Posted inଖେଳ

ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ପଟିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‌ଆଇଏସ୍‌)ର କ୍ୟାଟରିଂ ମ୍ୟାନେଜର କରୋନା ସଂକ୍ରମିତ ହୋଇଛନ୍ତି। ଛୁଟିରୁ ଫେରିବା ପରେ ଲକ୍ଷ୍ନୌଠାରେ ସେ ନିୟମାନୁସାରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ପ୍ରୋଟୋକଲ ଅନୁସାରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଏହି ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତାଙ୍କୁ କୋଭିଡ୍‌-୧୯ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। କ୍ୟାଟରିଂ ମ୍ୟାନେଜରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ କର୍ମଚାରୀ ଛୁଟି କଟାଇ ଏନଆଇଏସ ପଟିଆଲକୁ ଫେରିଥିଲେ। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନେ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ଥିଲେ, ହେଲେ ସେମାନଙ୍କର ନେଗେଟିଭ୍‌ ଆସିଛି। କ୍ୟାଟରିଂ ମ୍ୟାନେଜର ଜଣକ କ୍ୱାରାଣ୍ଟାଇନ୍‌ରେ ରହିଥିବାରୁ ସେ ପ୍ରତିଷ୍ଠାନର ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥିଲେ। ସୋମବାର ଏନ୍‌ଆଇଏସ୍‌ ପରିସରରେ ରହିଥିବା ଷ୍ଟେଟ୍‌ବ୍ୟାଙ୍କ ଶାଖାର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। କିନ୍ତୁ ସାଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ବର୍ତ୍ତମାନ ଚାଲିଥିବା କ୍ୟାମ୍ପ ଏହା କୌଣସି ବିପଦ ସୃଷ୍ଟି କରିବ ନାହିଁ। କୋଭିଡ୍‌-୧୯ ଦୃଷ୍ଟିରୁ କ୍ୟାମ୍ପକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରାଯାଇଛି। ବ୍ୟାଙ୍କଟି ରେଡ୍‌ ଜୋନ୍‌ରେ ରହିଥିବାବେଳେ ଆଥଲେଟ୍‌, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଚଳପ୍ରଚଳ କେବଳ ଗ୍ରୀନ୍‌ ଜୋନ୍‌ରେ ସୀମିତ ରହିବ। ଏନଆଇଏସ୍‌ରେ ବର୍ତ୍ତମାନ ବକ୍ସିଂ, ଓ୍ବେଟ୍‌ଲିଫ୍ଟିଂ ଏବଂ ଆଥଲେଟିକ୍ସର ଜାତୀୟ କ୍ୟାମ୍ପ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମୁଲାଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ, କିନ୍ତୁ କ୍ରିକେଟରେ ଉଇକେଟ୍‌କିପର୍‌ ଭାବେ ମିଳିଲା ପରିଚୟ

ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ରୁଦ୍ଧିମାନ ଶାହ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ରେ ପଶ୍ଚିମବଙ୍ଗର ସିଲିଗୁଡିରେ ଜନ୍ମଗ୍ରହଣ...

କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍‌

କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ଟିମ୍‌ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏହି ଦଳ...

ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନଙ୍କ ଅବସର

ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନ୍‌ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍‌ ଡାନ୍‌...

କୋନାର୍ଡ ଜିତିଲେ ୧୬ତମ ଷ୍ଟେଜ୍‌

ପ୍ୟରିସ୍‌, ୧୪ା୭: ଅଷ୍ଟ୍ରିଆର ୨୯ ବର୍ଷୀୟ ପ୍ୟାଟ୍ରିକ୍‌ କୋନାର୍ଡ (ବୋରା-ହାନ୍ସଗ୍ରୋହେ) ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୬ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜଣେ ପ୍ରଫେସନାଲ...

ଭାରତ ଆଗରେ ୪୯ ରନ୍‌ର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟକୁ ଦୁଇ ଦିନରେ ହିଁ ଜିତି ନେଇପାରେ ଟିମ୍‌ ଇଣ୍ଡିଆ। ଅକ୍ଷର ପଟେଲ...

୨୦୨୭ ଫିଫା ମହିଳା ବିଶ୍ୱକପ୍‌: ଏଆଇଏଫ୍‌ଏଫ୍‌ ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ, ସାଇର ସମର୍ଥନ

ନୂଆଦିଲ୍ଲୀ,୨୫।୫ (ପି.ଟି.): ୨୦୨୭ ଫିଫା ମହିଳା ବିଶ୍ୱକପ୍‌କୁ ଭାରତୀୟ ଦଳ ପଠାଇବା ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ବିଧିବଦ୍ଧ ଭାବେ ଏକ ଯୋଜନା...

ଜାଡେଜାଙ୍କ ବିବାଦୀୟ ରନ ଆଉଟ

ଚେନ୍ନାଇ, ୧୬ା୧୨ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଯେପରି ଭାବେ ଆଉଟ ଦିଆଗଲା ସେଥିରେ...

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ଓପନିଂ ବ୍ୟାଟିଂ, ମିଡିଲ ଅର୍ଡର ବ୍ୟାଟିଂ ତଥା...

Advertisement
Archives

Model This Week