କରୋନା ଟିକା ନେଲେ ‘ଡ୍ରିମ୍‌ଗର୍ଲ’, ଫଟୋ ଭାଇରାଲ

ମୁମ୍ବାଇ,୬।୩: ବଲିଉଡ୍‌ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍‌ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଟିକା ନେବା ପରେ ହେମାମାଳିନୀ ସୋସିଆଲ ମିଡିଆରେ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ମୁଁ କୁପର ହସ୍ପିଟାଲରେ ସାର୍ବଜନିକ ସ୍ଥଳରେ ସାଧାରଣ ଲୋକଙ୍କ ମଧ୍ୟରେ ଟିକା ନେଇଛି। ହେମା ଏମିତି କହି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି।

ହେମା ଶେୟାର କରିଥିବା ୩ଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଏକ ଚେୟାର ଉପରେ ବସିଛନ୍ତି ଏବଂ ଜଣେ ନର୍ସ ତାଙ୍କୁ ଟିକା ଦେଉଛନ୍ତି। ଆଉ ଦୁଇଟି ଫଟୋ ମଧ୍ୟରୁ ଗୋଟିଏରେ ସେ ପୋଷ୍ଟର ସାମ୍ନାରେ ଠିଆ ହୋଇ ଥମ୍ବସ ଅପ୍‌ର ସାଇନ ଦେଖାଇଛନ୍ତି। ପୋଷ୍ଟରେ ଲେଖାହୋଇଛି ମୁଁ ଟିକା ଲଗାଇଲି। କ’ଣ ଆପଣ ଲଗାଇବେ?

କହିରଖୁଛୁ, ହେମାଙ୍କ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌, ସତୀଶ ଶାହା, ଶିଳ୍ପା ଶିରୋଡକର ଏବଂ ରାକେଶ ରୋଶନ କରୋନା ଟିକା ନେଇସାରିଛନ୍ତି। ସେହିପରି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରକୁଲପ୍ରୀତ୍‌, ନୀତ କପୁର, ବରୁଣ ଧାଓ୍ବନଙ୍କ ପରି ଅନେକ ବଲିଉଡ୍‌ ତାରକା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଦିନ ହେଲା ଲାଗି ରହିଛି ବର୍ଷା ,୫ ମୃତ

ଚେନ୍ନାଇ,୯।୧୧: ତାମିଲନାଡୁର ବିଭିନ୍ନ ସ୍ଥାନରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଛି । ବର୍ଷା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା...

ଗୃହମନ୍ତ୍ରୀ ଦେଖିବେ ଅକ୍ଷୟ କୁମାରଙ୍କ ଫିଲ୍ମ‘ପୃଥ୍ବୀରାଜ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଖୁବ୍‌ଶୀଘ୍ର ସିନେମା ହଲ୍‌ରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ସମ୍ରାଟ...

ଜୁନ୍‌ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୨।୬: ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନଁା ମଙ୍ଗଳବାର ଘୋଷଣା କରାଯାଇଛି। ତେବେ ଦ୍ରୌପଦୀ ଜୁନ୍‌...

ଆସି ନ ପାରେ କରୋନାର ଥାର୍ଡ ୱେଭ: ଗୁଲେରିଆ

ନୂଆଦିଲ୍ଲୀ,୧ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତରେ ଏହା ବ୍ୟାପକ କ୍ଷତି ଘଟାଇ ସାରିଲାଣି । ଆଗକୁ ଏହା ଆହୁରି...

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ...

ମାଂସ କଟାଳିଙ୍କୁ ବଜରଙ୍ଗ ଦଳର ଆକ୍ରମଣ

ଶିବମୋଗା(କର୍ନାଟକ),୧।୪: ହଲାଲ ମାଂସ ଉପରେ ଗମ୍ଭୀର ଆପତ୍ତି ଉଠିବା ପରେ ସରକାର ଏହାକୁ ଗୁରୁତର ସହ ନେବେ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଘୋଷଣା...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ଶ୍ରୀନଗରରେ ଦ୍ୱିତୀୟ ଆକ୍ରମଣ: ସିସିଟିଭିରେ କଏଦ ହେଲା ଆତଙ୍କବାଦୀଙ୍କ ଲାଇଭ୍ ଭିଜୁଆଲ୍‌

ଶ୍ରୀନଗର,୧୯ ।୨: ଜମ୍ମୁ-କଶ୍ମୀରରେ ପୁଣିଥରେ ପୋଲିସକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବାରାଜୁଲ୍ଲା ଅଞ୍ଚଳରେ ଆତଙ୍କବାଦୀମାନେ ଶୁକ୍ରବାର ଦ୍ୱିପ୍ରହରରେ ପୋଲିସ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି...

Advertisement
Archives

Model This Week