ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି ଯେ ଭାରତର ଉତ୍କୃଷ୍ଟ ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡକୁ ବିଚାରକୁ ନେଇ ଜନସାଧାରଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ପୁଣି ମହାମାରୀର ସଂକ୍ରମଣ ନେଇ ଏଥିସହ ସେ ଭାରତ ସରକାର ଓ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ମାଇକ୍ରୋ ବ୍ଲଗିଂ ୱେବସାଇଟ ଟୁଇଟରରେ ଏକ ପୋଷ୍ଟରେ ଆଦର ପୁନାୱାଲା ଲେଖିଛନ୍ତି ଯେ କରୋନା ମାମଲାରେ ଚାଇନାର ଖବର ଚିନ୍ତାଜନକ। କିନ୍ତୁ ଆମକୁ ଭୟଭୀତ ହେବା ଉଚିତ ନୁହେଁ। କାରଣ ଆମର ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡ ଉତ୍କୃଷ୍ଟ ଧରଣର ରହିଛି।

ହଂକଂ ପୋଷ୍ଟ ଅନୁଯାୟୀ ଚାଇନାର ଲୋକମାନେ ସଂକ୍ରମଣର ଅସଂଖ୍ୟ ମାମଲା ବିଷୟରେ କହୁଛନ୍ତି,କିନ୍ତୁ ସରକାରୀ ଆକଳନକୁ ଦିନକୁ ପ୍ରାୟ ୨,୦୦୦ ମାମଲା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୫୫ ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୧।୧୨: ଦୀର୍ଘ ୫୫ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରେଳ ମାର୍ଗ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ...

ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା

ଗାନ୍ଧୀନଗର,୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ପୂର୍ବରୁ ବିଶ୍ୱନାଥସିଂ ବଘେଲା ରାଜ୍ୟ ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ...

୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…

ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର...

ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା, ପୁଣି ଏକାଠି ହେବେ କି ଭାଜପା-ଶିବସେନା ! ଫଡନାଭୀସଙ୍କୁ ପ୍ରଶଂସା କଲେ ଉଦ୍ଧବ…

ମୁମ୍ବାଇ,୨୯।୧୦ : ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ପୁଣି ଏକାଠି ହେବେ! ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ଦେଇଥିବା ବଡ଼ ସଙ୍କେତରୁ ରାଜ୍ୟ ରାଜନୀତିରେ...

ଚାଇନାକୁ ଝଟ୍‌କା: ଉଦ୍ଧବ ସରକାର ରଦ୍ଦ କଲେ ୫ ହଜାର କୋଟିର ୩ ଚୁକ୍ତି

ମୁମ୍ବାଇ, ୨୨।୬: ଗଲଓ୍ବାନ ଘାଟିରେ ଭାରତ ସୀମା ଭିତରକୁ ଅନୁପ୍ରବେଶ କରିବା ଚାଇନା ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଚାଇନା...

ଏପ୍ରିଲ ୫ ରାତି ୯ଟାରେ ୯ ମିିନିଟ୍‌ ପାଇଁ ଘରର ଲାଇଟ୍‌ ବନ୍ଦ କରିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩ା୪ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ...

ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍‌

ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍‌କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍‌ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍‌-୧୯...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ୧୬୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୪ା୫(ବ୍ୟୁରୋ) : ସୋମବାର ରାଜ୍ୟରେ  ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ଆକ୍ରାନ୍ତ ଜଣକ...

Advertisement
Archives

Model This Week