ଦେଶର କରୋନା ଟିକାକରଣ ଅସମ୍ପୂର୍ଣ୍ଣ, ନୂଆ ଭାରିଆଣ୍ଟ ମୁକାବିଲା ନେଇ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୭।୧୦ : ପୁଣିଥରେ, କରୋନାର ଓମିକ୍ରନ ଭାରିଆଣ୍ଟର ଏକ ନୂତନ ସବ ଭାରିଆଣ୍ଟ ପୃଥିବୀର ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଜୋରଦାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି, ତଥାପି ଏହି ଅଭିଯାନ ଅସମ୍ପୂର୍ଣ୍ଣ ରହିଛି।

୨୦୦ କୋଟି ଡୋଜରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ନେଉଥିବା ଲୋକଙ୍କ ସଂଖ୍ୟା ତଥା ବୁଷ୍ଟର ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନ୍ତର୍ଭୁକ୍ତ ରହିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ତିନି କୋଟି ଟୀକାକରଣର ଷ୍ଟକ ଏବେ ମଧ୍ୟ ସରକାରଙ୍କ ପାଖରେ ଅଛି। ଅଧିକାରୀଙ୍କ ଅନୁଯାୟୀ ଟୀକାକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ତିନି କୋଟି ଟିକା ଭଣ୍ଡାରର ଷ୍ଟକ କିଛି ମାସ ପାଇଁ ଯଥେଷ୍ଟ। ବର୍ତ୍ତମାନ ସମୟରେ ଟିକା କିଣିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଅଭିଯାନ ଶେଷ ହୋଇନି। ଏହି ଅଭିଯାନକୁ ସାରା ଦେଶରେ ତ୍ୱରାନୱିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ତେବେ ନୂଆ ଭାରିଆଣ୍ଟ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨୧୯.୩୨ କୋଟି ଡୋଜ ଦିଆଯାଇଛି।

ଓମିକ୍ରନ ର ନୂତନ ସବଭାରିଆଣ୍ଟ ବିଏ.୫.୧.୭ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।
ସେହିପରି ଏକ୍ସଏକ୍ସବି ଭାରିଆଣ୍ଟ ସିଙ୍ଗାପୁର ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଚିନ୍ତା କରାଯାଉଛି।

ଚାଇନାର ସାଂଘାଇରେ ଗତ ୧୫ ଦିନ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେଠାରେ କିଛି ଅଂଶରେ ଆଂଶିକ ଲକ ଡାଉନ ମଧ୍ୟ ଘୋଷଣା କରାଯାଇଛି। ସାମ୍ନାକୁ ଆସିଛି। ଚାଇନ ସହିତ କିଛି ୟୁରୋପୀୟ ଦେଶରେ ମଧ୍ୟ ଅବସ୍ଥା ବିଗିଡିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?