଲେ ରାଜ୍ୟସଭା ଏମ୍‌ପି ଅମର ସିଂହ। ସୋମବାର ଦିଲ୍ଲୀ ଛତ୍ରପୁର ସ୍ଥିତ ଶ୍ମଶାନ ଘାଟରେ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

ବାପାର ଋଣ ବୋଝ ଝିଅର ନେଲା ଜୀବନ

ବେଙ୍ଗାଲୁରୁ,୨୮।୧୧: ରୁଣ ବୋଝ ସାଙ୍ଗକୁ ଚାକିରି ହରାଇବା ଭୟ ଏବଂ କାଳେ ଝିଅକୁ ଦି’ଅଳି ଖାଇବାକୁ ଦେଇପାରିବେ ନାହିଁ ବୋଲି ଭାବି ଭାଙ୍ଗିପଡ଼ିଥିଲେ ବାପା। ଯାହାର...

ମୁମ୍ବାଇ ଫେରିଲା ଅକାସା ଏୟାର ଲାଇନ୍ସର ବିମାନ

ମୁମ୍ବାଇ,୧୫ ।୧୦: ଅକାସା ଏୟାର ଲାଇନ୍ସର ଏକ ବିମାନ ମୁମ୍ବାଇରୁ ଉଡିବା ପରେ ପୁଣିଥରେ ମୁମ୍ବାଇ ଫେରି ଆସିଛି । ବିମାନର କ୍ୟାବିନରୁ କିଛି ଜଳିବାର...

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି...

ଭାରତୀୟ ନୌସେନା ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ପଣଜୀ,୨୩।୨: ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଆରେ ଏହା ରୁଟିନ୍‌ ଟ୍ରେନିଂ ସମୟରେ ଉଡ଼ାଣ କରୁଥିବାବେଳେ ଏଭଳି ହୋଇଥିବା କୁହାଯାଉଛି। ଏହି...

ଲକ୍‌ଡାଉନ୍‌କୁ ଉଲ୍ଲଂଘନ: ଗୋଟିଏ ଦିନରେ ୩ଲକ୍ଷ ଜରିମାନା; ୪୬ଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୭।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହାକୁ କେତେକ...

ଅନୈତିକ ସମ୍ପର୍କ ସନ୍ଦେହରେ ସିଲେଇ କରିଦେଲେ ସ୍ତ୍ରୀ’ର ଗୁପ୍ତାଙ୍ଗ

ଲକ୍ଷ୍ନୌ,୨୨।୩ : ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ସ୍ତ୍ରୀ’ର ଗୁପ୍ତାଙ୍ଗକୁ ଆଲୁମୁନିୟମ ତାରରେ ସିଲେଇ କରି ଦେଇଛନ୍ତି ସ୍ବାମୀ। ଏହି ଘଟଣାରେ...

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦ରେ ପହଞ୍ଚିଥିବା ରାଜ୍ୟ...

Advertisement
Archives

Model This Week