ଟଏଲେଟ୍‌ ପାଇପ୍‌ ଯୋଗେ ଆସିପାରେ କରୋନା: ଜାଣନ୍ତୁ କେମିତି

କରୋନାର ଦ୍ୱିତୀୟ ଲହର ଦେଶରେ ଏକପ୍ରକାର ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାପରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏହା ବିଷୟରେ ଅନେକ ପ୍ରକାରର ତଥ୍ୟ ସଂଗ୍ରହ କରୁଛନ୍ତି। କରୋନା ସଂକ୍ରମଣ ବିଷୟରେ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଛିଙ୍କିବା ସମୟରେ ବାୟୁ ଦେଇ ଜଣେ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ପ୍ରବେଶ କରିଥାଏ। ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ, କରୋନା ଭୂତାଣୁ ଘରର ଶୌଚାଳୟ ପାଇପ ମାଧ୍ୟମରେ ଅନ୍ୟ ଲୋକଙ୍କ ନିକଟକୁ ଯିବାର ସମ୍ଭାବନା ରହିଛି।
ହାର୍ଭାର୍ଡ ୟୁନିଭରସିଟିର ଟିଏଚ୍‌ ଚାନ ସ୍କୁଲ ଅଫ ପବ୍ଲିକ ହେଲ୍‌ଥର ହେଲ୍‌ଦି ବିଲଡିଂ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋସେଫ ଜିଏଲନ କୁହନ୍ତି ଯେ, ଆମେ ଫ୍ଲଶ ମାରିବା ମାତ୍ରେ ପ୍ରତି କ୍ୟୁବିକ ମିଟର ବାୟୁରେ ୧୦ ଲକ୍ଷ କଣିକା ମିଳିଥାଏ। ସବୁ ଶୌଚାଳୟରେ ତ ଭୂତାଣୁ ନ ଥାଏ, କିନ୍ତୁ ସର୍ବସାଧାରଣ ଶୌଚାଳୟରେ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ବିପଦ ହୋଇପାରେ। ଅର୍ଥାତ୍‌ ସଂକ୍ରମିତ କରୋନା ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯଦି କରୋନା ଭୂତାଣୁ ସୋସାଇଟିରେ ଥିବା ଗୋଟିଏ ଫ୍ଲାଟର ଶୌଚାଳୟରୁ ଅନ୍ୟ ଶୌଚାଳୟ ପର୍ଯ୍ୟନ୍ତ ବିସ୍ତାର ହୋଇଥିବା ପାଇପ୍‌ ଯୋଗେ ବ୍ୟାପିପାରେ କି? ଏଥିପାଇଁ ହଂକଂରେ ଏକ ବିଲ୍ଡିଂର ଉଦାହରଣ ଦିଆଯାଇଥିଲା।ଏହା ଅଧୀନରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏଠାରେ ଥିବା ବିଲ୍ଡିଂରେ ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହୋଇଥିଲା।

୨୦୦୩ରେ ହଂକଂରେ ଅର୍ମାୟ ଗାର୍ଡେନରେ ସାର୍ସ ରୋଗ ବ୍ୟାପିବା ଘଟଣା ସାମ୍ନାକୁ ଆସିଥିଲା। ୫୦ ମହଲା କୋଠା ବିଶିଷ୍ଟ ଅର୍ମାୟ ଗାର୍ଡେନରେ ୩୪୨ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ ଏବଂ ସାର୍ସ ମହାମାରୀ ହେତୁ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ବିଲ୍ଡିଂରେ ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri